ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି

ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ପରିବେଶ ଭବନଠାରେ ଅନୁଷ୍ଠିତ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଅର୍ଥରାଶି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରିଛନ୍ତି। ଛତିଶଗଡକୁ ଏବାବଦରେ ୫୭୯୧.୭୦ କୋଟି ଟଙ୍କା ମିଳିଥିବା ବେଳେ ମଧ୍ୟପ୍ରଦଶେ ୫୧୯୬.୬୯ କୋଟି, ଝାଡଖଣ୍ଡ ୪୧୫୮.୦୨ କୋଟି ଏବଂ ମହାରାଷ୍ଟ୍ରକୁ ୩୮୪୪.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡିଶାକୁ ଅନ୍ୟ ରାଜ୍ୟଗୁଡିକଠାରୁ ସର୍ବାଧିକ ଅର୍ଥ ମିଳିଛି। ତେବେ ଏହି ଅର୍ଥକୁ କର୍ମଚାରୀଙ୍କ ଦରମା, ଗସ୍ତ ଖର୍ଚ୍ଚ, ସ୍ବାସ୍ଥ୍ୟ ଭତ୍ତାରେ ଖର୍ଚ୍ଚ ନ କରି ନୂତନ ଜଙ୍ଗଲ ସୃଷ୍ଟି କରିବା, ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ସୃଷ୍ଟି, ନଦୀକୂଳରେ ବନୀକରଣ, ଜଙ୍ଗଲ ନିଆଁ ଲିଭାଇବା, ମୃତ୍ତିକା ସଂରକ୍ଷଣ କରିବା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ଜଙ୍ଗଲ ସୀମା ଓ ଆୟତ୍ତନ ଦୃଷ୍ଟିରୁ ଓଡିଶା ଦେଶର ଚତୁର୍ଥ ରାଜ୍ୟ। ବ୍ୟାପକ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସଂରକ୍ଷଣ ପରିଚାଳନା ଯୋଗୁ ରାଜ୍ୟରେ ଜଙ୍ଗଲ ଆୟତ୍ତ ନ ବୃଦ୍ଧି ପାଇଛି। ଗତ ୨ ବର୍ଷ ମଧ୍ୟରେ ଓଡିଶାରେ ଜଙ୍ଗଲ ଅଞ୍ଚଳ ୮୮୫ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ଆରୁଖ କହିଛନ୍ତି ଯେ କ୍ଷତିପୂରଣ ବନୀକରଣ ପାଣ୍ଠି ଉପଯୋଗ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟ। କାମ୍ପା ଯୋଜନାରେ ୨୦୦୯ରୁ ୨୦୧୭-୧୮ ପର୍ଯ୍ୟନ୍ତ ୯ଟି ବାର୍ଷିକ କାମ୍ପା ଯୋଜନାରେ ଓଡିଶାକୁ ସମୁଦାୟ ୨ ହଜାର ୬୪୪ କୋଟି ଟଙ୍କା ମିଳିଥିଲା। ରାଜ୍ୟ ସରକାର ସେଥିରୁ ୯୨ ପତିଶତ ଅର୍ଥାତ୍‌ ୨ ହଜାର ୬୦୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯-୨୦ରେ କମ୍ପାରେ ରାଜ୍ୟକୁ ମୁଖ୍ୟତ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ସୁରକ୍ଷା, ଦକ୍ଷତା ବଅଦ୍ଧି ଏବଂ ଆନୁଷଙ୍ଗିକ ବ୍ୟୟ ବାବଦକୁ ଓଡିଶା ପାଇଁ ୫୯୨.୫୨ କୋଟି ଟଙ୍କାର ଅନୁଦାନ, ୩୮ କୋଯି ମୂଲ୍ୟରେ କାମ୍ପା କାପାସିଟି ବିଲ୍ଡିଂ ସେଣ୍ଟର ନିର୍ମାଣ ଅନୁମୋଦନ, କାମ୍ପାରେ ପ୍ରଦାନ କରାଯାଇଥିବା ଅନୁଦାନ ଅର୍ଥର ୨ ପ୍ରତିଶତ ପ୍ରଶଣାସନିକ ବ୍ୟୟ ପାଇଁ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ ସମ୍ମିଳନୀରେ ଦାବି ଉପସ୍ଥାପନ କରିଛନ୍ତି। ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଏବଂ ମୁଖ୍ୟ ବନ୍ୟ ସଂରକ୍ଷକ ଉମା ନାନ୍ଦୁରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ ଧରି ଚମ୍ପଟ ମାରିଲେ ଯୁବତୀ

ଭୁବନେଶ୍ୱର,୭।୭(ବ୍ୟୁରୋ):ରାଜଧାନୀର ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ଜଣେ ଯୁବତୀ ଆଇଫୋନ୍‌ କିଣିବା ପରେ ଟଙ୍କା ନ ଦେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।...

‘ଘଟଣା ବେଳେ ଡିଏଫ୍‌ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲାପାଳ’

ପାରଳାଖେମୁଣ୍ଡି, ୧୮ା୮ (ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜେରା ଜାରି ରହିଛି। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ...

ବିଡିଏକୁ ମଲ୍‌ ମାଲିକଙ୍କ ଚ୍ୟାଲେଞ୍ଜ: ହାଇକୋର୍ଟ ଅର୍ଡର ଦେଖାଇ ନିଆଯାଉଛି ପାର୍କିଂ ଫି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜଧାନୀରେ ଥିବା ମଲ୍‌, ସିନେମା ହଲ୍‌, ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାର୍କିଂ ଫି ଆଦାୟ କରିପାରିବେ ନାହିଁ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର...

ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍‌ ପୋଲ

ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ...

ଲୋକଙ୍କୁ କେତେ ଶୋଷିବେ କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୬।୭(ବ୍ୟୁରୋ): କରୋନା ଏବଂ ତଜ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଆର୍ଥିକ ଅନଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି। ଏହି ସମୟରେ...

ଆସିକା ବିଧାନସଭା : ୨୦୯ ବୁଥ୍‌ରେ ଚାଲିଛି ମତଦାନ

ଆସିକା,୧୮ା୪(ଡି.ଏନ.ଏ.): ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୦୯ ବୁଥ୍‌ରେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି । ପ୍ରଥମ ୨ ଘଣ୍ଟା ମଧ୍ୟରେ ମତଦାନ ହାର ଆଶାନୁରୂପ...

ଆଜି ରାଷ୍ଟ୍ରପତି ନିର୍ବାଚନ: ମୁର୍ମୁଙ୍କୁ ଓଡ଼ିଶାରୁ ୧୬୬ ଭୋଟ ମିଳିବା ଆଶା

ଭୁବନେଶ୍ବର, ୧୮ା୭(ବ୍ୟୁରୋ): ଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ସୋମବାର ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ତେବେ...

କଟକରୁ ୧୪୯ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୧।୮-କଟକ ସହରରୁ ଶୁକ୍ରବାର ୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୯ ମଧ୍ୟରୁ ୭୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୧ଟି ଲୋକାଲ କଣ୍ଟାକ୍ଟ...

Advertisement
Archives

Model This Week