ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ : ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର,୨।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ୟୁଜି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଗୁରୁବାର ପ୍ରକାଶ ପାଇଛି। ବିଜ୍ଞାନରେ ପଦାର୍ଥ ବିଜ୍ଞାନ ଅନର୍ସ ପାଇଁ କଟ୍‌ ଅଫ୍‌ ମାର୍କ ୮୪.୫% ଥିବାବେଳେ ରସାୟନ ବିଜ୍ଞାନରେ ୮୩.୩୩% ରହିଛି। ଉଦ୍ଭିଦ ବିଜ୍ଞାନରେ ୮୨.୫, ପ୍ରାଣୀ ବିଜ୍ଞାନରେ ୮୫%, କମ୍ପ୍ୟୁଟର ସାଇନ୍ସରେ ୭୭.୮୩%, ବାୟୋଟେକ୍ନାଲୋଜିରେ ୮୧.୫%, ଗଣିତରେ ୮୧.୬୭%, ଷ୍ଟାଟିଷ୍ଟିକ୍ସରେ ୭୬.୩୩% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ବାଣିଜ୍ୟରେ ୭୫.୧୭% ରହିଛି। କଳାରେ ଅର୍ଥନୀତିରେ ୭୬%, ଇଂଲିଶରେ ୭୬.୫%, ରାଜନୀତି ବିଜ୍ଞାନରେ ୭୨.୬୭%, ଓଡ଼ିଆରେ ୬୭.୩୩%, ସାଇକୋଲୋଜିରେ ୭୨.୬%, ସୋସିଓଲୋଜିରେ ୭୩.୮୩%, ଫିଲୋସୋପିରେ ୬୩.୫%, ହୋମ୍‌ ସାଇନ୍ସରେ ୬୦.୩୩%, ହିନ୍ଦୀରେ ୬୪%, ଇତିହାସରେ ୬୬.୧୭%, ସଂସ୍କୃତରେ ୫୭.୮୩%, ଷ୍ଟାଟିଷ୍ଟିକ୍ସରେ ୫୬.୩୩%, ଗଣିତରେ ୭୦% କଟ୍‌ ଅଫ୍‌ ରହିଛି। ୬ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞାନ, ୭ତାରିଖରେ କଳା (ସାଧାରଣ), ବାଣିଜ୍ୟ ଏବଂ କଳା (ଅନ୍ୟ ବିଷୟ) ପାଇଁ ମନୋନୀତ ହୋଇଥିବା ଛାତ୍ରୀଛାତ୍ର ୮ତାରିଖରେ ନାମ ଲେଖାଇବେ। ଉକ୍ତ ଦିନଗୁଡ଼ିକରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୬୦% ଟିକାକରଣ

ଭୁବନେଶ୍ୱର, ୭।୯(ବ୍ୟୁରୋ):  ଓଡ଼ିଶାରେ ପ୍ରଥମ ଡୋଜ୍‌ ଟିକାକରଣ ୬୦% ରହିଛି। ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଯୋଗ୍ୟ ହିତାଧିକାରଙ୍କୁ ଶତ ପ୍ରତିଶତ...

ବର୍ଷା କି ପବନ ହେବ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବ। ଏହାପରେ ଡାହାଣକୁ ଗତିପଥ...

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ ଅଫିସ,୫।୩: କରୋନାକୁ ନେଇ ରାଚିଆଡେ ଭୟର ମାହୋଲ। ଏଭଳି ସ୍ଥଳେ କଟକ ଏସ୍‌ସିବି ମେଡିକାଲର କରୋନା ୱାର୍ଡରୁ ଜଣେ ସନ୍ଦିଗ୍ଧ ଗୁରୁବାର ରାତିରୁ ଚମ୍ପଟ...

ରାଜ୍ୟ ସାରା କୋହଲା ପାଗ

ଭୁବନେଶ୍ୱର,୪ା୧(ବ୍ୟୁରୋ): ଝିପି ଝିପି ବର୍ଷା, କୋହଲା ପାଗ ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଏକ ଶୀତୁଆ ପରିବେଶ। ଆଗକୁ ବର୍ଷା ଅଧିକ ନ ଥିଲେ ମଧ୍ୟ...

ସରିଲା ନାମାଙ୍କନ ପ୍ରକ୍ରିୟା, ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଯାଇଛି। ନାମାଙ୍କନ ଦାଖଲ ପରେ ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲିଠାରୁ ୨୫...

ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ...

ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ...

ମହାପ୍ରଭୁଙ୍କୁ ଲାଗି ହେଲା ସପ୍ତପୁରୀ ଭୋଗ

ପୁରୀ ଅଫିସ,୨୭।୮- ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଶ୍ରୀମନ୍ଦିର ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସପ୍ତପୁରୀ (ସାତପୁରୀ) ବିଶିଷ୍ଟ ପିଠା ପ୍ରସ୍ତୁତ...

Advertisement
Archives

Model This Week