Posted inଜାତୀୟ

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଅଭିଯୋଗ କରାଯାଇଛି। ପ୍ରଥମେ କେରଳ ପରେ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ ଓ ରାଜସ୍ଥାନରେ ସିଏଏକୁ ଖୋଲାଖୋଲି ଭାବେ ବିରୋଧ କରାଯାଇ ଏଭଳି ପ୍ରସ୍ତାବ ଗୃହୀତ କରାଯାଇଛି। ରାଜସ୍ଥାନରେ ଏହି ପ୍ରସ୍ତାବ ପାସ୍‌ କରାଯିବା ସହ କେନ୍ଦ୍ର ସିଏଏର ପୁନଃସମୀକ୍ଷା କରିବା ଉଚିତ ବୋଲି କୁହାଯାଇଛି। ସିଏଏ ସମ୍ବିଧାନର ନିୟମକୁ ଉଲ୍ଲଂଘନ କରୁଛି ଓ ନାଗରିକତ୍ୱ ଲାଗି ଧର୍ମକୁ ଆଧାର କରି କେନ୍ଦ୍ର ଆଣିଥିବା ପ୍ରସ୍ତାବ ଭେଦଭାବ ବଢ଼ାଉଛି ବୋଲି ଅଭିଯୋଗ କରାଯାଇଛି। ତେଣୁ ସିଏଏକୁ ପ୍ରତ୍ୟାହାର କରିନେବା ଲାଗି କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଗୃହରେ ପ୍ରସ୍ତାବ ଆଗତ କରିବାବେଳେ ମନ୍ତ୍ରୀ ଶାନ୍ତି ଧରିଓ୍ବାଲ କହିଥିଲେ, ସମସ୍ତ ଧର୍ମ ଲାଗି ଗୋଟିଏ ଆଇନ ଅଣାଯାଇ ପାତରଅନ୍ତର ଦୂର କରିଯିବା ଉଚିତ। ବିଧାନସଭାରେ ଏଭଳି ପ୍ରସ୍ତାବ ଅଣାଯିବା ଅଧିକାରକୁ ନେଇ ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କଟାରିଆ ପ୍ରଶ୍ନ ଉଠାଇଛନ୍ତି। ନାଗରିକତ୍ୱ ପ୍ରଦାନକରିବା କେନ୍ଦ୍ର ଆଇନ ପରିସରଭୃକ୍ତ ଓ ଏଥିରେ ରାଜ୍ୟର କୌଣସି କ୍ଷମତା ନାହିଁ। ତୁଷ୍ଟୀକରଣ ଓ ଭୋଟବ୍ୟାଙ୍କ ରାଜନୀତି ଛାଡ଼ି କେନ୍ଦ୍ରୀୟ ଆଇନ ବିରୋଧରେ ଯିବା ଠିକ୍‌ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ...

ଏସ୍‌ପି ସହ ହାତ ମିଳାଇବାକୁ ଚାହାନ୍ତି ମମତା

ଲକ୍ଷ୍ନୌ, ୧୨।୯: ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ...

ପୁଣିଥରେ ଏଏପିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହେଲେ କେଜରିୱାଲ

ନୂଆଦିଲ୍ଲୀ,୧୨ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଲଗାତାର ତୃତୀୟ ଥର...

ଲକ୍‌ଡାଉନ: ମେ’ ୩ ପଛରେ କ’ଣ ରହିଛି ଗଣିତ

ନୂଆଦିଲ୍ଲୀ,୧୪।୪: ସାରା ବିଶ୍ୱର ମୁଣ୍ଡ ବିଗାଡିଛି କରୋନା ଭାଇରସ। ସାରା ବିଶ୍ୱରେ ଦିନକୁ ଏହା ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଥିବା ବେଳେ ହଜାର ହଜାର...

ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍‌ରେ ଫୁଟାଯିବନି ବାଣ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍‌ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ଟଳିପଡିଲେ ୪ ନକ୍ସଲ

ପାଟନା,୧୦।୯: ବିହାରର ପଶ୍ଚିମ ଚମ୍ପାରନର ବାଗହା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

୬ ମାସ ମାଗଣା ମିଳିବ ରାଶନ, କ୍ୟାବିନେଟ୍‌ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୬।୩ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ୬ ମାସ ବୃଦ୍ଧି କରାଯାଇଛି। ଏହା ମାର୍ଚ୍ଚ ୩୧ରେ ଶେଷ ହେଉଥିଲା।...

Advertisement
Archives

Model This Week