Posted inଖେଳ

‘ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ ହେବ ନାହିଁ’

ଲଣ୍ଡନ,୧୪।୮(ପି.ଟି.)- ଭାରତ ଓହରିଯିବାର ଧମକ ଦେବା ସତ୍ତ୍ୱେ ମଧ୍ୟ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ ନାହିଁ ବୋଲି କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟ ଲୋଇସ୍‌ ମାର୍ଟିନ ସ୍ପଷ୍ଟ କରିଛନ୍ତି। ୨୦୨୨ରେ ବର୍ମିଂହାମ୍‌ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂକୁ ବାଦ୍‌ ଦିଆଯାଇଛି। ୧୯୭୪ ପରେ ପ୍ରଥମଥର ପାଇଁ ଶୁଟିଂକୁ ଏହି ମେଗା ଇଭେଣ୍ଟରୁ ବାଦ୍‌ ଦିଆଯାଇଛି। ଶୁଟିଂ ଏହି କ୍ରୀଡ଼ାରେ ଏକ ବାଧ୍ୟତାମୂଳକ ଇଭେଣ୍ଟ ନୁହଁ ଓ ଶୁଟିଂ ପାଇଁ ଆମ ପାଖରେ ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂରେ ସବୁବେଳେ ଭଲ ପ୍ରଦର୍ଶନ କରିଥାଏ। ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ଶୁଟିଂରେର ୧୬ଟି ପଦକ ହାସଲ କରିଥିଲା। ଶୁଟିଂକୁ ବାଦ୍‌ ଦିଆଯାଇଥିବାରୁ ଭାରତ ୨୦୨୨ ଗେମ୍ସରୁ ଓହରିଯିବାକୁ ଧମକ ଦେଇଛି। ଏ ସଂକ୍ରାନ୍ତରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅନୁମତି ଲୋଡିଛନ୍ତି।
ଶୁଟିଂକୁ ବାଦ୍‌ ଦିଆଯିବା ନିଷ୍ପତ୍ତି କ୍ରୀଡ଼ା ସମ୍ବିଧାନର ଉଲ୍ଲଂଘନ ନୁହଁ। ଶୁଟିଂ ସବୁବେଳେ ଏକ ଇଚ୍ଛାଧୀନ ଇଭେଣ୍ଟ ହିସାବରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଥାଏ। ଭାରତ ଏହା ହୃଦୟଙ୍ଗମ କରିବା ଉଚିତ ବୋଲି ବର୍ମିଂହାମ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ କାର୍ଯ୍ୟନିର୍ବାହୀ ଇଆନ ରେଡ୍‌ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଗନ୍‌ ଇଣ୍ଡଷ୍ଟ୍ରୀ ୟୁନିୟନ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ଜାହିର କରିଛି। ଶୁଟିଂକୁ ବାଦ୍‌ ଦିଆଯାଇଥିବାରୁ ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବର୍ଜନ କରୁ ବୋଲି ଏହି ୟୁନିୟନ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ରାୟୁଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି: ବିସିସିଆଇ

ନୂଆଦିଲ୍ଲୀ, ୧୮।୪(ପି.ଟି.)-  ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବା ପରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଟୁଇଟ୍‌ କରି ପରୋକ୍ଷରେ ଚୟନକର୍ତ୍ତାକୁ କଟୁ ସମାଲୋଚନା...

ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ

ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ...

ମାଇକେଲ ହୋଲ୍‌ଡିଂଙ୍କ ଅଭିଯୋଗ

ଲଣ୍ଡନ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦାନ ଆକାରରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ସିଡବ୍ଲ୍ୟୁଆଇ)କୁ ଦେଇଥିବା ଅଧା ନିୟୁତ ଡଲାରର ଠିକଣା ଉପଯୋଗ...

ଅନଭିଜ୍ଞ ବୋଲିଂ ଆଟାକ୍‌ ସହ ପଡିଆକୁ ଓହ୍ଲାଇଲା ଭାରତ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।...

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍‌ ଓଭର

ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ବର୍ଷର ଇତିହାସରେ ‘ସୁପର୍‌ ସନ୍‌ଡେ’ ପ୍ରଥମଥର ‘ଫନ୍‌ ଡେ’...

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର...

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଜିତିଲେ ରୁଇଜ୍‌

ନ୍ୟୁୟର୍କ, ୩ା୬(ଏଏଫ୍‌ପି)-ହେଭିଓ୍ବେଟ୍‌ ବକ୍ସିଂ ଇତିହାସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ଆଣ୍ଡି ରୁଇଜ୍‌ ଜୁନିୟର। ସ୍ଥାନୀୟ ମାଡିସନ ସ୍କୋୟାର ଗାର୍ଡେନରେ ଅନୁଷ୍ଠିତ ଏକ ଲଢେଇରେ ଆନ୍ଥୋନୀ...

Advertisement
Archives

Model This Week