ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରାଣ୍ଡ ହାଉସ୍‌ ମହାବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରଥମ ବିଧାୟିକା, ପ୍ରଥମ ବାଚସ୍ପତି, ଜେଲ ଯାଇଥିବା ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ଖୋଲାଯାଇଛି। ଲିଙ୍ଗଗତ ନ୍ୟାୟ ସମ୍ପର୍କିତ ଗବେଷଣା କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ସରଳା ଦେବୀଙ୍କ କୃତିତ୍ୱ ସମ୍ପର୍କରେ ଓଡ଼ିଶାର ଜନସାଧାରଣଙ୍କୁ ପରିଚିତ କରାଇବା ସହ ଲିଙ୍ଗଗତ ନ୍ୟାୟ, ଅସମାନତା ଓ ଏ ସମ୍ପର୍କିତ ଗବେଷଣା କରିବା ଏହି ଚୁକ୍ତିନାମାର ମୂଳ ଉଦ୍ଦେଶ୍ୟ ବୋଲି କୁଳପତି ମିଶ୍ର କହିଛନ୍ତି। ଏହି ବୁଝାମଣା ପତ୍ରକୁ ରମାବେଦୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଇତିଶ୍ରୀ ଦାସ ଓ ମିରାଣ୍ଡ ହାଉସ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ନନ୍ଦ ସ୍ବାକ୍ଷର କରିଛନ୍ତି। ଦ୍ୱିତୀୟ ଅଧିବେଶନରେ ମିରାଣ୍ଡ ହାଉସ ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡ. ହିନା ସିଂହ ଗବେଷଣାର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ

ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ...

ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ, ଜାରି ହେଲା ନିର୍ବାଚନୀ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ସହ କିଛି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ...

ଦରକାର ପଡ଼ିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୪।୬(ବ୍ୟୁରୋ): କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୫ ରାଜ୍ୟରେ କରୋନା ସଂକ୍ରମଣ...

ନିୟମ ମାନୁନାହାନ୍ତି ବାର୍‌ ମାଲିକ

ଭୁବନେଶ୍ୱର,୬।୬(ବ୍ୟୁରୋ):: ରାଜଧାନୀର ବାର ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ରହିଥିଲେ ମଧ୍ୟ କେତେକ ବାର ମାଲିକ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଛି। ବାରଗୁଡ଼ିକରେ...

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର।...

ରାଜ୍ୟରେ ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୬, କଟକରୁ...

ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଅପରେଶନ ‘ସ୍ବାଭିମାନ’ରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଅପରେଶନ ସ୍ବାଭିମାନ ସଫଳ ହୋଇଛି। ଜାନୁୟାରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିଥିବା ଏହି...

ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ

ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ...

Advertisement
Archives

Model This Week