ରାଜ୍ୟରେ ବଢ଼ୁଛି ବନ୍ୟପ୍ରାଣୀ ଅପରାଧ : ଭବାନୀପାଟଣାରୁ ହାତୀଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ବନ୍ୟପ୍ରାଣୀ ଅପରାଧ। ଏହି କ୍ରମରେ ଗୁରୁବାର କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଭବାନୀପାଟଣାରୁ ଏକ ହାତୀଦାନ୍ତ ଓ ବାଘଛାଲ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗତ ଏକ ବର୍ଷ ମଧ୍ୟରେ କେବଳ କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌୍‌ ପକ୍ଷରୁ ସାରା ଓଡ଼ିଶାରେ ୬ଟି କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ତନ୍ମଧ୍ୟରୁ କୁଚିଣ୍ଡା ଅଞ୍ଚଳରେ ୪ଟି, ଦେବଗଡ଼ରେ ଗୋଟିଏ ଏବଂ ଗୁରୁବାର ଭବାନୀପାଟଣାରେ ଗୋଟିଏ ଅନ୍ତର୍ଭୁକ୍ତ। ଏହାସହ ଉଦଳା ରେଞ୍ଜରୁ ଏକ ମା’ ଏବଂ ଛୁଆ ବଜ୍ରକାପ୍ତା ଉଦ୍ଧାର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ତେବେ ୨୦୧୭ରେ କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ ବରଗଡ଼ ଦେବ୍ରିଗଡ଼ରେ ଏକ ହାତୀ ଦାନ୍ତ ଜବତ କରିଥିଲା। କିନ୍ତୁ ଗୋଟିଏ ଚଢ଼ାଉରେ ବାଘଛାଲ ସହ ହାତୀଦାନ୍ତ ଜବତ ହେବା ସମ୍ଭବତଃ ରାଜ୍ୟରେ ପ୍ରଥମ ଘଟଣା।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌୍‌ ଟିମ୍‌ କିଛିଦିନ ତଳେ ହାତୀଦାନ୍ତ ଓ ବାଘଛାଲର ଚୋରା ଚାଲାଣରେ ସକ୍ରିୟ ରହିଥିବା ଏକ ର଼୍ୟାକେଟ୍‌ ସମ୍ପର୍କରେ ଖବର ପାଇଥିଲା। ଏନେଇ ଗୁରୁବାର ର଼୍ୟାକେଟ୍‌କୁ ଧରିବା ଲାଗି କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଗ୍ରାହକ ହୋଇ ସେଠାରେ ପହଞ୍ଚତ୍ଥିଲା। ଦୁଇଟି ବନ୍ୟପ୍ରାଣୀ ସାମଗ୍ରୀକୁ ମୋଟ ୮ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା। ଏହି ସମୟରେ ସେମାନଙ୍କୁ ଧରାଯାଇଥିଲା। ଜବତ ହୋଇଥିବା ବାଘ ଚମଡ଼ା ୨୪୫ସେଣ୍ଟିମିଟର ହୋଇଥିବାବେଳେ ହାତୀଦାନ୍ତ ୫୦ସେଣ୍ଟିମିଟର ଲମ୍ବ ରହିଛି। ଗିରଫ ହୋଇଥିବା ତିନିଜଣ ହେଲେ ନର୍ଲାର ଡିଗି ଶବର ଓ ସୁକ୍ରୁ ମାଝି ଏବଂ ଛତିଶଗଡ଼ର ରବୀନ୍ଦ୍ର ସିଂହ। ଗିରଫ ତିନିଜଣଙ୍କୁ କଲରାପାଟ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଛତିଶଗଡ଼ର ଜଣେ ବାସିନ୍ଦାଙ୍କୁ ଗିରଫ କରାଯାଇଥିବା ଯୋଗୁ ଏହା ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଦିଗରେ ସନ୍ଦେହ କରାଯାଉଛି।
ଜବତ ହୋଇଥିବା ବାଘ ଚମଡ଼ାର ଆଖି ତଳକୁ ଏକ ବଡ଼ କଣା ହୋଇଛି। ମୁହଁରେ ଆକ୍ରମଣ ଦ୍ୱାରା ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଫୋରେନ୍‌ସିକ୍‌ ରିପୋର୍ଟ ଆସିବା ପରେ ବାଘର ଶିକାର କିପରି ହୋଇଥିଲା ତାହା ଜଣାପଡ଼ିବ। ଚମଡ଼ା ଦେଖି ପ୍ରାୟ ୭ବର୍ଷ ଅଣ୍ଡିରା ବାଘ ବୋଲି ଅନୁମାନ କରାଯାଉଥିବା ଭବାନୀପାଟଣା ଏସିଏଫ୍‌ ମଳୟ ରଞ୍ଜନ କାଲୋ କହିଛନ୍ତି। ଏହି ଅପରେଶନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ବିଳାସିନୀ ନାୟକ, ସବ୍‌ଇନ୍‌ସପେକ୍ଟର ନଳିନୀକାନ୍ତ ଦାସ, ଜଗନ୍ନାଥ ସାହୁ, ଭବାନୀପାଟଣା ଏସିଏଫ୍‌ ମଳୟ ରଞ୍ଜନ କାଲୋ, ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଥିଲେ। ଡବ୍ଲ୍ୟୁସିସିବି ପକ୍ଷରୁ ମଧ୍ୟ ଏକ ଟିମ୍‌ ଏଥିରେ ସାମିଲ ଥିଲେ।
ଘଟଣାରେ ତଦନ୍ତରେ ଭବାନୀପାଟଣା ବନଖଣ୍ଡ ତରଫରୁ କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। ତେବେ ଶିକାର କିଏ କରୁଛି ଏବଂ ଶେଷରେ କାହା ପାଖକୁ ଛାଲ ବା ଦାନ୍ତ ଯାଉଛି, ଖୋଜି ବାହାର କରିବା ସହ ଏଭଳି ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିବା ସବୁ ଅପରାଧୀ, ବ୍ୟବସାୟୀ, ଦଲାଲ ଆଦିଙ୍କୁ ଧରିବା ଏବଂ ଉପଯୁକ୍ତ ଦଣ୍ଡବିଧାନ କରିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗିରଫ ହୋଇଥିବା ତିନିଜଣଙ୍କୁ ଏସ୍‌ଟିଏଫ୍‌ ଆଗକୁ ରିମାଣ୍ଡରେ ନେଇ ପଚରାଉଚୁରା କରିବାର ଯୋଜନା ରହିଛି। ସେପଟେ ଏହି ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri