ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସେମାନେ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇଯାଉଛନ୍ତି। ଏହାପରେ ଘର ଦେବା ତ ଦୂରର କଥା, ଆଉ ଧରାଛୁଆଁ ଦେଉନାହାନ୍ତି। ଫୋନ୍‌ କଲେ କେହି ଉଠାଉ ନାହାନ୍ତି ତ ଆଉ କିଏ କଲ୍‌ ରିସିଭ ନ କରି କାଟି ଦେଉଛନ୍ତି। ଏଭଳି ଘଟଣା ବଢିିଚାଲିଛି। ବ୍ରୋକରଙ୍କ ଠକାମିର ଶିକାର ହୋଇଥିବା କଟକର ରାକେଶ ପଣ୍ଡା ଏ ନେଇ ଭୁବନେଶ୍ୱରସ୍ଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରୁଛି ପୋଲିସ।
ସୂଚନା ଅନୁଯାୟୀ, ରାଜଧାନୀରେ ଏକାଧିକ ବ୍ରୋକର ଅଫିସ ଖୋଲି ବସିଛନ୍ତି। ସେମାନେ ଭଡ଼ାଘର ଯୋଗାଇଦେବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଜ୍ଞାପନ ଦେଉଛନ୍ତି। ଭୁବନେଶ୍ୱରକୁ ନୂଆକରି ଆସୁଥିବା ଲୋକେ ଏହି ବିଜ୍ଞାପନକୁ ଦେଖି ବ୍ରୋକରଙ୍କ ସହ ଯୋଗାଯୋଗ କରନ୍ତି। ବ୍ରୋକର ସେମାନଙ୍କୁ ନିଜ ଅଫିସକୁ ଡାକି କେଉଁ ଅଞ୍ଚଳରେ ଓ କେତେ ଟଙ୍କା ଭିତରେ ଘର ଦରକାର ବୋଲି ପଚାରିଥାନ୍ତି। ଘର ଦେଖାଇବା ପାଇଁ ୧ହଜାର ଟଙ୍କାଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ଘର ଦେଖିବା ପରେ ମନୋନୀତ ହେଲେ ଭଡ଼ା ଘର ଦାମ୍‌ର ଅଧା ଟଙ୍କା ବ୍ରୋକର ନେଇଥାନ୍ତି। କିନ୍ତୁ ଅନେକ ବ୍ରୋକର ଘର ଦେବା ବାହାନାରେ ଏକାଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ଘର ଦେଇ ନ ଥାନ୍ତି। ଆଜିକାଲି ହୋଇଯିବ କହି ଦିନ ଗଡ଼ାଇଥାନ୍ତି। ଏପଟେ ଘର ଖୋଜୁଥିବା ବ୍ୟକ୍ତି ବିଳମ୍ବ ନ କରି ଅନ୍ୟ ଘର ନେଇଯାଇଥାନ୍ତି। ସେ ଟଙ୍କା ଫେରାଇ ଦେବାକୁ ବ୍ରୋକରଙ୍କୁ ଯୋଗାଯୋଗ କଲେ ମଧ୍ୟ ତାଙ୍କ ଭେଟ ପାଇ ନ ଥାନ୍ତି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ରୋକର ରାକେଶଙ୍କୁ ଆଇଆର୍‌ସି ଭିଲେଜରେ ଘର ଦେବାକୁ କହି ୫ହଜାର ଟଙ୍କା ନେଇଥିଲେ। ହେଲେ ଘର ଦେଇ ନ ଥିଲେ। ଟଙ୍କା ଫେରାଇ ଦେବାକୁ ରାକେଶ କହିଥିଲେ ମଧ୍ୟ ସେ ଆଉ ଧରାଛୁଅଁା ଦେଇ ନ ଥିଲେ। ଏପରି କି, ସମ୍ପୃକ୍ତ ବ୍ରୋକରଙ୍କୁ ପୋଲିସ ଫୋନ୍‌ କରିଥିଲେ ମଧ୍ୟ ସେ କଲ୍‌ ରିସିଭ କରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା...

ଜରୁରୀ ସାମଗ୍ରୀ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲା ଲାଗି ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ...

‘ଶିଳ୍ପବିହୀନ ଜିଲାକୁ ଦିଆଯିବ ପ୍ରାଥମିକତା’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ବେଳେ ଶିଳ୍ପବିହୀନ ଜିଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଞ୍ଚଳିକ...

ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି...

ରାଜ୍ୟରେ ବଢୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨...

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା...

ଘରେ ଥିବା କୋଭିଡ-୧୯ ରୋଗୀଙ୍କୁ ଏହି ମେଡିସିନ ଖାଇବାକୁ ପରାମର୍ଶ

ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ...

Advertisement
Archives

Model This Week