ରାଜଧାନୀରେ ପୋଲିସ-ଅପରାଧୀ ମୁହାଁମୁହିଁ : ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେଶନ ଏନ୍‌କାଉଣ୍ଟର। ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର କରିିଛି। ଶନିବାର ଭୋର୍‌ ୪ଟାରେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ସେତୁ ନିକଟରେ ପୋଲିସ ଗୁଳିରେ ପୋଡା ଓରଫ ଅରୁଣ ମଲ୍ଲିକ ଓ ବିବେକ ଓରଫ ବିକେବାନନ୍ଦ ନାୟକ ଆହତ ହୋଇଥିବାବେଳେ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନାଞ୍ଚଳରେ ଦ୍ୱିତୀୟଥର ଡବଲ୍‌ ଏନ୍‌କାଉଣ୍ଟର ହୋଇଛି। ଚିଲିପୋଖରୀ ନିକଟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଗୁଳିରେ ହରି ଓରଫ ହରେକୃଷ୍ଣ ସ୍ବାଇଁ ଓ ସିଲୁ ଓରଫ ସିପୁନ କବିଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହରେକୃଷ୍ଣଙ୍କ ଘର କଟକ ଜିଲା ନିଆଳି ଅଞ୍ଚଳରେ ହୋଇଥିବାବେଳେ ସିପୁନଙ୍କ ଘର ଆଠଗଡ ରାଧାବଲ୍ଲଭପୁର ଗ୍ରାମରେ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ଏକ ଖେଳନା ବନ୍ଧୁକ, ୩ ମୋବାଇଲ ଫୋନ୍‌, ଗୋଟିଏ ବାଇକ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ସେହିଭଳି ରବିବାର ରାତି ପ୍ରାୟ ୯ଟାରେ ଭରତପୁର ଅଞ୍ଚଳରେ ପଞ୍ଚମ ଏନ୍‌କାଉଣ୍ଟର କରିଛି ପୋଲିସ। ଏଥିରେ ପୋଲିସ ଟାର୍ଗେଟରେ ଥିବା ରବି ରାଓ ଆହତ ହୋଇଛନ୍ତି। ତାଙ୍କର ବି ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରୁ ଏକ କାର୍‌, ବୋମା ଓ ମାରଣାସ୍ତ୍ର ଜବତ କରାଯାଇଛି।
ବଡ଼ଗଡ଼ ଥାନାଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର ଘଟଣାରେ ପୋଲିସ ଆଇପିସି ଦଫା ୩୦୭, ୩୫୩, ୩୪ ଏବଂ ୨୫, ୨୭, ୨୮ ଓ ୩୫ ଆର୍ମସ ଆକ୍ଟରେ ମାମଲା (ନଂ.୧୮୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନାନୁଯାୟୀ, ଧଉଳି ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୮କୁ ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତି ସିକ୍ୟୁରିଟି ଏଜେନ୍ସି ପାଇଁ ଭଡ଼ା ନେଇଥିଲେ। ହେଲେ ଉକ୍ତ ଘରେ ସିପୁନ ଓ ହରେକୃଷ୍ଣ ରହୁଥିଲେ। ସେମାନେ ଦିନରେ ମଦ ବ୍ୟବସାୟ ଓ ରାତିରେ ଡକାୟତି କରୁଥିଲେ। ଉକ୍ତ ଫ୍ଲାଟ୍‌ରେ ନକଲି ମଦ କାରଖାନା ଚାଲିଥିବା ନେଇ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ ଖବର ପାଇ ରାତି ପ୍ରାୟ ୨ଟାରେ ଚଢାଉ କରିବାକୁ ଯାଇଥିଲେ। ହେଲେ ପୋଲିସକୁ ଦେଖି ସିପୁନ୍‌ ଓ ହରେକୃଷ୍ଣ ଏକ ଗ୍ଲାମର ବାଇକ୍‌ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ଅଭିମୁଖେ ଦ୍ରୁତ ଗତିରେ ପଳାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ବଡ଼ଗଡ଼ ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଚିଲିପୋଖରୀ ନିକଟରେ ବ୍ଲକିଂ କରିଥିଲେ। ପୋଲିସ ଅଟକିବାକୁ କହିଥିଲେ ମଧ୍ୟ ସେମାନେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବାଇକ ଚକା ଖସିଯାଇଥିଲା। ଧରାପଡ଼ିଯିବା ଆଶଙ୍କାରେ ଦୁହେଁ ପୋଲିସ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ପୋଲିସ ଜବାବ ଦେବାକୁ ଯାଇ ପାଲଟା ୪ ରାଉଣ୍ଡ ଗୁଳିଚାଳନା କରିବାରୁ ତାହା ସେମାନଙ୍କ ଗୋଡ଼ରେ ବାଜିଥିଲା। ସିପୁନ ଓ ହରେକୃଷ୍ଣ ପଡ଼ିଯିବାରୁ ପୋଲିସ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା। ଏହାପରେ ସେମାନେ ରହୁଥିବା ବାପୁଜୀ ଆପାର୍ଟମେଣ୍ଟରେ ଚଢାଉ କରିଥିଲା ପୋଲିସ ଟିମ୍‌। ସେମାନେ ରହୁଥିବା ଘରୁ ନକଲି ମଦ, ସ୍ପିରିଟ୍‌, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଷ୍ଟିକର ଓ ଅନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା। ତେବେ ଏହି ଘଟଣା ପରେ ଘର ଭଡ଼ା ନେଇଥିବା ଦେବାଶିଷ ଫେରାର ହୋଇଯାଇଥିବା ପୋଲିସ କହୁଛି। ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବାବେଳେ ଉକ୍ତ ଆପାଟମେଣ୍ଟ ମାଲିକଙ୍କୁ ପଚରାଉଚରା କରୁଛି। ତେବେ ଶୁକ୍ରବାର ଟଙ୍କପାଣି ରୋଡ୍‌ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ପୋଡ଼ା ଓ ବିବେକଙ୍କ ୧୧ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡିଛି। ସେମାନେ ଆକ୍ରମଣ କରି ଏକାଧିକ କାର ଲୁଟ ସହ ଘରେ ପଶି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ଧଉଳି ଥାନାଞ୍ଚଳ ଏନ୍‌କାଉଣ୍ଟରରେ ଆହତ ରବି ଉକ୍ତ ୧୧ଜଣିଆ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଥିଲା। ତାଙ୍କଠାରୁ ଏକ କାର୍‌, ଗୋଟିଏ ବୋମା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ନିକୋ ପାର୍କ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଆତଙ୍କ ପାଇଁ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ବନ୍ଦ କରାଯାଇଛି। ମଙ୍ଗଳବାରଠାରୁ ପାର୍କକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ବନ୍ଦ...

ମାସ୍କ ନ ପିନ୍ଧିଲେ ୨୫ ଫୁଟ ଯାଇପାରେ ଛିଙ୍କ

ଭୁବନେଶ୍ୱର, ୧।୧୨(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଛିଙ୍କିବା ସମୟରେ...

ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୯।୯ (ବ୍ୟୁରୋ) : ଗୁରୁବାର ଅପରାହ୍ନ ୪ଟାରେ ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ ପଯର୍‌ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ବିଭାଗ...

ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ

ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ...

୩୧ରେ +୨ ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,୨୮।୭: ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର...

ଗହଳି ହେଲା, ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍‌। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ...

ପିପିଲିରେ ଦନ୍ତା ଆତଙ୍କ: ୩ଜଣଙ୍କ ଜୀବନ ନେଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ପିପିଲି,୨୩।୨(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା...

ଡଙ୍ଗରିଆ କନ୍ଧ ଜନଜାତିଙ୍କ ‘ଶ୍ରମ ସମବାୟ’ ସମ୍ପର୍କରେ ଜାଣିବେ ଦର୍ଶକ

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍‌ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା...

Advertisement


Archives

Model This Week