ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ବୁଧବାର ରାତିରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣାରେ ବସିଥିଲେ। ଏପରି କି ମୁଖ୍ୟଫାଟକ ତାଲା ପକାଇବା ସହ କୁଳସଚିବଙ୍କୁ ଯିବାକୁ ଦେଇ ନ ଥିଲେ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଲଗୋଦାମ ପୋଲିସ ପହଞ୍ଚି ଧାରଣାରତ ଅନ୍ତେବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନ ଥିଲେ। ପରେ କୁଳସଚିବ ଅଶୋକ କୁମାର ଦାସ ଏ ସମ୍ପର୍କରେ ଗୁରୁବାର ପୁନର୍ବାର ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ର଼୍ୟାଗିଂ ଅଭିଯୋଗକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଜଣ ଅନ୍ତେବାସୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ସେମାନଙ୍କୁ ଗୋଟିଏ ସେମିଷ୍ଟର ପରୀକ୍ଷାରୁ ବଞ୍ଚିତ କରାଯିବା ସହ ହଷ୍ଟେଲରେ ରହିପାରିବେ ନାହିଁ ବୋଲି କଡ଼ା ପଦକ୍ଷେପ ନେଇଛି ଆଣ୍ଟି ର଼୍ୟାଗିଂ କମିଟି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ୱାର୍ଡେନ ପ୍ରଫେସର ସ୍ମୃତିପ୍ରଭା ଦାସ କହିଛନ୍ତି, ର଼୍ୟାଗିଂ ଅଭିଯୋଗ ଆଧାରରେ ପଦକ୍ଷେପ ନିଆଯାଇଛି। ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରୀଛାତ୍ର ଯେପରି ନିଜକୁ ଅସୁରକ୍ଷିତ ମନେ ନ କରିବେ ସେ ଦିଗରେ କମିଟି ପକ୍ଷରୁ ଦୃଷ୍ଟି ଦିଆଯାଇଛି। ସୂଚନାଥାଉ କି, ଇଷ୍ଟ ହଷ୍ଟେଲରେ ସୋମବାର ବିଳମ୍ବିତ ରାତିରେ ଜନ୍ମଦିନ ପାଳନ ଉତ୍ସବରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସ୍ନାତକ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ କେତେଜଣ ଅନ୍ତେବାସୀ ମାଡ ମାରିଥିଲେ। ଏ ସମ୍ପର୍କରେ ସେ ଅଭିଯୋଗ କରି ନ ଥିଲେ ମଧ୍ୟ ତାଙ୍କ ଅଭିଭାବକ ର଼୍ୟାଗିଂ ହୋଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ। ଅଭିଭାବକ ଜଣଙ୍କ ୬ ଜଣ ଅନ୍ତେବାସୀଙ୍କ ନାମରେ ର଼୍ୟାଗିଂ ଅଭିଯୋଗ ଉଠାଇଥିଲେ। ମାଡ଼ ଯୋଗୁ ଛାତ୍ରଙ୍କ ପିଠିରେ ଦାଗ ହୋଇଥିବା ଦେଖିବାକୁ ମିଳିଥିଲା। ବୁଧବାର ବୈଠକରେ ୬ଜଣ ଅନ୍ତେବାସୀ ମଧ୍ୟ ଶୃଙ୍ଖଳା କମିଟି ଏବଂ ଆଣ୍ଟି ର଼୍ୟାଗିଂ କମିଟି ନିକଟରେ ହାଜର ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଦାନ ପ୍ରତି ଆଗ୍ରହ ବଢ଼ୁଛି: ଦୁନିଆ ଦେଖିପାରୁଛନ୍ତି ଦୃଷ୍ଟିହୀନ

ବ୍ରହ୍ମପୁର ଅଫିସ୍‌,୫।୯-ମଣିଷ ଶରୀରର ମୃତ୍ୟୁ ଅଛି, କିନ୍ତୁ ଚକ୍ଷୁର ମୃତ୍ୟୁ ନାହିଁ। ମଣିଷ ମୃତ୍ୟୁ ଘଟିବାର ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ। ତାକୁ...

ଧୂଳିଧୂଆଁରେ ଅତିଷ୍ଠ ଜୁରୁଡି ଅଞ୍ଚଳବାସୀ

ଯୋଡ଼ା, ୧୪। ୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ...

ଜମିିରେ ପଚୁଛି ବିଲାତି: ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ...

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୮ରେ ପହଞ୍ଚିଥିବା ରାଜ୍ୟ...

କାମ ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଗଞ୍ଜାମ,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ଗଞ୍ଜାମ...

ପାଣି ପାଇପ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ହୀରାକୁଦ ଥାନା ଅଞ୍ଚଳରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଚୋରି ର଼୍ୟାକେଟର ପୋଲିସ ପର୍ଦ୍ଦାଫାଶ କରିଛି। ଏହି...

ଦିଶା ବୈଠକ ଅନୁଷ୍ଠିତ: ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରିବେ ଅଧିକାରୀ

ନୟାଗଡ଼ ଅଫିସ,୩୦।୧୦-ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନଠାରେ ମଙ୍ଗଳବାର ଦିଶା (ଡିଷ୍ଟ୍ରିକ୍ଟ ଡେଭ୍‌ଲପ୍‌ମେଣ୍ଟ କୋ ଅର୍ଡ଼ିନେଶନ୍‌ ଆଣ୍ଡ ମନିଟରିଂ କମିଟି) ବୈଠକ ଅନୁଷ୍ଠିତ...

କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର...

Advertisement
Archives

Model This Week