ରାଜଧାନୀରେ ସାମାନ୍ୟ ପ୍ରଭାବ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଭୁବନେଶ୍ୱରରେ ବାତ୍ୟା ଅମ୍ଫନ୍‌ର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି। ଏହା ପ୍ରଭାବରେ ମଙ୍ଗଳବାରଠାରୁ ଝିପିଝିପି ବର୍ଷା ହୋଇଥିବାବେଳେ ବିଳମ୍ବିତ ରାତିରୁ ବୁଧବାର ମଧ୍ୟାହ୍ନ ଯାଏ ବର୍ଷିଥିଲା। ୪୦ରୁ ୫୦ କି.ମି. ବେଗରେ ପବନ ବହିଥିଲେ ମଧ୍ୟ ରାଜଧାନୀରେ ସେପରି କିଛି କ୍ଷୟକ୍ଷତି ଘଟି ନ ଥିବା ଜଣାପଡିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ସହରରେ ସ୍ବାଭାବିକ୍‌ ବର୍ଷା ହୋଇଛି। ବୁଧବାର ପ୍ରାୟ ୩୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟା ନଜରକୁ ଆସିନାହିଁ। ଏହାସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜର ରଖାଯାଇ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ୍‌ ବ୍ୟବସ୍ଥା କରାଯାଇଥିଲା ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ସେହିପରି ବାତ୍ୟା ବିପତ୍ତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ବିଭିନ୍ନ ସମୟରେ ପ୍ରାୟ ୧୩ଘଣ୍ଟା ବିଦ୍ୟୁତ୍‌ କାଟ ହୋଇଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗଛ ପଡ଼ିବା କାରଣରୁ ବିଦ୍ୟୁତ୍‌ ସରବରାହ କିଛି ସମୟ ପାଇଁ ବନ୍ଦ ଥିଲା। ଗଛ କଟାଯିବା ପରେ ବିଦ୍ୟୁତ୍‌ ସରବରାହ କରାଯାଇଥିଲା। ବୁଧବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା।
ପଦଚାରୀ ପ୍ରବାସୀ ହଟହଟା
ପବନ ଓ ବର୍ଷାରେ ସବୁଠୁ ବେଶି ସମସ୍ୟା ଭୋଗିଥିଲେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ। ମୁଣ୍ଡ ଗୁଞ୍ଜିବା ପାଇଁ ଦୁଇଦିନ ଧରି ନାନା ହଟହଟା ହୋଇଥିଲେ। କେତେଜଣ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ପୂର୍ବରୁ ଏକ ଫୁଟ୍‌ପାଥ୍‌ ଦୋକାନ କଡ଼ ଓ ରାସ୍ତାପାର୍ଶ୍ୱରେ ମୁଣ୍ଡଗୁଞ୍ଜିଥିବା ଦେଖିବାକୁ ମିଳିଥିଲା। ସେହିଭଳି ପୁଟ୍‌ପାଥ୍‌ରେ ରହୁଥିବା ଅସହାୟମାନେ ମଧ୍ୟ ଦୟନୀୟ ଅବସ୍ଥାରେ ରହିଥିଲେ। ମଙ୍ଗଳବାର ସେମାନେ ଖୋଲାଥିବା କିଛି ଦୋକାନରୁ ବିସ୍କୁଟ ଖାଇ ଜୀବନ ବଞ୍ଚାଇଥିଲେ। କେତେକ ସ୍ଥାନରେ ସାମାଜିକ କର୍ମୀ ଖାଇବାକୁ ଦେଇଥିଲେ। ହେଲେ ବୁଧବାର ବାତ୍ୟା ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଭୋକରେ ରହିଥିଲେ।

ବିଶେଷ କ୍ଷୟକ୍ଷତି ହୋଇନାହିଁ : ଅଗ୍ନିଶମ ବିଭାଗ

ଗତବର୍ଷ ଫନୀରେ ଭୁବନେଶ୍ୱର ଛାରଖାର ହୋଇଯାଇଥିଲା। ତେଣୁ ବାତ୍ୟା ଅମ୍ଫନ୍‌କୁ ମୁକାବିଲା କରିବାକୁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିଲା। ହେଲେ କିଛି ସ୍ଥାନରେ କେବଳ ଗଛ ଭାଙ୍ଗି ପଡିଥିବାବେଳେ କେତେକ ସମ୍ବେଦନଶୀଳ ଅଞ୍ଚଳରେ ସ୍ବଳ୍ପ ସମୟ ପାଇଁ ବର୍ଷା ପାଣି ଜମି ରହିଥିଲା। ସେପରି ବିଶେଷ କିଛି କ୍ଷତି ଘଟିନାହିଁ ବୋଲି ଅଗ୍ନିଶମ ଅଧିକାରୀ ରମେଶ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହରର ବଡ଼ ସମସ୍ୟା ହେଉଛି ବର୍ଷାଜଳ ଜମି ରହିବା। ବମିଖାଲ, କଟକରୋଡ୍‌, ଇସ୍କନ, ଜୟଦେବ ବିହାର, ନୟାପଲ୍ଲୀ ବେହେରା ସାହି, ଶତାବ୍ଦୀ ନଗର, ପଟିଆ, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳର ରାସ୍ତାରେ କିଛି ସମୟ ପାଇଁ ପାଣି ଜମି ରହିଥିଲା। ଅଗ୍ନିଶମ ବିଭାଗର ୪ ଟିମ୍‌ ପମ୍ପ ସାହାଯ୍ୟରେ ପାଣି କଢ଼ାଯାଇଥିଲା। ସେହିପରି ୩ଟି ଦଳ ସହର ଭିତରେ ଉପୁଡି ପଡିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ। ସେହିପରି ଆଉ ୩ଟି ଟିମ୍‌ ଆପାତ୍‌କାଳୀନ ସ୍ଥିତି ପାଇଁ ସଜାଗ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?