Posted inଖେଳ

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍‌, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୦।୭ (ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ଆପିଆଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ (ୟୁଥ୍‌, ଜୁନିୟର ଓ ସିନିୟର)ର ପ୍ରଥମ ଦିବସରେ ଓଡ଼ିଆ ପ୍ରତିଯୋଗୀଙ୍କ ଚମକ ଦେଖିବାକୁ ମିଳିଛି। ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ୩ ଖେଳାଳି ୩ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ମୋଟ୍‌ ୪ ପଦକ ପ୍ରଥମ ଦିନରେ ଜିତିଛନ୍ତି। ୩ ସ୍ବର୍ଣ୍ଣ ପଦକ ମଧ୍ୟରୁ ଭକ୍ତରାମ ଦେସ୍ତି ୨ ଓ ଝିଲ୍ଲୀ ଦଳବେହେରା ଗୋଟିଏ ପାଇଥିଲେ। ସେହିଭଳି ସ୍ନେହା ସୋରେନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୋଟ୍‌ ଉପରେ ଭାରତୀୟ ଦଳ କିନ୍ତୁ ମଙ୍ଗଳବାର ୮ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ମୋଟ୍‌ ୧୩ ପଦକ ହାସଲ କରିଛି।
ଝିଲ୍ଲୀ ଦଳ ବେହେରା ସିନିୟର ମହିଳା ୪୫ କିଗ୍ରା ବର୍ଗରେ ୧୫୪ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନ ଲାଭ କରିଥିଲେ। ସେ ସ୍ନାଚରେ ୭୦ ଓ କ୍ଲିନ ଆଣ୍ଡ୍‌ ଜର୍କରେ ୯୪ କିଗ୍ରା ଉଠାଇଥିଲେ। ସେହିଭଳି ଜୁନିୟର ଓ ୟୁଥ୍‌ ପୁରୁଷ ବିଭାଗର ୪୯ କିଗ୍ରା ବିଭାଗରେ ଭକ୍ତରାମ ମୋଟ୍‌ ୧୮୫ (ସ୍ନାଚରେ ୭୭+କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୮) କିଗ୍ରା ଭାର ଉଠାଇ ୨ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜୁନିୟର ମହିଳା ବିଭାଗର ୫୫ କିଗ୍ରା ବର୍ଗରେ ସ୍ନେହା ମୋଟ୍‌ ୧୬୯ (୭୩+୯୬) କିଗ୍ରା ସହ ପୋଡିୟମର ୨ୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି।
କି, ଏହି ପ୍ରତିଯୋଗିତାରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ ପାଇଁ ଖେଳାଳି ଚୟନ ହେବ। କିନ୍ତୁ ଝିଲ୍ଲୀ ଅଂଶଗ୍ରହଣ କରୁଥିବା ସିନିୟର ମହିଳା ୪୫ କିଗ୍ରା ଓଜନ ବର୍ଗଟି ଅଲିମ୍ପିକ୍ସରେ ନ ଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଓଡ଼ିଆ ଭାରୋତ୍ତୋଳନକାରୀଙ୍କ ଏହି ସଫଳତା ଲାଗି ଚାରିଆଡ଼ୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଜ୍ୟ ସଂଘର ଉପସଭାପତି ଲକ୍ଷ୍ମୀ ନାରାୟଣ ରାଉତ, ଡ. ହରିପ୍ରସାଦ ପଟ୍ଟନାୟକ, ମନୋରଞ୍ଜନ ଦାସ, କୁମୁଦ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ରବି ପ୍ରତିହାରୀ, ଜାନକୀ ବଲ୍ଲଭ ମିଶ୍ର, କୋଷାଧ୍ୟକ୍ଷ ଯଜ୍ଞ ନାରାୟଣ ନନ୍ଦ, ସଦସ୍ୟ ଗାଗାରିନ ନାୟକ, ଦୁର୍ଗାମାଧବ ନାୟକ, ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ନୀଳମଣି ସାହୁ, ସମ୍ପାଦକ ନାରାୟଣ ସାହୁ ଓ ସଭାପତି ଇଂ. ଚିତ୍ତରଞ୍ଜନ ସ୍ବାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତୋରତ୍ତର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ସହାୟତା: ଟିଟି ତାରକା ସାଥିୟାନ ଦେଲେ ୧.୨୫ ଲକ୍ଷ ଟଙ୍କା

ଚେନ୍ନାଇ,୩୦।୩(ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଭିଜ୍ଞ ଟେବୁଲ ଟେନିସ୍‌ ତାରକା ଜି. ସାଥିୟାନ ଏକ ଲକ୍ଷ ୨୫ ହଜାର ଟଙ୍କା ଦାନ କରିଛନ୍ତି। ଚେନ୍ନାଇ...

ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା...

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)- ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌...

ଡେବ୍ୟୁ ମାଚ୍‌ରେ କ୍ୟାରିୟର ଶେଷ ହେବା ଭଳି ମନେ ହୋଇଥିଲା, ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର 

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ...

ଅଶ୍ୱିନଙ୍କୁ ସୀମିତ ଓଭର କ୍ରିକେଟ ଖେଳାଇବା ଉଚିତ୍‌: ସାକ୍‌ଲିନ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଭାରତର ଶ୍ରେଷ୍ଠ ସ୍ପିନର ବୋଲି ପାକିସ୍ତାନ ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ କହିଛନ୍ତି। ଟେଷ୍ଟରେ ସେ ଆଶତୀତ ସଫଳତା ଅର୍ଜନ କରିଛନ୍ତି।...

ରାହାନେଙ୍କ ନେତୃତ୍ୱକୁ ନେଇ ଏମିତି କହିଦେଲେ ବିରାଟ କୋହଲି

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ବିରାଟ କୋହଲିଙ୍କ...

ବାକି ସମସ୍ତଙ୍କଠାରୁ ଭିନ୍ନ ଲକ୍ଷ୍ନୌର ଜର୍ସି-ଆନ୍ଥେମ୍‌

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଡେବ୍ୟୁ କରିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମଙ୍ଗଳବାର ଟିମ୍‌ ପକ୍ଷରୁ ଜର୍ସି ଏବଂ ଟିମ୍‌ ଆନ୍ଥେମ୍‌ ରିଲିଜ...

ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୦।୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ...

Advertisement
Archives

Model This Week