ରପ୍ତାନି ୩୬.୪୭% କମିଲା

ନୂଆଦିଲ୍ଲୀ,୧୬।୬: ଭାରତର ରପ୍ତାନି ଲଗାତର ଭାବେ ୩ ମାସ ଲାଗି ହ୍ରାସ ଘଟିଛି। ମେ ମାସରେ ଏହା ୩୬.୪୭% ହ୍ରାସ ହୋଇ ୧୯.୦୫ ବିଲିୟନ ଡଲାର ରହିଛି। ପେଟ୍ରୋଲିୟମ,ବୟନ, ଇଞ୍ଜିନିୟରିଂ, ଜେମ୍‌ସ ଏବଂ ଜୁଏଲେରି ରପ୍ତାନି କମିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଏହି ସମୟ ମଧ୍ୟରେ ଆମଦାନୀ ୫୧% ହ୍ରାସ ଘଟି ୨୨.୨ ବିଲିୟନ ଡଲାର ରହିଛି। ବର୍ତ୍ତମାନ ସମୟରେ ବାଣିଜ୍ୟ ନିଅଣ୍ଟ ୩.୧୨ ବିଲିୟନ ଡଲାର ରହିଛି। ଏହା ଗତବର୍ଷ ସମାନ ସମୟରେ ୧୫.୩୬ ବିଲିୟନ ଡଲାର ରହିଥିଲା। ଏପ୍ରିଲ-ମେ’ରେ ରପ୍ତାନି ୪୭.୫୪ % ହ୍ରାସ ଘଟି ୨୯.୪୧ ବିଲିୟନ ଡଲାର ରହିଛି। ଏହି ସମୟରେ ଆମଦାନୀ ୫.୬୭% ହ୍ରାସ ହୋଇ ୩୯.୩୨ ବିଲିୟନ ଡଳାରକୁ ଖସିଛି। ଏହି ୨ ମାସରେ ବାଣିଜ୍ୟ ନିଅଣ୍ଟ ୯.୯୧ ବିଲିୟନ ଡଲାର ରହିଛି। ମେ ମାସରେ ତେଲ ଆମଦାନୀ ୩.୪୯ ବିଲିୟନ ଡଲାର ରହିଥିବା ବେଳେ ଗତ ବର୍ଷ ସମାନ ସମୟରେ ଏହା ୧୨.୪୪ ବିଲିୟନ ଡଲାର ରହିଥିଲା। ସେହିଭଳି ସୁନା ଆମଦାନୀ ୯୮.୪% ଖସି ୭୬.୩୧ ନିୟୁତ ଡଲାର ରହିଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ ୧୦୭୫ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୪-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ ଓ ଜିଏସଟି ହ୍ରାସ ଘୋଷଣା କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଛି।...

ଭୁବନେଶ୍ୱରରେ ବିକ୍ରି ହୋଇଛି ୩୧୫.୭୬ କୋଟିର ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ,୨୨ା୭: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୦୧୮ ମେ’ରୁ ୨୦୧୯ ମେ’ ମଧ୍ୟରେ ମୋଟ ୫୮୫୧.୪୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯାଇଛି ବୋଲି...

ବିଟ୍‌କଏନ୍‌କୁ ଅଫିସିଆଲ କରେନ୍ସି ମାନ୍ୟତା

ସାନ୍‌ ସାଲ୍‌ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍‌ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି।...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି...

ଏବେ ପେଟ୍ରୋଲ,ଡିଜେଲରେ ଜିଏସ୍‌ଟି ସମ୍ଭବ ନୁହେଁ

ମୁମ୍ବାଇ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ପରିସରକୁ ଆଣିବା ସମ୍ଭବ ନୁହେଁ। ଏଥିପାଇଁ ୧୦ ବର୍ଷ ସମୟ ଲାଗିଯିବ...

ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ର ଆଇପିଓ

ନୂଆଦିଲ୍ଲୀ,୩୦।୧: ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଫେବୃୟାରୀ ୪ରେ ଖୋଲିବ ଓ ୮ରେ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କ...

ଆମେରିକାରେ ତେଲ ଭଣ୍ଡାର ସ୍ଥାପନ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୨୬।୭: ନିର୍ଦ୍ଧାରିତ ଯୋଜନା ମୁତାବକ ଦେଶରେ ଋଣନୈତିକ ତୈଳ ଭଣ୍ଡାର ସ୍ଥାପନ ନ ହେବାକୁ ନେଇ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ତଥା କଂଗ୍ରେସ ନେତା ଏମ୍‌.ବୀରପ୍ପା...

ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଆଶ୍ୱସ୍ତି

ନୂଆଦିଲ୍ଲୀ: ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଖୁସି ଖବର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଏହି ବର୍ଗରେ ଭିଜା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ବଡ଼...

Advertisement
Archives

Model This Week