ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା ବଲିଉଡ୍‌ ଇଣ୍ଡଷ୍ଟ୍ରି କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଆଦୌ ଭୁଲନ୍ତି ନାହିଁ। ଫ୍ୟାନ୍‌ମାନେ ମଧ୍ୟ ବିଗ୍‌ ବିଙ୍କ ଫଟୋକୁ ବେଶ୍‌ ଲାଇକ୍‌ କମେଣ୍ଟ କରିଥାନ୍ତି। ଗୁରୁବାର ବିଗ୍‌ ବି ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ସହ ଅଛନ୍ତି ରଣବୀର କପୁର। ଥ୍ରୋ ବ୍ୟାକ୍‌ ଥର୍ସଡେ ପାଇଁ ବିଗ୍‌ ବି ରଣବୀରଙ୍କ ସହ ଏକ ନୂଆ ଏବଂ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଅମିତାଭ ଏବଂ ରଣବୀର ମିଶି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି।


ସେହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ପୁରୁଣା ଫଟୋଟି ୧୯୯୦ରେ ଫିଲ୍ମ ‘ଅଜୁବା’ର ହୋଇଥିବା ବେଳେ ନୂତନଟି ‘ବ୍ରହ୍ମାସ୍ତ୍ର’ର। ‘ଅଜୁବା’ଫଟୋ ଶେୟାର କରି ଅମିତାଭ ଲେଖିଛନ୍ତି, ‘T 3453 – THEN and NOW …ରଣବୀରଙ୍କ ବଡ଼ ବଡ଼ ଆଖି ‘ଅଜୁବା’ ଶୁଟିଂ ସେଟ୍‌ରେ। ଶଶୀଜୀ ଏବଂ ମୋ’ ସହ। ଆଉ ଏବେ ରଣବୀର ‘ବ୍ରହ୍ମାସ୍ତ୍ର’ ସେଟ୍‌ରେ। ପାଓ୍ବାରଫୁଲ୍‌। ୧୯୯୦-୨୦୨୦। ସମୟ ଚାଲିଛି। ସିଧା ଚାଲିଛି। ଅମିତାଭଙ୍କ ଏହି ଫଟୋରେ ୟୁଜରମାନେ ଭଲ ଭଲ କମେଣ୍ଟ ଦେଇଛନ୍ତି।
‘ବ୍ରହ୍ମାସ୍ତ୍ର’ରେ ଅମିତାଭ, ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ମୌନୀ ରାୟ ନଜର ଆସିବେ। ମୌନୀ ଏଥିରେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୪ରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଥ୍‌ ଓ୍ବଣ୍ଡର ‘ଶକୁନ୍ତଲା ଦେବୀ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ଶକୁନ୍ତଲା ଦେବୀ’ର ଟ୍ରେଲର। ଏହାକୁ ଦେଖିବା ପରେ ଶକୁନ୍ତଲା ଦେବୀଙ୍କୁ ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା।...

ଅକ୍ଷୟ କୁମାରଙ୍କ ସିକ୍ୟୁଏଲ ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ଅଭିନୟ ପାଇଁ ଅଛନ୍ତି ଚର୍ଚ୍ଚାରେ। ନିକଟରେ କାର୍ତ୍ତିକ ଓ ସାରା ଅଲି ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମର...

ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି

ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ...

ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍‌ ସୂରଜ ଗୋଦାମ୍ବେ ଗିରଫ

ମୁମ୍ବାଇ,୧୦।୧୨-ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ସୂରଜ ଗୋଦାମ୍ବେ। ଏଥିସହିତ ଆଉ...

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ।...

ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି।...

ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର...

ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌...

Advertisement
Archives

Model This Week