ରାଜ୍ୟଗୁଡିକର ଜିଏସ୍‌ଟି ସଂଗ୍ରହ ୫.୧୮ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପରିମାଣ ୫.୧୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୧୭-୧୮ରେ ୯ ମାସରେ ୨.୯୧ ଲକ୍ଷ କୋଟି ଟଙ୍କା ରହିଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର କହିଛନ୍ତି। ଏହା ବାଦ କେନ୍ଦ୍ର ଜିଏସ୍‌ଟି କ୍ଷତିପୂରଣ ବାବଦକୁ ୨୦୧୮-୧୯ରେ ରାଜ୍ୟଗୁଡିକୁ ୮୧,୧୭୭ କୋଟି ଟଙ୍କା ପ୍ରଦାନ କରିଛି। ଏହା ୨୦୧୭-୧୮ ଆର୍ଥତ୍କ ବର୍ଷର ଜୁଲାଇ-ମାର୍ଚ୍ଚ ସମୟ ମଧ୍ୟରେ ୪୮,୧୭୮ କୋଟି ଟଙ୍କା ରହିଥିଲା। ଟିକସ ଅନୁପାଳନକୁ ଉନ୍ନତ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଲୋକସଭାକୁ ଏକ ଲିଖିତ ଉତ୍ତରରେ ନିର୍ମଳା ଏହା କହିଛନ୍ତି। ଜିଏସ୍‌ଟି ସଂଗ୍ରହରେ ରାଜ୍ୟଗୁଡିକ ଧିରେ ଧିରେ ଉନ୍ନତି କରୁଛନ୍ତି। କେନ୍ଦ୍ର ସରକାର କ୍ଷତିପୂରଣ ସହ ଟିକସ ସଂଗ୍ରହରେ ୧୪% ଅଭିବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି।
ବିଜନେସ ଧାରାରେ ବିସ୍ତୃତ ଅଟୋମେଶନ, ଇ-ଓ୍ବେ ବିଲ୍‌ ବ୍ୟବସ୍ଥା, ଦୃଢ ଅନୁପାଳନ ଯାଞ୍ଚ ବ୍ୟବସ୍ଥା, ପ୍ରସ୍ତାବିକ ଇଲେକଟ୍ରୋନିକ୍ସ ଇନଭଏସ ସିଷ୍ଟମ ଭଳି ବ୍ୟବସ୍ଥା ଟିକସ ସଂଗ୍ରହ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ନିର୍ମଳା କହିଛନ୍ତି। ୨୦୧୭ ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ କରାଯାଇଥିବା ବେଳେ ଏହା ମଧ୍ୟରେ ରାଜ୍ୟ ସ୍ତରର ୧୭ ଟିକସ ବିଲୀନ ହୋଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ହାରାହାରି ମାସିକ ଜିଏସ୍‌ଟି ସଂଗ୍ରହ ୯୮,୧୧୪ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୧୭-୧୮ରେ ୮୯,୮୮୫ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ର ବାତ୍ୟା ପୂର୍ବପ୍ରସ୍ତୁତି

ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରିକାଳୀନ ସ୍ଥିତି ସୃଷ୍ଟି...

ଜିଓରେ ୯୦୯୩.୬୦କୋଟି ଟଙ୍କା ନିବେଶ କରିବ ମୁବାଦଲା

ମୁମ୍ବାଇ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ଲାଟ୍‌ଫର୍ମ ଜିଓରେ ଆବୁଧାବି ସ୍ଥିତ ପୁଞ୍ଜି ନିବେଶକାରୀ ସଂସ୍ଥା ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜି...

ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

  ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ...

ଆତସୁସି ଓଗାଟା ହେବେ ହୋଣ୍ଡା ଟୁହ୍ବିଲର୍ସର ଏମ୍‌ଡି

ନୂଆଦିଲ୍ଲୀ,୩। ୫: ହୋଣ୍ଡା ମୋଟର କମ୍ପାନୀ ପକ୍ଷରୁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳନା ଟିମ୍‌ରେ ପରିବର୍ତ୍ତନ ଘୋଷଣା...

ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୬ ମାସ ସମୟ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି। ଏହି କ୍ଷେତ୍ରର ବିଭିନ୍ନ ପରିଯୋଜାନକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାର ଅତିରିକ୍ତ ୬ ମାସ...

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା...

ଷ୍ଟକ୍‌ ବଜାରରେ ଛାଇଗଲା ୩୭୦ ଧାରା ପ୍ରଭାବ

ମୁମ୍ବାଇ,୭-୮: ଦେଶର ଷ୍ଟକ୍‌ ବଜାର ପାଇଁ ଅନେକଗୁଡ଼ିଏ ନକରାମତ୍କ ସୂଚନା ରହିଥିଲେ ସୁଦ୍ଧା ସୋମବାର ଜମ୍ମୁ-କଶ୍ମୀରରେ ୩୭୦, ୩୫ଏ ଧାରା ଉଚ୍ଛେଦ ସୂଚନା ଛାଇ ରହିଥିଲା।...

କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ...

Advertisement
Archives

Model This Week