ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ। ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଉଁ ଜିଲାରେ କେତେ ସ୍କୁଲ ବନ୍ଦ ହେବ, ସେ ନେଇ ବୁଧବାର ସୂଚନା ଦିଆଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲାରେ ସର୍ବାଧିକ ୧୩୯ ସ୍କୁଲ ବନ୍ଦ ହେବ। ଏହାପରେ କୋରାପୁଟରେ ୯୩, ଅନୁଗୋଳରେ ୬୪, କନ୍ଧମାଳ ଓ ଗଞ୍ଜାମରେ ୬୦, ମୟୂରଭଞ୍ଜରେ ୫୩, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୪୪ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ। ସେହିପରି କଳାହାଣ୍ଡିରେ ୩୯, ସମ୍ବଲପୁରରେ ୩୪, ଗଜପତିରେ ୩୩, ଯାଜପୁରରେ ୩୨, କଟକ ଓ କେନ୍ଦ୍ରାପଡ଼ାରେ ୨୭ ସ୍କୁଲରେ ତାଲା ପଡ଼ିବ। ଏହାସହିତ ସୋନପୁରରେ ୨୪, ବରଗଡ଼, ଜଗତ୍‌ସିଂହପୁର ଓ ଢେଙ୍କାନାଳରେ ୧୯, ନୂଆପଡ଼ା ଓ ବୌଦ୍ଧରେ ୧୮, ମାଲକାନଗିରିରେ ୧୭, ପୁରୀରେ ୧୬, ଦେବଗଡ଼ରେ ୧୨ ସ୍କୁଲ ବନ୍ଦ ହେବ। ସ୍କୁଲଗୁଡ଼ିକ ବନ୍ଦ ହେଉଥିବାରୁ ଛାତ୍ରୀଛାତ୍ରଙ୍କୁ ଗୋଟିଏ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଯୋଗୁ ଛାତ୍ରୀଛାତ୍ରଙ୍କୁ ଗସ୍ତ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଉପସ୍ଥାନ ଅନୁସାରେ ଗସ୍ତ ଖର୍ଚ୍ଚ ମିଳିବ। ୩୦ ପ୍ରତିଶତରୁ କମ୍‌ ଉପସ୍ଥାନ ଥିବା ଛାତ୍ରୀଛାତ୍ରଙ୍କୁ କୌଣସି ଗସ୍ତ ଖର୍ଚ୍ଚ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଢ଼ୁଛି ବସ୍ତି ସଂକ୍ରମଣ ଆଶଙ୍କା: ସାଲିଆ ସାହିରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ମଧ୍ୟରେ ଥିବା ନିରାଙ୍କାରୀ ନଗରରେ...

ବିଧାନସଭା ପୂର୍ବରୁ ୧୪ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର,୨୮ା୯(ବ୍ୟୁରୋ)- ବିଧାନସଭା ପୂର୍ବରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ସରକାରୀ ଦଳ ମୁଖ୍ୟ ସଚେତକ...

ବୈତରଣୀ ଚଉପଦି ଘାଟିରୁ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ପାଟଣା/ଚମ୍ପୁଆ,୮।୨(ସ୍ବ.ପ୍ର/ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପଦି ଘାଟିରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଶନିବାର ଦୁଇଟି ମୃତଦେହ...

ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍‌ଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍‌ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ...

ନୂଆଁଖାଇର ନିଆରା ପରମ୍ପରା: ନଈ ଓ ଡଙ୍ଗାପୂଜା…

ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଆଜି ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉ ଥିବା ବେଳେ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୁରୁତର ରୋଗୀଙ୍କୁ ମେଡିକାଲ ସୁବିଧା ଯୋଗାଇବାକୁ ପୁଣିଥରେ...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି, ପ୍ରଧାନମନ୍ତ୍ରୀ କେୟାରସ୍‌ ଫଣ୍ଡକୁ ୩୪.୨ ଲକ୍ଷ ଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୬।୪ (ବ୍ୟୁରୋ): କୋଭିଡ୍‌-୧୯ର ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି କ୍ରମରେ...

ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ...

Advertisement
Archives

Model This Week