ରାଜ୍ୟରେ ବଢ଼ୁଛି ବନ୍ୟପ୍ରାଣୀ ଅପରାଧ : ଭବାନୀପାଟଣାରୁ ହାତୀଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ବନ୍ୟପ୍ରାଣୀ ଅପରାଧ। ଏହି କ୍ରମରେ ଗୁରୁବାର କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଭବାନୀପାଟଣାରୁ ଏକ ହାତୀଦାନ୍ତ ଓ ବାଘଛାଲ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗତ ଏକ ବର୍ଷ ମଧ୍ୟରେ କେବଳ କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌୍‌ ପକ୍ଷରୁ ସାରା ଓଡ଼ିଶାରେ ୬ଟି କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ତନ୍ମଧ୍ୟରୁ କୁଚିଣ୍ଡା ଅଞ୍ଚଳରେ ୪ଟି, ଦେବଗଡ଼ରେ ଗୋଟିଏ ଏବଂ ଗୁରୁବାର ଭବାନୀପାଟଣାରେ ଗୋଟିଏ ଅନ୍ତର୍ଭୁକ୍ତ। ଏହାସହ ଉଦଳା ରେଞ୍ଜରୁ ଏକ ମା’ ଏବଂ ଛୁଆ ବଜ୍ରକାପ୍ତା ଉଦ୍ଧାର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ତେବେ ୨୦୧୭ରେ କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ ବରଗଡ଼ ଦେବ୍ରିଗଡ଼ରେ ଏକ ହାତୀ ଦାନ୍ତ ଜବତ କରିଥିଲା। କିନ୍ତୁ ଗୋଟିଏ ଚଢ଼ାଉରେ ବାଘଛାଲ ସହ ହାତୀଦାନ୍ତ ଜବତ ହେବା ସମ୍ଭବତଃ ରାଜ୍ୟରେ ପ୍ରଥମ ଘଟଣା।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌୍‌ ଟିମ୍‌ କିଛିଦିନ ତଳେ ହାତୀଦାନ୍ତ ଓ ବାଘଛାଲର ଚୋରା ଚାଲାଣରେ ସକ୍ରିୟ ରହିଥିବା ଏକ ର଼୍ୟାକେଟ୍‌ ସମ୍ପର୍କରେ ଖବର ପାଇଥିଲା। ଏନେଇ ଗୁରୁବାର ର଼୍ୟାକେଟ୍‌କୁ ଧରିବା ଲାଗି କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଗ୍ରାହକ ହୋଇ ସେଠାରେ ପହଞ୍ଚତ୍ଥିଲା। ଦୁଇଟି ବନ୍ୟପ୍ରାଣୀ ସାମଗ୍ରୀକୁ ମୋଟ ୮ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା। ଏହି ସମୟରେ ସେମାନଙ୍କୁ ଧରାଯାଇଥିଲା। ଜବତ ହୋଇଥିବା ବାଘ ଚମଡ଼ା ୨୪୫ସେଣ୍ଟିମିଟର ହୋଇଥିବାବେଳେ ହାତୀଦାନ୍ତ ୫୦ସେଣ୍ଟିମିଟର ଲମ୍ବ ରହିଛି। ଗିରଫ ହୋଇଥିବା ତିନିଜଣ ହେଲେ ନର୍ଲାର ଡିଗି ଶବର ଓ ସୁକ୍ରୁ ମାଝି ଏବଂ ଛତିଶଗଡ଼ର ରବୀନ୍ଦ୍ର ସିଂହ। ଗିରଫ ତିନିଜଣଙ୍କୁ କଲରାପାଟ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଛତିଶଗଡ଼ର ଜଣେ ବାସିନ୍ଦାଙ୍କୁ ଗିରଫ କରାଯାଇଥିବା ଯୋଗୁ ଏହା ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଦିଗରେ ସନ୍ଦେହ କରାଯାଉଛି।
ଜବତ ହୋଇଥିବା ବାଘ ଚମଡ଼ାର ଆଖି ତଳକୁ ଏକ ବଡ଼ କଣା ହୋଇଛି। ମୁହଁରେ ଆକ୍ରମଣ ଦ୍ୱାରା ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଫୋରେନ୍‌ସିକ୍‌ ରିପୋର୍ଟ ଆସିବା ପରେ ବାଘର ଶିକାର କିପରି ହୋଇଥିଲା ତାହା ଜଣାପଡ଼ିବ। ଚମଡ଼ା ଦେଖି ପ୍ରାୟ ୭ବର୍ଷ ଅଣ୍ଡିରା ବାଘ ବୋଲି ଅନୁମାନ କରାଯାଉଥିବା ଭବାନୀପାଟଣା ଏସିଏଫ୍‌ ମଳୟ ରଞ୍ଜନ କାଲୋ କହିଛନ୍ତି। ଏହି ଅପରେଶନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ବିଳାସିନୀ ନାୟକ, ସବ୍‌ଇନ୍‌ସପେକ୍ଟର ନଳିନୀକାନ୍ତ ଦାସ, ଜଗନ୍ନାଥ ସାହୁ, ଭବାନୀପାଟଣା ଏସିଏଫ୍‌ ମଳୟ ରଞ୍ଜନ କାଲୋ, ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଥିଲେ। ଡବ୍ଲ୍ୟୁସିସିବି ପକ୍ଷରୁ ମଧ୍ୟ ଏକ ଟିମ୍‌ ଏଥିରେ ସାମିଲ ଥିଲେ।
ଘଟଣାରେ ତଦନ୍ତରେ ଭବାନୀପାଟଣା ବନଖଣ୍ଡ ତରଫରୁ କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। ତେବେ ଶିକାର କିଏ କରୁଛି ଏବଂ ଶେଷରେ କାହା ପାଖକୁ ଛାଲ ବା ଦାନ୍ତ ଯାଉଛି, ଖୋଜି ବାହାର କରିବା ସହ ଏଭଳି ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିବା ସବୁ ଅପରାଧୀ, ବ୍ୟବସାୟୀ, ଦଲାଲ ଆଦିଙ୍କୁ ଧରିବା ଏବଂ ଉପଯୁକ୍ତ ଦଣ୍ଡବିଧାନ କରିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗିରଫ ହୋଇଥିବା ତିନିଜଣଙ୍କୁ ଏସ୍‌ଟିଏଫ୍‌ ଆଗକୁ ରିମାଣ୍ଡରେ ନେଇ ପଚରାଉଚୁରା କରିବାର ଯୋଜନା ରହିଛି। ସେପଟେ ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଭ ଦେଇଛି ଲଘୁଚାପ

ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ...

ଘରୋଇ ହସ୍ପିଟାଲରେ ଉତ୍ତେଜନା, ଭଙ୍ଗାରୁଜା ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା କରିବା ଘଟଣାରେ ଖଣ୍ଡଗିରି ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ...

ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ

ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ...

ବାଘଛାଲ ଜବତ, ୩ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୧୦: ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲାର ମାଳିଡିହି ଛକରୁ ୩ଟି ବାଘଛାଲ...

ବଢ଼ିଲା ସ୍କୁଲ ପୋଷ୍ୟ ଗ୍ରହଣ ତାଲିକା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚିଠି ଲେଖିଛନ୍ତି। ଏହାପରଠୁ ପୋଷ୍ୟ...

ବ୍ରହ୍ମବରଦାରେ ଆଉ ଜଣେ ନିଜାମୁଦ୍ଦିନ ଫେରନ୍ତା ଠାବ

ରସୁଲପୁର,୨।୪(ଡି.ଏନ୍‌.ଏ.): ନିଜାମୁଦ୍ଦିନରେ ଆୟୋଜିତ ମୁସଲମାନଙ୍କ ଧର୍ମସଭାରେ ଯୋଗଦେଇ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଉ ଜଣଙ୍କୁ ବୁଧବାର ଯାଜପୁର ଜିଲା ରସୁଲପୁର ବ୍ଲକର ବ୍ରହ୍ମବରଦା ଅଞ୍ଚଳରେ ଠାବ...

ରୋଗୀଙ୍କୁ ପାଇପ୍‌ରେ ଅକ୍ସିଜେନ୍‌ ଯୋଗାଣ ବିଳମ୍ବିତ

ଭୁବନେଶ୍ୱର,୧୩।୭(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲାଗି ପ୍ରୟାସ ଜାରି ରହିଛି। ଇତିମଧ୍ୟରେ ମେଡିକାଲ କଲେଜ ଖୋଲାଯିବା...

ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ

ବାରଙ୍ଗ,୭।୧୦:(ଡି.ଏନ୍‌.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର...

Advertisement
Archives

Model This Week