ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକରେ ମାନସ ମନ୍ଥନ ହେବ। ଏବେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସେସ୍‌ ବା ଉପକର ଏବଂ ଜିଏସ୍‌ଟି ହାରରେ ବୃଦ୍ଧି ନେଇ ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟ ବିରୋଧ କରୁଛନ୍ତି। ବର୍ତ୍ତମାନ ଖାଉଟି ଏବଂ ଶିଳ୍ପ ଏବେ ଖରାପସ୍ଥିତି ଦେଇ ଗତି କରୁଥିବାରୁ ଏ ସମୟରେ ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକ ନାପସନ୍ଦ କରୁଛନ୍ତି। ମାତ୍ର ରାଜସ୍ବ ହ୍ରାସ ବୃହତ୍‌ ଥିବାରୁ ଏହାର ଭରଣା ଲାଗି ଜିଏସ୍‌ଟିରେ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ରାଜସ୍ବ ବୃଦ୍ଧି ଲାଗି ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍‌ଟି, ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବୃଦ୍ଧି, ହାରରେ ପରିବର୍ତ୍ତନ, ଅନୁପାଳନ, ଏବଂ ଟିକସ ଢାଞ୍ଚାରେ ତର୍ଜମା ପାଇଁ ପରାମର୍ଶ ଲୋଡାଯାଇଥିଲା। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜିଏସ୍‌ଟି ପରିଷଦ ପକ୍ଷରୁ ରାଜ୍ୟଗୁଡିକୁ ଏକ ଚିଠି ଲେଖାଯାଇଛି। ଟିକସ ପରିସରରୁ ବାହାରେ ରଖାଯାଇଥିବା ସାମଗ୍ରୀ ଉପରେ ଟିକସ ଲାଗୁ ହେବ କି ନାହିଁ ସେ ସମ୍ପର୍କରେ ପରାମର୍ଶ ଲୋଡା ଯାଇଛି। ଏହା ଅତ୍ୟନ୍ତ କ୍ଷତିକାରକ। ବର୍ତ୍ତମାନର ଟିକସ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ ହେବା ଆବଶ୍ୟକ। ଏହାବାଦ କୌଣସି ନୂଆ ସେସ୍‌ ଲାଗୁ ନ ହେବା ଉଚିତ। କାରଣ ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥା ଯୋଗୁ ଶିଳ୍ପ ଏବଂ ଖାଉଟି ଏବେ ପ୍ରଭାବିତ ସ୍ଥିତିରେ ରହିଥିବା ମିତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।
ଏଭଳି ସ୍ଥିତିରେ ନୂଆ ଟିକସ ଢାଞ୍ଚା ଏବଂ ସେସ୍‌ ଦ୍ୱାରା ବୋଝ ଲଦିବା ପରିବର୍ତ୍ତେ ନୂଆ ଉପାୟ ଉପରେ ଚିନ୍ତା କରିବାକୁ ହେବ ବୋଲି ମିତ୍ର ମତ ରଖିଛନ୍ତି। ଏହି ସମୟରେ ଶିଳ୍ପଗୁଡିକୁ କିଛି ସହାୟତା ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟିକସ ହାରରେ ପରିବର୍ତ୍ତନ କରି ରାଜସ୍ବ ହାସଲ କରିବା ଅପେକ୍ଷା ଟିକସ ଚୋରି ଏବଂ ଠକେଇ ରୋକିବା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସୋମବାର କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫,୨୮୯ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ବଜେଟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ତୁଳନାରେ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ରାଜସ୍ବ ସଂଗ୍ରହ ୪୦% କମିଛି। ଏପ୍ରିଲ ନଭେମ୍ବର ସମୟରେ କେନ୍ଦ୍ର ସରକାର କେନ୍ଦ୍ର ଜିଏସ୍‌ଟି ବାବଦ ୩.୨୮ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏହି ସମୟରେ ୫.୨୬ ଲକ୍ଷ କୋଟି ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri