ରାଜଧାନୀ ପାଣି ପାଣି

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ ମନ୍ଦିର ଅଞ୍ଚଳ, ବେହେରାସାହି, ରସୁଲଗଡ଼, କଟକ ରୋଡ୍‌, ମାଉସୀମା ଛକ, ୟୁନିଟ-୮ ଅଞ୍ଚଳ, ବମିଖାଲ, ସୂର୍ଯ୍ୟନଗର, ପୋଖରୀପୁଟ, ସୌଭାଗ୍ୟନଗର, ସତ୍ୟବିହାର, ଜିଜିପି କଲୋନୀ, ସାଲିଆସାହି ଆଦି ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ମୁଖ୍ୟ ରାସ୍ତା ଯଥା ବିଦ୍ୟୁତ୍‌ ମାର୍ଗ, ଜନପଥ, କଟକରୋଡ୍‌ ଓ ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥର ସ୍ଥିତି ସବୁଠୁ ଜଟିଳ ହୋଇପଡିଥିଲା। ସେହିପରି ଅନେକ କଲୋନୀ ଓ ତଳି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା। ପାଣି ଛାଡ଼ିବା ପରେ ମଇଳା ଓ ଆବର୍ଜନାର ଆସ୍ତରଣ ରାସ୍ତାରେ ଜମି ରହିଥିଲା। ପାଣିରେ ଫସି ରହିଥିବା ଗାଡ଼ି ଓ ସାଇକେଲରେ ମଧ୍ୟ ଆବର୍ଜନା ଲାଖିରହିଥିବା ଦେଖିବାକୁ ମିଳିଥିଲା।

ଜନ୍ମାଷ୍ଟମୀ ପାଇଁ ଶୁକ୍ରବାର ସକାଳୁ ଚଳଚଞ୍ଚଳ ଥିଲା ରାଜଧାନୀ। ଘରଠାରୁ ମନ୍ଦିର ପର୍ଯ୍ୟନ୍ତ ଲୋକେ ଯିବାଆସିବା କରୁଥିଲେ। ଆଉ କିଏ ଅନ୍ୟ କାର୍ଯ୍ୟରେ ବାହାରିଥିଲେ। ଛୁଟିଦିନ ସହ ଭଲ ପାଗ ଥିବାରୁ ରାସ୍ତାଘାଟ ସବୁଠି ଭିଡ଼ ବି ଥିଲା। ସକାଳ ପ୍ରାୟ ୮ଟା ୪୫ ବେଳକୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷା ବଢ଼ିବା ସହ ସାଢ଼େ ୯ଟାରେ ହଠାତ୍‌ ନିର୍ଧୂମ୍‌ ଛେଚିଥିଲା। ଦେଢ଼ ଘଣ୍ଟା ଧରି ବାଦଲଫଟା ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହୋଇଯାଇଥିଲା। ରାସ୍ତା, ଡ୍ରେନ୍‌ ଏକାକାର ହୋଇପଡିଥିଲା। ସହରର ଅଧିକାଂଶ ମୁଖ୍ୟ ରାସ୍ତା, ଓଭରବ୍ରିଜ ଓ କଲୋନୀ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ତେବେ କିଛି ସମୟ ପରେ ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯାଇଥିଲା। ଡ୍ରେନ୍‌ର ଲେଉଟାଣି ଆର୍ବଜନା ମିଶା ପାଣି ବିଭିନ୍ନ ରାସ୍ତାକୁ ବୁଡାଇ ଘର, ବାହାରେ ଯେଉଁଠି ପାରିଲା ପଶିଥିଲା। ଏପଟେ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟାଏ ପାଣି ହେବାରୁ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ସହରର ସ୍ଥିତି ପୂରା ଜଟିଳ ହୋଇଯାଇଥିଲା। କେଉଁଠି କାର୍‌ ଭାସୁଥିଲା ତ ଆଉ କେଉଁଠି ବାଇକ୍‌ଗୁଡିକ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଥିଲା। ଲୋକେ ବହୁ ସମୟ ଧରି ଫସି ରହି ହଟହଟା ହୋଇଥିଲେ। ଏପରି ସ୍ଥିତି ପାଇଁ କିଏ ସରକାରଙ୍କୁ ତ ପୁଣି ଆଉ କିଏ ଭୁବନେଶ୍ୱର ମହାନଗର ନିଗମକୁ ଗାଳି କରୁଥିବା ଶୁଣିବାକୁ ମିଳିଥିଲା। ଏପରିକି ସ୍ମାର୍ଟ ସିଟିକୁ ନେଇ ନାନା କଟାକ୍ଷ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri