ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍‌ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍‌ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ ପାଇଁ ଥିବା କିରୋସିନ କୋଟାକୁ ହ୍ରାସ କରିଚାଲିଛନ୍ତି। ବୁଧବାର ପ୍ରଶ୍ନୋତ୍ତର ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ୨୦୧୧-୧୨ରେ ବର୍ଷକୁ ୪ଲକ୍ଷ ୯୪୪ କିଲୋଲିଟର କିରୋସିନ ଦେଉଥିବା ବେଳେ ୨୦୧୨-୧୩ରେ ୩ଲକ୍ଷ ୯୯ହଜାର, ୨୦୧୩-୧୪ରେ ୩ଲକ୍ଷ ୯୮ହଜାର ୯୮୮, ୨୦୧୪-୧୫ରେ ୩ଲକ୍ଷ ୮୯ହଜାର, ୨୦୧୫-୧୬ରେ ୨ଲକ୍ଷ ୯୨ହଜାର, ୨୦୧୬-୧୭ରେ ୨ଲକ୍ଷ ୪୮ହଜାର, ୨୦୧୭-୧୮ରେ ୨ଲକ୍ଷ ୪୮ହଜାର ଏବଂ ୨୦୧୯-୨୦ରେ ୨ଲକ୍ଷ ୯ହଜାର କିଲୋଲିଟର କିରୋସିନ ରାଜ୍ୟକୁ ମିଳିଛି। ତେବେ ଜୁଲାଇ ମାସ ସୁଦ୍ଧା ପ୍ରତ୍ୟେକ ମାସରେ କେନ୍ଦ୍ର ସରକାର ରାଜ୍ୟକୁ ୨୦ହଜାର ୭୦୦ କିଲୋଲିଟର କିରୋସିନ ଯୋଗାଇ ଦେଇଥିବା ବେଳେ ଅଗଷ୍ଟ ମାସରେ ଏହାକୁ ୧୬ ହଜାର ୩୮୪ କିଲୋଲିଟରକୁ ଖସାଇ ଦେଇଛନ୍ତି। ଏଣିକି ଅଗଷ୍ଟ ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କାର୍ଡ ପାଇଥିବା ହିତାଧିକାରୀମାନଙ୍କୁ ୧.୮୯ ଲିଟର କିରୋସିନ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦...

ପଡ଼ିଶା ଘର ଆଗରେ ପରିସ୍ରା କରିବାରୁ ଗଲା ଜୀବନ

ଜଗତ୍‌ସିଂହପୁର,୧୮।୧୨: ଘର ଆଗରେ ପରିସ୍ରା କରିବାରୁ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି ଜଣେ ୩୫ ବର୍ଷୀୟ ଯୁବକ। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁରର ନିମାପଡ଼ା ଗାଁରେ। ମୃତକ...

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ବତନ୍ତ୍ର ଆଲୋଚନା ଆଜି

ଭୁବନେଶ୍ୱର,୨୩।୩(ବ୍ୟୁରୋ):  ମଙ୍ଗଳବାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଶହେ ବର୍ଷ ପୂରଣ ହେବ। ସେଥିପାଇଁ ବିଧାନସଭାରେ ଏକ ସ୍ବତନ୍ତ୍ର ଆଲୋଚନା ହେବ। ଏ ନେଇ ସର୍ବସମ୍ମତି...

ନନ୍ଦିନୀ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାରସ୍ବତ ସାଧିକା ନନ୍ଦିନୀ ଶତପଥୀଙ୍କ ୯୧ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଶାର ପୂର୍ବତନ...

୪ ବର୍ଷରେ ବନ୍ଦ ହୋଇଥିଲା ଆର୍‌ଏଓ୍ବାଇ : ୭ ସହରରୁ ୩ ସହରରେ ପ୍ରକଳ୍ପ ଶୂନ

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ) ୨୦୧୧ରୁ ଆରମ୍ଭ ହୋଇ ୨୦୧୫ ଜୁନ୍‌ ମାସରେ ବନ୍ଦ ହୋଇଯାଇଥିଲା। ଓଡିଶାର ୭ଟି ସହରକୁ ଏହି ଯୋଜନାରେ...

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ସୋମବାରଠାରୁ ବିମାନ ଚଳାଚଳ: ଗଡ଼ିବ ବସ୍‌, ଅଟୋ, ଟ୍ୟାକ୍ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଏବେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏହା ମେ ୩୧ ଯାଏ ଜାରି ରହିବ। ହେଲେ...

Advertisement
Archives

Model This Week