ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଅପାଠୁଆଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଜୟପୁର,୩୦-୫: ରାଜସ୍ଥାନ ହାଇକୋର୍ଟ ଅପାଠୁଆ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାସ୍ତା କଡରେ ଦର୍ଶାଯାଇଥିବା ନିର୍ଦ୍ଦେଶ, ସାଇନ୍‌ ବୋର୍ଡ ଅଥବା ସତର୍କ ଚେତାବନୀ ପଢି ପାରୁ ନ ଥିବା ଡ୍ରାଇଭର ପଥଚାରୀଙ୍କ ଲାଗି ବିପଦ ହେଉଛନ୍ତି ଏବଂ ସେମାନଙ୍କର କ୍ଷତି ପହଞ୍ଚାଉଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ପ୍ରକାଶ ଶର୍ମା ନିଜର ୨ ପୃଷ୍ଠିଆ ଆଦେଶରେ କହିଛନ୍ତି ଯେ, ମୋଟର ବାହନ ନିୟମ କେବଳ ଲାଇସେନ୍ସ ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ହୋଇନାହିଁ। ବରଂ ପଥରେ ଚାଲୁଥିବା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ହୋଇଛି। ସେମାନଙ୍କ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଜରୁରୀ। ରାଜସ୍ଥାନ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଏକ ଗାଇଡଲାଇନ ଜାରି କରିବାକୁ ବିଚାରପତି ତାଙ୍କ ଆଦେଶରେ ଦର୍ଶାଇଛନ୍ତି। ପଢ଼ିବାରେ ଅକ୍ଷମ ଏଭଳି ଡ୍ରାଇଭରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶ ଜାରି କରିବା ସହ ଆବେଦନକାରୀ ଦୀପକ ସିଂଙ୍କ ଆବେଦନକୁ ମଧ୍ୟ ବିଚାରପତି ଖାରଜ କରିଦେଇଛନ୍ତି। ଦୀପକ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ନିକଟରେ ଦୀର୍ଘ ୧୩ ବର୍ଷ ଧରି ଲାଇଟ୍‌ ମୋଟର ଭେହିକିଲ୍‌ ଚଳାଇବାର ଅଭିଜ୍ଞତା ରହିଛି। ତାଙ୍କୁ ହେଭି ଭେହିକିଲ୍‌ ଚଳାଇବା ଲାଗି ଲାଇସେନ୍ସ ପ୍ରଦାନ କରାଯାଉ। କିନ୍ତୁ ଦୀପକ ଅପାଠୁଆ ବୋଲି ମାମଲାର ଶୁଣାଣି ବେଳେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ରିଟେଲରେ ନିବେଶ କରିପାରେ ଆମାଜନ

ବାଙ୍ଗାଲୋର,୨୪।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଆର୍ମ ରିଲାଏନ୍ସ ରିଟେଲରେ ନିବେଶ ଲାଗି ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଆଗ୍ରହ ଦେଖାଇଛି। ଜେଫ୍‌...

ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ...

ବଜେଟରେ ଆସିପାରେ ଭାକ୍ସିିନ ସେସ୍‌

ନୂଆଦିଲ୍ଲୀ: କରୋନା ଭାକ୍ସିନ କାର୍ଯ୍ୟକାରୀ କରାଇବା ଲାଗି ବଜେଟରେ ନୂଆ ସେସ୍‌ ଲାଗୁ ହୋଇପାରେ। ଏ ନେଇ ବର୍ତ୍ତମାନ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ...

ଫ୍ଲିପ୍‌କାର୍ଟରୁ ଅଲଗା ହେଲା ଫୋନ୍‌ପେ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍‌ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ...

ପ୍ଲେ ଷ୍ଟୋରରୁ ହଟିଲା ୩୦ ଚାଇନା ଆପ୍‌

ନୂଆଦିଲ୍ଲୀ,୨୦।୬: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୩୦ ଚାଇନା ଭିତ୍ତିକ ମୋବାଇଲ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍ଲିକେଶନଗୁଡିକୁ ୨ କୋଟି...

‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଆତସୁସି ଓଗାଟା ହେବେ ହୋଣ୍ଡା ଟୁହ୍ବିଲର୍ସର ଏମ୍‌ଡି

ନୂଆଦିଲ୍ଲୀ,୩। ୫: ହୋଣ୍ଡା ମୋଟର କମ୍ପାନୀ ପକ୍ଷରୁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳନା ଟିମ୍‌ରେ ପରିବର୍ତ୍ତନ ଘୋଷଣା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୨%

ଭୁବନେଶ୍ୱର,୧-୧୦(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁଲାଇରେ ୩୧୯ ପଏଣ୍ଟ ଥିଲା। ଏହା ଅଗଷ୍ଟରେ ୧ ପଏଣ୍ଟ...

Advertisement
Archives

Model This Week