Posted inଜାତୀୟ

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା ମିଳିଛି। ଶନିବାର ଏକ କେନ୍ଦ୍ରୀୟ ଟିକ୍‌ ହସ୍ପିଟାଲ ଗସ୍ତ କରିଥିବା ସମୟରେ କୋଟାର ଏମ୍‌ପି ତଥା ଲୋକ ସଭା ସ୍ପିକର ଓମ୍‌ ବିରଲା ମଧ୍ୟ ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ସେ ମୃତ ଶିଶୁଙ୍କ ପରିବାରଙ୍କୁ ଭେଟିଛନ୍ତି। କେଉଁ କାରଣ ପାଇଁ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଠିକ୍‌ ନୁହେଁ। ଏଥିରୁ ବିରତ ରହିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ଏସ୍‌ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍‌ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର...

ଲକ୍‌ଡାଉନ ସମୟରେ ସାମ୍ନାକୁ ଆସିଛି ପୋଲିସର ମାନବିକତା: କେନ୍ଦ୍ର

ନୂଆଦିଲ୍ଲୀ, ୨୬ ।୯: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନ ସମୟରେ ପୋଲିସର ପ୍ରତିକ୍ରିୟାକୁ ନେଇ...

ଆଇରନ୍‌ ଲେଡିଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ ଅବସରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ...

ଆତଙ୍କବାଦ ସବୁଠୁ ବଡ଼ ସମସ୍ୟା

ନୂଆଦିଲ୍ଲୀ, ୧୮ା୧୧: ଆତଙ୍କବାଦ ବିଶ୍ୱ ଲାଗି ଏବେ ବଡ଼ ବିପଦ ପାଲଟିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ସହାୟତା ଦେଉଥିବା ଦେଶକୁ ଦୋଷ ଦେବା ସହ ଏହା...

ଚନ୍ଦ୍ରାବାବୁଙ୍କୁ ଝଟକା:ଭାଜପାରେ ମିଶିଲେ ୪ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୧।୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୪ ରାଜ୍ୟ ସଭା ସଦସ୍ୟ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ସେମାନେ ହେଲେ...

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍‌ ହେଲେ ଦୋଷୀଙ୍କ ପତ୍ନୀ

ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ...

ସୋମବାର ୭୩ ବର୍ଷରେ ପଦାର୍ପଣ କରିବେ ସୋନିଆ ଗାନ୍ଧୀ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ପାଳିବେ ନାହିଁ ଜନ୍ମଦିନ

ନୂଆଦିଲ୍ଲୀ,୮।୧୨: ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୩ ବର୍ଷରେ ପଦାର୍ପଣ କରିବେ। ତେବେ ଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ଜନ୍ମଦିନ ପାଳିବେ...

Advertisement


Archives

Model This Week