ର଼୍ୟାମ୍ପ ଶୋ ଗ୍ରାଣ୍ଡ ଫାଇନାଲରେ ବ୍ରହ୍ମପୁରର ତନିଶା

ବ୍ରହ୍ମପୁର ଅଫିସ,୧୨ା୭: ବୟସ ୧୫ ବର୍ଷ। ଏହି ସ୍ବଳ୍ପ ବୟସରୁ ସେ ଜାତୀୟସ୍ତରରେ ସୃଷ୍ଟି କରିଛନ୍ତି ନିଜର ପରିଚୟ ା ସେ ହେଲେ ବ୍ରହ୍ମପୁର ଅରବିନ୍ଦ ନଗରର ପ୍ରଦୀପ କୁମାର ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ କନିଷ୍ଠା କନ୍ୟା ତନିଶା। ଦିଲ୍ଲୀରେ ଅନୁ୍‌ଷ୍ଠିତ ‘ମିସ୍‌ ଏଣ୍ଡ ମିଷ୍ଟର ଟିନ୍‌ ଇଣ୍ଡିଆ ର଼୍ୟାମ୍ପ ଶୋ’ରେ ଭାଗନେଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ା ଜୁନ ୨୨ରେ ଦିଲ୍ଲୀରେ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ର଼୍ୟାମ୍ପ ଶୋରେ ଭାଗନେଇ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ଅନୁଷ୍ଠିତ ମିସ୍‌ ଏଣ୍ଡ ମିଷ୍ଟର ଟିନ୍‌ ଇଣ୍ଡିଆ ର଼୍ୟାମ୍ପ ଶୋ’ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ତନିଶା ଭାଗନେଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ା ଜୁନ ୨୨ରେ ଦିଲ୍ଲୀର ଏକ ହେଟେଲରେ ଆୟୋଜିତ ସେମିଫାଇନାଲରେ ଭାଗ ନେଇଥିଲେ ା ଏହି ଶୋରେ ର଼୍ୟାମ୍ପଗୁରୁ ସମ୍ବିତା ବୋଷ, ବଲିଉଡ ଅଭିନେତା ଅସ୍ମିତ ପଟେଲ ଓ କ୍ଲବ ଅର୍ଗାନାଇଜର ପୁଷ୍କର ମେହେତା ପ୍ରମୁଖ ଜଜ୍‌ ଭାବେ ଯୋଗ ଦେଇଥିଲେ ା ଏଥିରେ ସାରା ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ ା ଓଡିଶାରୁ ଚୟନ ହୋଇଥିବା ତନିଶା ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ା ଅଗଷ୍ଟ ୯ରେ ଏହି ଶୋର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ ା
ତେବେ ଆସନ୍ତା ୩୧ରୁ ନୂଆଦିଲ୍ଲୀରେ ଆୟୋଜକଙ୍କ ପକ୍ଷରୁ ଏଥିପାଇଁ ପ୍ରଦାନ କରାଯିବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ତନିଶା ଯୋଗଦେବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

୪ଶହ ଲିଟର ରନ୍ଧାମଦ ଜବତ, ୭ ଗିରଫ

ଧରାକୋଟ,୮ା୧୨(ଡି.ଏନ.ଏ.)- ଧରାକୋଟ ଥାନା ଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ପୋଲିସ ଶନିବାର ସକାଳୁ ଚଢ଼ାଉ କରି ୪ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା...

ଗୋପାଳପୁର ବେଳାଭୂମି ମହୋତ୍ସବ: ଜାଗା ଚିହ୍ନଟ, ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ

ଗୋପାଳପୁର,୧୮ା୧୧-ଡିସେମ୍ବର ୨୪ରୁ ଆରମ୍ଭ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ଗୋପାଳପୁର ବେଳାଭୂମିରେ ଜାଗା ଚିହ୍ନଟ କରାଯିବା ସହ ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ଚୂଡ଼ାନ୍ତ...

ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍‌ସିଲର ନିର୍ଦ୍ୱନ୍ଦ୍ୱ

ଭଞ୍ଜନଗର,୧୦ା୩(ଡି.ଏନ୍‌.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ...

ବାହୁଦା ନଦୀରେ ବନ୍ୟାଜଳ: ବିପଦ ଘେରରେ ୮ ଗାଁ

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାହୁଦା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଏ ନେଇ ଦିଗପହଣ୍ଡି ବ୍ଲକ ଅଧୀନ ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ,...

କିଡ୍‌ନୀ ଦେଇ ୨ଜଣଙ୍କୁ ବଞ୍ଚାଇଲେ ‘ସିଦ୍ଧି’

ଭୁବନେଶ୍ୱର (ବ୍ୟୁରୋ) /କଟକ ଅଫିସ/ ଭଞ୍ଜନଗର (ଡି.ଏନ୍‌.ଏ.),୧୮।୫: ନିଜେ ସିନା ଚାଲିଗଲେ କିନ୍ତୁ କିଡ୍‌ନୀ ଦାନ କରି ବଞ୍ଚାଇ ଦେଲେ ଆଉ ଦୁଇଜଣଙ୍କ ଜୀବନ। ଦଶମ...

କୋଭିଡ୍‌ ଫଣ୍ଡକୁ ଶବର ସମାଜ କଲ୍ୟାଣ ସମିତିର ସହାୟତା

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- ଗଜପତି ଜିଲା ଆଦିବାସୀ ଶବର ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ଏକ...

ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ...

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ...

Advertisement
Archives

Model This Week