Posted inଜାତୀୟ

ରାଜୀବ ଗୌବା କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, ୨୨ା୮: ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ଦୁଇ ବର୍ଷ ଲାଗି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ ବୁଧବାର ନିଯୁକ୍ତି ଦିଆାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଏହାକୁ ସ୍ବୀକୃତି ପ୍ରଦାନ କରିଛି। ୧୯୮୨ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର୍‌ର ଆଇଏଏସ୍‌ ଅଫିସର ଗୌବା ପୂର୍ବରୁ ଝାଡ଼ଖଣ୍ଡର ମୁଖ୍ୟ ଶାସନସଚିବ ଭାବେ କାର୍ଯ୍ୟକରିବା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଚିବ ଭାବେ କାର୍ଯ୍ୟକରି ଆସୁଛନ୍ତି। କେନ୍ଦ୍ର ନଗର ଉନ୍ନୟନ ସଚିବ ରହିବା ପରେ ୨୦୧୭ ଅଗଷ୍ଟରୁ ସେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଗାମୀ ୩୦ରେ ଗୌବା କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ଗୌବା ପାଟ୍‌ନା ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ୍‌ କରିବା ସହ ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି...

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ବାତ୍ୟା ମାଣ୍ଡୋସ: ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ, ୯।୧୨:ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର,...

ସୁପ୍ରିମକୋର୍ଟରେ ଇଭିଏମ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୦(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ଗୁଡ଼ିକ ନିର୍ବାଚନ କମିଶନଙ୍କ ବଦଳରେ କେତେକ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ନେଇ ଏକ ରାଜନୈତିକ ଦଳର ଅଭିଯୋଗକୁ ସୁପ୍ରିମକୋର୍ଟ...

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ସରକାରଙ୍କୁ ୨୨ ଘଣ୍ଟିଆ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୧୧: ମହାରାଷ୍ଟ୍ରର କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ରବିବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୨ ଘଣ୍ଟା ପାଇଁ ଆଶ୍ୱସ୍ତି ମିଳିଛି। ଭାଜପା ଓ ଜାତୀୟତାବାଦୀ...

ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ...

ଚାଇନା, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ସହ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଭୟ ଚାଇନା ଏବଂ ପାକିସ୍ତାନ ଚେତାବନୀ ଦେଇଛନ୍ତି।...

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ...

Advertisement
Archives

Model This Week