ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍‌ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍‌ କାର୍ଯ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍‌ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ ଟିକିଏ ଅସୁବିଧା ହୋଇଥିଲା। ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଭ୍ୟ ଧ୍ରୁବଚରଣ ସାହୁ ପଚାରିଥିଲେ ଯେ, କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର କେତୋଟି ରାଜସ୍ବ ଗ୍ରାମକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯାଇନାହିଁ। କେଉଁ ଗ୍ରାମଗୁଡ଼ିକୁ କେବେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯିବ। ମନ୍ତ୍ରୀ କହିଥିଲେ, କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସମସ୍ତ ଗ୍ରାମକୁ ବିଦ୍ୟୁତୀକରଣ କରାଯାଇଛି। ବ୍ଲକର କେତେକ ଗ୍ରାମରେ ବିଦ୍ୟୁତ୍‌ ଭିତ୍ତିଭୂମିର ସଂଯୋଗୀକରଣ କାର୍ଯ୍ୟ ଚାଲୁ ରହିଛି। ତାହା ଯଥାଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ କରାଯାଉଛି। ରାଜନଗର ବ୍ଲକର ବଡ଼ାଡିଆଠାରେ ୩୩/୧୧ କେଭି ସବ୍‌ଷ୍ଟେଶନ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ବ୍ଲକର କୁନ୍ଦୁପୁରଠାରେ ଏକ ୧୩୨/୩୩କେଭି ଗ୍ରୀଡ୍‌ ସବ୍‌ଷ୍ଟେଶନ କାର୍ଯ୍ୟ ଚାଲୁ ରହିଛି। ଏହାକୁ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଶନିବାର ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ନିମନ୍ତେ କଥାକାର, ଔପନ୍ୟାସିକା...

ରାଜ୍ୟରେ ୧୨.୪୪ ଲକ୍ଷ ଭିନ୍ନକ୍ଷମ: ମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୪୪ ହଜାର ୪୦୨ଜଣ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କୁ ୨୧ଟି ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି। ସେମାନଙ୍କ ଶିକ୍ଷା...

ରାୟଗଡ଼ା ପିଲା ପଢ଼ୁଛନ୍ତି ଆନ୍ଧ୍ର ସ୍କୁଲରେ

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ...

ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି।...

ବ୍ୟାରିକେଟ୍‌ରେ ଫସିଗଲା ଶିଶୁକନ୍ୟାଙ୍କ ମୁଣ୍ଡ

ପୁରୀ ଅଫିସ,୩।୪: ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚପଲ ଷ୍ଟାଣ୍ଡ ବ୍ୟାରିକେଟରେ ଜଣେ ଶିଶୁକନ୍ୟା ଫସି ରହିଥିଲେ। ପୋଲିସ ଏବଂ ଅଗ୍ନିଶମ...

ଭୁବନେଶ୍ୱର, କଟକ ପାଇଁ ଚିନ୍ତା ବଢ଼ିଲା: ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରେନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ଖୋର୍ଦ୍ଧା...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ପୋଲିସକୁ ଚକ୍‌ମା ଦେଇ ନାବାଳକଙ୍କ ଫେରାର ଉଦ୍ୟମ

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋର୍ଟ ଥାନା ଅଞ୍ଚଳରେ ରଜ ପୋଷାକ ପାଇଁ ମା’ଙ୍କୁ ହତ୍ୟା କରିଥିବା ନାବାଳକ ପୁଅଙ୍କୁ ରବିବାର ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିବା ବେଳେ...

Advertisement
Archives

Model This Week