ର଼୍ୟାଗିଂକୁ ନେଇ ଓଏଚ୍‌ଆର୍‌ସିଙ୍କ ଉଦ୍‌ବେଗ: ୫ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ର଼୍ୟାଗିଂ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ନିକଟରେ ସମ୍ବଲପୁରଠାରେ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ସହପାଠୀମାନେ ର଼୍ୟାଗିଂ କରିବା ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆରସି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡିକରେ ର଼୍ୟାଗିଂ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ନେଇ ରାଜ୍ୟ ସରକାରଙ୍କ ୫ ବିଭାଗକୁ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। କମିଶନଙ୍କ ପକ୍ଷରୁ ଗୃହ ବିଭାଗକୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ର଼୍ୟାଗିଂ ରୋକିବାକୁ ରାଜ୍ୟ ସରକାର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି କି ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟସ୍ତରରେ ଆଣ୍ଟିଂ ର଼୍ୟାଗିଂ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି କି ନାହିଁ। ଏନେଇ ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ଜଣାଇବାକୁ କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ହେଲ୍‌ପଲାଇନ କରାଯାଇ ନାହିଁ, ତେବେ ପ୍ରତ୍ୟେକ ପୋଲିସ ମୁଖ୍ୟାଳୟରେ ହେଲ୍‌ପଲାଇନ ନମ୍ବର ଜାରି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଗୃହ ସଚିବଙ୍କୁ କମିଶନ ପରାମର୍ଶ ଦେଇଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ବୈଷୟିକ ଶିକ୍ଷା ବିଭାଗକୁ ମଧ୍ୟ ର଼୍ୟାଗିଂ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ର଼୍ୟାଗିଂ ଘଟଣାରେ ହସ୍ତକ୍ଷେପ କରିବାକୁ ର଼୍ୟାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଦଳ ବୁଧବାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଓ ଜଷ୍ଟିସ ରଘୁବୀର ଦାସଙ୍କ ଦୁଇଜଣିଆ ଖଣ୍ଡପୀଠକୁ ଭେଟି ଏକ ମାମଲା ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରି-ଫାୟାର ଗେମ୍‌ ପାଇଁ ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର,୪।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ରାଜକୁମାର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହକୁ ପୋଲିସ...

ଧାନବୁଣି ଫେରୁଥିବାବେଳେ ବଜ୍ରପାତରେ ଜୀବନଗଲା

ଶେରଗଡ,୧୯।୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତାରିଣୀ ବେହେରା (୫୦)। ତାରିଣୀ ବିଲରେ ଧାନବୁଣି...

ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ

କଟକ ଅଫିସ୍‌, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା...

ହରାଇପାରିନି କର୍କଟ:‘ ସର୍‌ଭାଇଭର୍‌’ ନୁହେଁ ‘ଫାଇଟର୍‌’

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଭବିଷ୍ୟତକୁ ନେଇ ସେମାନେ ନିଶ୍ଚିନ୍ତ ନୁହନ୍ତି, ହେଲେ ମନରେ ଅଛି ଅସୁମାରୀ ସ୍ବପ୍ନ। କିଛି ନୂଆ କରିବାର ସ୍ବପ୍ନ ଓ ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚତ୍ବାର...

CORONAVIRUS UPDATE: ରାଜ୍ୟରେ ପୁଣି ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। ଗୁରୁବାର ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ...

ଆଜି ରାଜଧାନୀରୁ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୧୯

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୭ ସ୍ଥାନୀୟ...

ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ନାବାଳକ

ପୁରୀ ଅଫିସ,୧୧।୭: ପୁରୀ ସମୁଦ୍ରରେ ଗାଧେଇବା ବେଳେ ସୋମବାର ଜଣେ ନାବାଳକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ହେଲେ ଯାଜପୁର ଜିଲା ମାଳସାହି ଅଞ୍ଚଳର ଆୟୁଷ...

ଓଡ଼ିଶା ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହୋଇପାରିବ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଜୈବ ବିବିଧତା ପାଇଁ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି। ବନ୍ୟଜନ୍ତୁ ସଂରକ୍ଷଣ ସମେତ ଜୈବ ବିବିଧତାକୁ ସଶକ୍ତ...

Advertisement
Archives

Model This Week