ରାଜଧାନୀରେ ଭିକାରିଙ୍କୁ ହତ୍ୟା, ୨ ବସ୍‌ ପୋଡ଼ି ଘଟଣା : ୨ବର୍ଷ ପରେ ବି ଅଭିଯୁକ୍ତଙ୍କୁ ପାଇନି ପୋଲିସ

କଟକ ରୋଡ,୧ା୭(ଡି.ଏନ୍‌.ଏ.) : ରାଜଧାନୀରେ ବଡଗଡ଼ ଥାନା ଅଞ୍ଚଳରେ ୨ବର୍ଷ ପୂର୍ବରୁ ଘଟିଥିବା ଅନେକ ଚର୍ଚ୍ଚିତ ୨ ପ୍ରମୁଖ ଅପରାଧ ଘଟଣାର ପୋଲିସ ଏଯାବତ ସୁରାକ ପାଇପାରି ନାହିଁ। ଘଟଣାର କିଛିଦିନ ପର୍ଯ୍ୟନ୍ତ ତଦନ୍ତ ଜୋରସୋର ହେବା ପରେ କୌଣସି ତଥ୍ୟ ନ ପାଇବାରୁ ଧୀରେ ଧୀରେ ଶିଥିଳ ହୋଇପଡିଛି। ସୂଚନା ଅନୁଯାୟୀ, ୨୦୧୭ ଫେବୃୟାରୀ ୯ତାରିଖରେ ବଡ଼ଗଡ଼ ଥାନା ଅଧୀନ ଟଙ୍କପାଣି ରୋଡସ୍ଥିତ ମେଘେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଯୁବକଙ୍କ କେବଳ ପୁରୀ ଅଞ୍ଚଳର ଭାସିଆ ବୋଲି ଜଣାପଡିଥିବାବେଳେ ସମ୍ପୂର୍ଣ୍ଣ ଠିକଣା ପାଇ ନଥିଲେ। ଏପରିକି ପୂର୍ବରୁ ସେ ଜଣେ ଟ୍ରକ ଚାଳକ ଥିବାବେଳେ ପ୍ରାୟ ୧୫ବର୍ଷରୁ ଊର୍ଦ୍ଧ୍ୱ ଧରି ମେଘେଶ୍ୱର ଓ ଟଙ୍କପାଣ ରୋଡରେ ଥିବା ସାଇ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିଲେ। କେହି ହତ୍ୟାକରି ମନ୍ଦିର ପରିସରରେ ଫିଙ୍ଗି ପଳାଇଥିଲେ। ତେବେ ଘଟଣା ପୂର୍ବଦିନ ମନ୍ଦିର ଦୂରରେ ଏକ ଭୋଜି ହୋଇଥିବାବେଳେ ଭାସିଆ ମଧ୍ୟ ସେଥିରେ ଉପସ୍ଥିତ ଥିଲେ। ଟଙ୍କା ଭାଗବଣ୍ଟାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିବାର ପୋଲିସ ସୂଚନା ପାଇଥିଲା। ତେବେ କେଉଁ କାରଣରୁ ଭାସିଆ ହତ୍ୟାର ଶିକାର ହୋଇଥିଲେ ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଏ ନେଇ ଥାନାରେ ନଂ୪୨/୧୭ରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଏହାର ୪ମାସ ପରେ ବଡଗଡ଼ ଥାନା ଅଧୀନ ମ୍ୟୁଜିୟମ ଛକରେ କେତେକ ଦୁର୍ବୃତ୍ତ ୨ବସ ଜାଳି ଦେଇଥିଲେ। ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳର ଉପେନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କ ୨ଟି ବସ ମ୍ୟୁଜିୟମ ଛକରେ ଥିତ୍ବାବେଳେ ରାତି ୧୦ଟାରେ କେହି ଦୁର୍ବୃତ୍ତ ଉକ୍ତ ବସରେ ନିଆଁ ଲଗାଇଦେଇଥିଲେ। ଏ ନେଇ ୧୫୪/୧୭ରେ ମାମଲା ରୁଜୁ ହୋଇଥିଲା। ନିକଟରେ ବିଏମ୍‌ସି, ତହସିଲ, ଉପଜିଲାପାଳ କାର୍ଯ୍ୟାଳୟ, ଭୁବନେଶ୍ୱର କୋର୍ଟ ଭଳି ହାଇପ୍ରୋଫାଇଲ ସିକ୍ୟୁରିଟି ଜୋନ ଅଞ୍ଚଳରେ ବସ ପୋଡି ରାଜଧାନୀରେ ରହୁଥିବା ବସ ମାଲିକ ପାଇଁ ଚିନ୍ତା ବଢ଼ାଇଛି। ୨୦୧୭ ଜୁନ ୫ତାରିଖରେ ପିପିଲି ଅଞ୍ଚଳରେ ସାରଳା ବସ ପୋଡି ଘଟଣାରେ ଏହାର ଲିଙ୍କ ଥିବା ନେଇ ପୋଲିସ ଜାଣିପାରିଥିଲା। ଏପରିକି ବସ ପୋଡି ଘଟଣାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମଧ୍ୟ ବସ ମାଲିକ ତତ୍‌କାଳୀନ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଇତି ମଧ୍ୟରେ ଉକ୍ତ ଘଟଣାଦ୍ୱୟକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଦିଗରେ ଆଖିଦୃଶିଆ ସଫଳତା ହାସଲ ହୋଇପାରି ନାହିଁ । ଏ ନେଇ ବସ ମାଲିକ ସୁରେନ୍ଦ୍ର ପ୍ରଧାନ କୁହନ୍ତି, ଘଟଣା ପରେ ମୁଁ ଡିସିପିଙ୍କୁ ଭେଟିଥିଲେ ହେଁ ସେ ସ୍ଥାନୀୟ ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇବେ ବୋଲି କହିଥିଲେ। କିନ୍ତୁ ଥାନାକୁ ଯିବାପରେ ସେଠାରେ କିଛି ମୋତେ ସହଯୋଗ ମିଳିଲା ନାହିଁ , ବରଂ ମୁଁ ନିଜେ ବସରେ ନିଆଁ ଲଗାଇଦେଇଥିବା କହି ମୋତେ ଦୋଷାରୋପ କରାଗଲା। ଉପରୋକ୍ତ ଦୁଇ ଘଟଣା ସଂକ୍ରାନ୍ତରେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ, ମୁଁ ଦୁଇ ମାମଲା ବାବଦରେ ଅବଗତ ହେବା ପରେ କେତେ ଦୂର କାର୍ଯ୍ୟାନୁଷ୍ଠାନ ଆଗେଇଛି ସେ ନେଇ ତଦନ୍ତ କରିିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା,...

ଏବେ କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ନିର୍ବାଚନ ହେବନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ଏବେ ନିର୍ବାଚନ ହେବନାହିଁ। କାର୍ଯ୍ୟକାଳ ସମାପ୍ତ ହେଉଥିବା ସମବାୟ ସମିତି ଦାୟିତ୍ୱରେ ଅଫିସର ରହିବେ ବୋଲି ଶୁକ୍ରବାର ସମବାୟ...

୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ସାମ୍ସ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ...

ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩...

ଭଲ କାମ ପାଇଁ ପୁରସ୍କୃତ ହେଲେ ୭ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଆମ୍ବୁଲାନ୍ସ ସେବା ୧୦୮ ଏବଂ ୧୦୨ ପରିଚାଳନା କରୁଥିବା ଜିକିତ୍ସା ହେଲଥ୍‌କେୟାର ପକ୍ଷରୁ ଓଡ଼ିଶା ସ୍କଲାରଶିପ୍‌ ପ୍ରୋଗ୍ରାମ-୨୦୨୦ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ...

ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ

ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ...

ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ, ପୁଣି ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୧୭୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ବିଏମ୍‌ସି ପକ୍ଷରୁ ୩ଦିନ ପାଇଁ ସିଲ୍‌ କରାଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା...

Advertisement
Archives

Model This Week