ରାଗିଲେ ପରିଣିତି

ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ମନ ଖୋଲି କଥା ହୋଇଛନ୍ତି ଓ ନିଜ ନିଜ ମତ ରଖିଛନ୍ତି। ପୂର୍ବରୁ ଜାଭେଦ ଅଖତର, ଅକ୍ଷୟ କୁମାର, ତାପସୀ ପନ୍ନୁ ଆଦି ଏନେଇ ନିଜ ନିଜ ମତ ରଖିଥିବା ବେଳେ ଏବେ ଏମାନଙ୍କ ସହ ବଲିଉଡ୍‌ ନାୟିକା ପରିଣିତି ଚୋପ୍ରାଙ୍କ ନାଁ ଯୋଡି ହୋଇଯାଇଛି। କିନ୍ତୁ ପରିଣିତି ଏହାକୁ ନେଇ ରାଗି ଯାଇଥିବା ଜଣାପଡିଛି। ପରିଣିତି ଟୁଇଟ୍‌ କରି ନିଜର ରାଗ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଏବେ ଆମେ ଦେଶକୁ ଆମେ ଗଣତନ୍ତ୍ର ଦେଶ କହିବା ଭୁଲିଯିବା ଉଚିତ୍‌। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହା କହିଛନ୍ତି। କେବଳ ସେତିକି ନୁହେଁ ସେ କହିଛନ୍ତି ପ୍ରତିଥର ଯଦି ସାଧାରଣ ନାଗରିକ ତାଙ୍କ ବିଚାର ବ୍ୟକ୍ତ କରିବାରେ ଏମିତି ପରିସ୍ଥିତି ସୃଷ୍ଟି ହେଉଛି ତେବେ #CAB କୁ ଭୁଲିଯିବା ଉଚିତ୍‌। ଏହାସହ ନିଜ ଦେଶକୁ ଗଣତନ୍ତ୍ର ଦେଶ କହିବା ମଧ୍ୟ ଭୁଲିଯିବା କଥା। ନିଜ ମନକଥା ପ୍ରକାଶ କରୁଥିବା ନିର୍ଦ୍ଦୋଷ ଲୋକଙ୍କୁ ଯେଉଁଭଳି ଭାବେ ମାଡ ଖାଇବାକୁ ପଡୁଛି ଏହା କେବଳ ବର୍ବରତା ବୋଲି ପରିଣିତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଗ୍ୟାସ୍‌ ଚାମ୍ବରରେ ପରିଣତ କରି ମା’,୨ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳା ଓ ତାଙ୍କର ୩୦ ଓ ୨୬ ବର୍ଷର ଦୁଇ ଝିଅ ସେମାନଙ୍କ ଘରେ...

ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…

ହାଇଦ୍ରାବାଦ୍‌, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ...

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ...

ରାଜଧାନୀରେ ୟେଲୋ ଓ୍ବାର୍ନିଂ

ନୂଆଦିଲ୍ଲୀ,୨୮।୧୨: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ୟେଲୋ ଆଲର୍ଟ...

ଦିଦି କେଉଁ କଥାରେ ରାଗନ୍ତି; ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ହଳଦିଆରେ ପହଞ୍ଚିଛନ୍ତି। ସେ ଭାରତ ପେଟ୍ରୋଲିୟମ ନିଗମ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ବିଭାଗ ଦ୍ୱାରା...

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା...

କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍‌ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍‌ସି...

ଭାଇଜାନଙ୍କୁ ବିବାହ କରିବାକୁ ଚାହାନ୍ତି ପାକିସ୍ତାନର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅର୍ଥାତ ଭାଇଜାନ୍‌ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି...

Advertisement
Archives

Model This Week