Advertisement

ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ ଗାଡ଼ି ଚଳାଚଳ ଦେଖିବାକୁ ମିଳି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସିପିଆଇ ଓ ଅନ୍ୟ ଟ୍ରେଡ୍‌ ୟୁନିୟନ ମିଶି ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଜୟଦେବବିହାର, ରେଳ ଷ୍ଟେଶନ, ରସୁଲଗଡ଼ ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ ଓ ବ୍ୟାନର ଧରି ରାସ୍ତାରୋକୋ କରିଥିଲେ। ଯାଉଥିବା ବାଇକ୍‌ ଏବଂ ଚାରି ଚକିଆ ଯାନକୁ ଆଗକୁ ଯିବାକୁ ଦେଇ ନ ଥିଲେ। ଅନେକ ସ୍ଥାନରେ ଗାଡ଼ି ଚାଳକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତି ଯୋଗୁ କିଛି ଅଘଟଣକୁ ଏଡ଼ାଇ ଦିଆଯାଇଛି।

ସକାଳ ୮ଟା ଟ୍ରେଡ୍‌ ୟୁନିୟନର ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନ ଯାଇ ଟ୍ରେନ୍‌ ରୋକିଥିଲେ। ଫଳରେ ଅନେକ ଟ୍ରେନ୍‌ ଷ୍ଟେଶନରେ ଅଟକି ରହିିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା କଂଗ୍ରେସ କର୍ମୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପିକେଟିଂ ଓ ବ୍ୟାନର ଧରି ଲୋକମାନଙ୍କୁ ସହଯୋଗ କରିବାକୁ ବୁଝାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆନ୍ଦୋଳନ ଜାରି ରଖିଥିଲେ। ଶେଷରେ ମଧ୍ୟାହ୍ନ ୧୨ଟାରେ ରାଜମହଲରୁ ଏକ ବିଶାଳ ରାଲି ସଚିବାଳୟ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ୨ଶହ କର୍ମୀଙ୍କୁ ପୋଲିସ ଗିରଫ କରି ନେଇଥିଲା।

ବନ୍ଦ ଯୋଗୁ ବିମାନଯାତ୍ରୀମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପର୍ଯ୍ୟଟକମାନେ ନିଜର ଟିକେଟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ବିମାନବନ୍ଦରରେ ବହୁ ସମୟ ଅପେକ୍ଷା କରି ରହିଥିଲେ। ବନ୍ଦ ଯୋଗୁ ଅନେକ ଯୁବକ ଚଢ଼ାଦରରେ ବାଇକ୍‌ରେ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନେଉଥିବା ଦେଖାଯାଇଥିଲା। ବଡ଼ ବଡ଼ ଶପିଂ ମଲକୁ ଛାଡ଼ିଦେଲେ ଛୋଟ ଦୋକାନ, ବଜାର ଆଦି ଖୋଲା ରହିଛି। ବସ୍‌ଷ୍ଟାଣ୍ଡରେ ବସ୍‌ ଚଳାଚଳ ହେଉନ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତ ବନ୍ଦ ଆଶିଂକ ସଫଳ ହୋଇଥିବା ବେଳେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଣ୍ଡପରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

ପାଟପୁର,୫ା୮- ଗଞ୍ଜାମ ଜିଲା ପାଟପୁର ଥାନା ପ୍ରତାପଗିରି ଗ୍ରାମ କୋଠଘର ମଣ୍ଡପରୁ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ...

ଜଳହସ୍ତୀ ଦେହରେ ଲାଗିଛି ସିରିଞ୍ଜ

ବାରଙ୍ଗ,୨୩।୫(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ୱହୀନତା ଯୋଗୁ ୬୩ ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ୪ବର୍ଷର ଏହି...

ଆଜି ରାତିରୁ ଲଘୁଚାପ ବର୍ଷା

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ଗାଁରେ ବନ୍ୟା ପାଣି ଲହଡ଼ି ମାରୁଛି । ବନ୍ୟା ପ୍ରପୀଡ଼ିତଙ୍କ ଦୁର୍ଦ୍ଦଶା ଯାଇ ନ ଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ...

ରେଜିଷ୍ଟ୍ରେଶନ୍‌ ନ କରି ଫେରୁଛନ୍ତି ପ୍ରବାସୀ: ଏସ୍‌ଓପିରେ ସଂଶୋଧନ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟ ସରକାର ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ସ୍ବତନ୍ତ୍ର ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ ସହ ବସ୍‌...

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର,୨୧ା୧୦(ଡି.ଏନ୍‌.ଏ.) : ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରସ୍ଥିତ ଏକ ଭଡ଼ାଘରୁ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର...

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌...

ଧାମନଗର ଉପନିର୍ବାଚନ: ୧୬ ରାଉଣ୍ଡରେ ବି ସୂର୍ଯ୍ୟବଂଶୀ ଆଗୁଆ

ଭଦ୍ରକ ଅଫିସ,୬ା୧୧: ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ୧୬ ରାଉଣ୍ଡରେ ବି ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗରେ ଅଛନ୍ତି। ଏହି ରାଉଣ୍ଡ ସୁଦ୍ଧା...

ସାବିତ୍ରୀ ବ୍ରତରେ ଜୀବନ ହାରିଲେ ମହିଳା

ସଇଁନ୍ତଳା,୩୦।୫(ଡି.ଏନ୍‌.ଏ.): ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସୋମବାର ବିବାହିତା ମହିଳା ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ଏନେଇ ଗାଁଠୁ ସହର ବେଶ୍‌ ଉତ୍ସବ ମୁଖର...

Advertisement
Archives

Model This Week