ରାଜଧାନୀରେ ଡବଲ ଏନ୍‌କାଉଣ୍ଟର, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍‌କାଉଣ୍ଟର କରିଛି। ଏଥିରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅରୁଣ କୁମାର ମଲିକ ଓରଫ୍‌ ପୋଡ଼ା ଏବଂ ବିବେକାନନ୍ଦ ନାୟକ ଓରଫ୍‌ ବିବେକ। ପୋଡ଼ାଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପଥରପେଣ୍ଠରେ ହୋଇଥିବା ବେଳେ ବିବେକଙ୍କ ଘର ଆଠଗଡ଼ ଅରଠାପାଟଣାରେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ବାଲିଅନ୍ତା ରଙ୍ଗବଜାର ନିକଟରେ ଏକ କାରରେ ୩/୪ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ସହିଦନଗର ପୋଲିସ, ବାଲିଅନ୍ତା ପୋଲିସ ଓ ସ୍ପେଶାଲ ସ୍କ୍କାର୍ଡ ଏକକାଳୀନ ଚଢ଼ାଉ କରିଥିଲା। ସେମାନେ ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସର ପାଲଟା ଗୁଳିମାଡ଼ରେ ସେମାନେ ଆହତ ହୋଇଥିଲେ। ପୋଡ଼ା ଓ ବିବକେଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଲର୍‌ଡ ପାନୋରମା ଏସିଆ ପ୍ରିମିୟରରେ ନୀଳମାଧବଙ୍କ ଫିଲ୍ମ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୧ ଦେଶର ୧୧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା...

ଫେରିନାହାନ୍ତି ଶତାଧିକ ଦାଦନ ଶ୍ରମିକ: ସୁରଟରେ ପ୍ରବାସୀ ଓଡ଼ିଆ ସଙ୍ଗଠନର ସହାୟତା

ଭଞ୍ଜନଗର,୨୮।୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଭଞ୍ଜନଗର ଅଞ୍ଚଳର ଶତାଧିକ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ଫସି...

ଖଣ୍ଡା ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୨୫ା୫(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମରେ ଶୁକ୍ରବାର ୨ଭାଇଙ୍କ ଖଣ୍ଡାଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଏନ. କୃଷ୍ଣମୂର୍ତ୍ତି ରେଡ୍ଡୀ। କୃଷ୍ଣମୂର୍ତ୍ତି ଗାଁ...

ଗାଁମୁଣ୍ଡକୁ ଫେରିଛି ସବୁଜିମା

ବନ୍ତ,୨୫।୧୨(ସ୍ବ.ପ୍ର.)-ଗଛ ଓ ପ୍ରକୃତି ଭଗବାନଙ୍କ ବରଦାନ। ଏହାର ସୁରକ୍ଷା ବିନା ପରିବେଶରେ ସନ୍ତୁଳନ ବଜାୟ ରଖିବା ଅସମ୍ଭବ। ଏ ନେଇ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି...

ବେପରୁଆ ଗାଡ଼ି ଚାଳନା: ୨୩୭୦ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧ା୧୧(ଡି.ଏନ.ଏ)- ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୨,୩୭୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ବେପାରୁଆ ଗାଡିଚାଳନା, ହେଲ୍‌ମେଟ୍‌ ନ ପିନ୍ଧି ଓ...

ଛୁଟିରେ ଆର୍‌ଆଇ: ହୋଇପାରୁନି କ୍ଷୟକ୍ଷତି ଆକଳନ

ଅନୁଗୋଳ ଅଫିସ, ୫।୬- କାଳବୈଶାଖୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲେ ବି ଏଯାଏ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ କି ସହାୟତା ଯୋଗାଇ ଦିଆଯାଇ...

ବୈଦ୍ୟୁତିକ ସମସ୍ୟାର ସମାଧାନ କରିବ ଟାଟା ପାଓ୍ବାର କଲ୍‌ ସେଣ୍ଟର

ଭୁବନେଶ୍ୱର, ୮।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଲ୍ୟାଣୀ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ବାର କଲ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଏହା ଉପଭୋକ୍ତା...

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର...

Coronavirus Update


Archives

Model This Week

Why Dharitri