ରପ୍ତାନି ବୃଦ୍ଧି ନେଇ ଖୁବଶୀଘ୍ର ଘୋଷଣା ହେବ ପ୍ୟାକେଜ

ନୂଆଦିଲ୍ଲୀ,୭-୯: ଦେଶର ରପ୍ତାନି ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ଦିନେ ଦୁଇଦିନ ଭିତରେ ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ୟାକେଜ ସ୍ଥିର କରିବା ନେଇ ଇତିମଧ୍ୟରେ ଅର୍ଥ ଓ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକାଧିକ ଥର ଆଲୋଚନା ହୋଇସାରିଛି। ଘୋଷିତ ହେବାକୁ ଥିବା ପ୍ୟାକେଜରେ ସ୍ବତନ୍ତ୍ର ଆର୍ଥିକ କ୍ଷେତ୍ର(ଏସ୍‌ଇଜେଡ୍‌)ରେ କାର୍ଯ୍ୟରତ କମ୍ପାନୀଗୁଡ଼ିକ ପାଇଁ ଟିକସ ଲାଭକୁ ପ୍ରତ୍ୟାହାର କରିବାର ସମୟସୀମା ବୃଦ୍ଧି କରାଯାଇପାରେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ୨୦୧୬-୧୭ ସାଧାରଣ ବଜେଟରେ ଘୋଷଣା କରାଯାଇଥିଲା ଯେ, ୨୦୨୦ ମାର୍ଚ୍ଚ ୩୧ ପୂର୍ବରୁ ଏସ୍‌ଇଜେଡ୍‌ରେ କାର୍ଯ୍ୟାରମ୍ଭ କରିଥିବା ରପ୍ତାନିକାରୀଙ୍କୁ ଆୟକର ସମ୍ପର୍କିତ ଲାଭ ଦିଆଯିବ। ରନତ୍ ଏବଂ ଗହଣା କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ ସରକାର ରଙ୍ଗୀନ ରନତ୍ ଓ ପଲିସ୍‌ ହୋଇଥିବା ହୀରା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିପାରନ୍ତି। ବର୍ତ୍ତମାନ ଏହି ଶୁଳ୍କ ହାର ୭.୫% ରହିଛି। ଅନ୍ୟପକ୍ଷରେ ସରକାର ଭାରତୀୟ ରପ୍ତାନି ଋଣ ଗ୍ୟାରେଣ୍ଟି ନିଗମ ପକ୍ଷରୁ ଦିଆଯାଉଥିବା ରପ୍ତାନି ଋଣ ଲାଗି ମିଳୁଥିବା ବୀମା କଭରକୁ ୬୦ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri