ରପ୍ତାନିରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୫-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ପଞ୍ଚମ ଥର ଲାଗି ରପ୍ତାନିରେ ହ୍ରାସ ଘଟିଛି। ଚଳିତ ବର୍ଷ ନଭେମ୍ବରରେ ଦେଶ ମଧ୍ୟରୁ ରପ୍ତାନି ୦.୩୨% ଖସିଛି। ବିଶ୍ୱ ସ୍ତରରେ ଚାହିଦା ହ୍ରାସ, ଅଶୋଧିତ ତୈଳ ମୂଲ୍ୟ କମ୍‌ ରହିବା ଯୋଗୁ ଭାରତ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କମିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ସେହିଭଳି ଆମଦାନୀ ମଧ୍ୟ ୬ ମାସ ଲାଗି ହ୍ରାସ ଘଟିଛି। ଅର୍ଥ ବ୍ୟବସ୍ଥାରେ ଚାହିଦା ହ୍ରାସ ହେବା ଯୋଗୁ ପେଟ୍ରୋଲିୟମ, ଇଞ୍ଜିନିୟରିଂ ଏବଂ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଛି। ଅଶୋଧିତ ତୈଳ ଆମଦାନୀ କମିବା ଯୋଗୁ ବାଣିଜ୍ୟ ନିୟଣ୍ଟ ମଧ୍ୟ କମ୍‌ ରହିଛି। ନଭେମ୍ବରରେ ଆମଦାନୀ ୧୨.୭୧% କମିବା ଯୋଗୁ ବାଣିଜ୍ୟ ନିଅଣ୍ଟ ୧୨.୧୨ ବିଲିୟନ ଡଲାର ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୬.୬୧ ବିଲିୟନ ଡଲାର ରହିଥିଲା ବୋଲି ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଚମଡା, ଜେମ୍‌ସ ଆଣ୍ଡ ଜୁଏଲେରୀ, ରେଡି ମେଡ ଗାର୍ମେଣ୍ଟ, ପେଟ୍ରୋଲିୟମ ରପ୍ତାନି କମିଛି।


Enter your email to get our daily news in your inbox.

All Right Reserved By Dharitri.Com

୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି...

୧.୩୭ ଲକ୍ଷ ଇପିଏଫ୍‌ ଉଠାଣ ଆବେଦନର ଫଇସଲା

ନୂଆଦିଲ୍ଲୀ,୧୧।୪: କୋଭିଡ୍‌-୧୯ର ମୁକାବିଲା ଲାଗି ୧୦ ଦିନରୁ କମ୍‌ ସମୟ ମଧ୍ୟରେ ୧.୩୭ ଲକ୍ଷ ଇପିଏଫ୍‌ ଉଠାଣ ଆବେଦନର ଫଇସଲା କରାଯାଇଛି। କଓ୍ବୋଇସି ଜରିଆରେ ୭୨...

ଏମ୍‌ଏସ୍‌ଏମ୍‌ଇ ଲାଗି ନୂଆ ରୋଡ୍‌ମ୍ୟାପ୍‌

  ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ...

ଜିଓ ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ

ନୂଆଦିଲ୍ଲୀ,୨୮-୭: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଲଞ୍ଚ ହେବାର ମାତ୍ର ୩ ବର୍ଷ ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇପାରିଛି। କମ୍ପାନୀର...

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ...

୪,୮୦୦ କୋଟି ନିବେଶ କରିବ ଟୟୋଟା

ନୂଆଦିଲ୍ଲୀ,୯।୫: ଟୟୋଟା ଗ୍ରୁପ ଅଫ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ କମ୍ପାନୀ ଟିଆଇଇଆଇ ମିଳିତ ଭାବେ କର୍ନାଟକରେ ୪,୮୦୦ କୋଟି ଟଙ୍କା ନିବେଶ କରିବେ। ଏ ନେଇ...

ଅକ୍ଟୋବର-ନଭେମ୍ବରରେ ୪.୯ ଲକ୍ଷ କୋଟି ଋଣ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ, ୪-୧୨: ପାର୍ବଣ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪.୯ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଅର୍ଥନୀତିରେ...

ଋଣ ଉଠାଇବା ଲାଗି ରାଜ୍ୟଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ: ବଜାରରୁ ଋଣ ଉଠାଇବା ଲାଗି ରିଜର୍ଭ ବ୍ୟାଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଆଉ ୬ ମାସ ଅଧିକ ସମୟ ପ୍ରଦାନ କରିଛି।...

Advertisement
Archives

Model This Week