ରାଜା ବାହାଦୁର ନିଷ୍ଠାପର ଜନସେବକ ଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଖଲ୍ଲିକୋଟର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ। ଉଭୟ ରାଜତନ୍ତ୍ର ଏବଂ ଗଣତନ୍ତ୍ରରେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ଶ୍ରଦ୍ଧା ଓ ଆଦର ଲାଭ କରିପାରିଥିଲେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଗଞ୍ଜାମ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା। ଜଣେ ସ୍ବାଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଭାବେ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ବଞ୍ଚତ୍ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ସୂଚନା ଭବନଠାରେ ଆୟୋଜିତ ତାଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜା ବାହାଦୁରଙ୍କ କାର୍ଯ୍ୟଧାରା, ଆଦର୍ଶ, ପ୍ରତିବଦ୍ଧତା ଏବଂ ଓଡ଼ିଶା ମାଟି ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜ ପରିବାରର ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜା ବାହାଦୁରଙ୍କୁ ଜଣେ ବିକାଶ ପୁରୁଷ ଭାବେ ସେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ବିକାଶ କ୍ଷେତ୍ରରେ ରାଜା ବାହାଦୁରଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜା ବାହାଦୁରଙ୍କ ଦୂରଦୃଷ୍ଟି ଓ ଦେଶଭକ୍ତି ଉତ୍ତରପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ଆଶା ପ୍ରକଟ କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଳିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ରାଜା ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ ସିଂ ସ୍ବାଗତ ଭାଷଣ ଓ ପୂଜ୍ୟପୂଜା ସାହିତ୍ୟ ସଂସଦ ସମ୍ପାଦକ ମହେଶ୍ୱର ବରାଡ଼ ଧନ୍ୟବାଦ ଦେଇଥିଲେ। ଗଞ୍ଜାମର ପ୍ରାଚୀନ ଲୋକନୃତ୍ୟ ଭାରତ ଲୀଳା ଓ ବନଦେବୀ ନାଟ୍ୟ ସଂସଦ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର...

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦, ୩୬୮ ଆକ୍ରାନ୍ତ; ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ…

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଦୈନିକ ଦଶ ହଜାରରୁ ଖସୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦,୩୬୮ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ...

ଟେକ୍ନୋଲୋଜି,ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଡିଜିପି

କଟକ ଅଫିସ, ୩୧।୧୨: ୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି...

ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି...

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ସହ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏହାର ପ୍ରତିବାଦରେ...

Advertisement
Archives

Model This Week