Posted inଜାତୀୟ

ରାଜ୍ୟପାଳଙ୍କୁ ଭେଟିଲେ ହେମନ୍ତ: ୨୯ରେ ନେବେ ଶପଥ

ରାଞ୍ଚି,୨୫ା୧୨(ପି.ଟି.): ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମଙ୍ଗଳବାର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ସେ ଆସନ୍ତା ୨୯ ତାରିଖ ଅପରାହ୍ନ ୧ଟାରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ।
ହେମନ୍ତ ଦେଇଥିବା ସମର୍ଥନ ପତ୍ରରେ ୫୦ ବିଧାୟକଙ୍କ ନାମ ରହିଛି। ଜେଏମ୍‌ଏମ୍‌ ସହ କଂଗ୍ରେସ, ଆର୍‌ଜେଡି ଏବଂ ଜେଭିଏମ୍‌ ବିଧାୟକମାନେ ମଧ୍ୟ ମେଣ୍ଟ ସରକାରରେ ରହିବେ। ଏହା ପୂର୍ବରୁ ରାଞ୍ଚତ୍ସ୍ଥିତ ଜେଏମ୍‌ଏମ୍‌ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ହେମନ୍ତଙ୍କୁ ଆନୁଷ୍ଠାନିକ ଭାବେ ଜେଏମ୍‌ଏମ୍‌ ବିଧାୟକ ଦଳ ନେତା ବଛାଯାଇଥିଲା। ସେହିପରି ଜେଭିଏମ୍‌ ଅଧ୍ୟକ୍ଷ ବାବୁଲାଲ ମାର୍ଣ୍ଡି ମଧ୍ୟ ହେମନ୍ତଙ୍କୁ ସରକାର ଗଠନ ଲାଗି ନିସର୍ତ୍ତ ସମର୍ଥନ ଦେଇଛନ୍ତି। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଭିଏମ୍‌କୁ ୩ ଆସନରେ ସଫଳତା ମିଳିଛି। ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ୪୭ ଆସନରେ ବିଜୟୀ ହୋଇଛି। ସେଥିରୁ ଜେଏମ୍‌ଏମ୍‌ ୩୦, କଂଗ୍ରେସ ୧୬ ଏବଂ ଆର୍‌ଜେଡି ଗୋଟିଏ ଆସନ ଜିତିଛନ୍ତି। ଅନ୍ୟପକ୍ଷରେ ଭାଜପାକୁ ମାତ୍ର ୨୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ ବେଳେ ଜେଏମ୍‌ଏମ୍‌ ଅଧ୍ୟକ୍ଷ ଶିବୁ ସୋରେନ, ଏଆଇସିସି ରାଜ୍ୟ ପ୍ରଭାରୀ ଆରପିଏନ୍‌ ସିଂ ଏବଂ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମିଳିବ କରୋନାରୁ ମୁକ୍ତି: ଜଣାଇଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ...

ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ...

ପୁଲଓ୍ବାମା ଆକ୍ରମଣ ମାମଲା: ଦାଖଲ ହେବ ୫ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ

ଜମ୍ମୁ,୨୫।୮: ପୁଲଓ୍ବାମା ଆକ୍ରମଣ ଏବେବି ଜୀବନ୍ତ ହୋଇ ରହିଛି ପ୍ରତିଟି ଭାରତୀୟଙ୍କ ହୃଦୟରେ। ୧୪ ଫେବୃୟାରୀ, ୨୦୧୯ରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ରାଷ୍ଟ୍ରୀୟ...

ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଲୋକ ସଭା ଭଙ୍ଗ ପାଇଁ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୪।୫: ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ବହୁମତରେ ବିଜୟୀ ହୋଇଛି। ବହୁମତ ପାଇବା ପରେ ଶୁକ୍ରବାର ସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ...

କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ...

ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ...

ନିଲାମ ହେବ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ କଳାକୃତି

ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରଶିଳ୍ପୀ ଏମ୍‌.ଏଫ୍‌. ହୁସେନ, ଅମ୍ରିତା ଶେର-ଗିଲ, ଏସ୍‌.ଏଚ୍‌. ରାଜା, ଯାମିନୀ ରଏ ଏବଂ ଏଫ୍‌.ଏନ୍‌. ସୁଜାଙ୍କ କଳାକୃତି ଆସନ୍ତା ସପ୍ତାହରେ ନିଲାମ ହେବାକୁ...

କିଏ ଗଢିବ ହରିୟାଣାରେ ସରକାର? ୫ ସ୍ବାଧୀନ ବିଧାୟକ ଭାଜପାକୁ ଦେଲେ ସମର୍ଥନ

ଚଣ୍ଡିଗଡ଼,୨୫।୧୦: ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଫଳରେ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଧୀନ...

BGU
Play 250+ Trending Games
Archives

Model This Week

Why Dharitri