ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍‌

ବିଗତ ଦିନରେ ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଦୁଇଜଣ ଭଲ ବନ୍ଧୁ ହୋଇଯାଇଛନ୍ତି। ୨୮ ସେପ୍ଟେମ୍ବର ଅର୍ଥାତ୍‌ ଗତକାଲି ରଣବୀର ତାଙ୍କର ୩୭ତମ ଜନ୍ମଦିବସ ପାଳନ କରିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଜନ୍ମଦିନ ପାର୍ଟି ରଖିଥିଲେ। ଏହି ପାର୍ଟିରେ ବଲିଉଡ୍‌ର କିଛି ଅଭିନେତ୍ରୀ ଅଭିନେତା ଯୋଗଦେଇଥିଲେ। ଏଥିରେ ଦୀପିକା ପାଦୁକୋନ୍‌ ମଧ୍ୟ ଉପସ୍ଥିତ ଥିଲେ।

ଏହି ପାର୍ଟିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋକୁ ଦେଖି ୟୁଜରମାନେ ଦୀପିକାଙ୍କୁ ଟ୍ରୋଲ୍‌ ବି କରିଛନ୍ତି। ଏହି ଫଟୋରେ ଦୀପିକା କଳାରଙ୍ଗର ଡ୍ରେସ୍‌ ପିନ୍ଧି କାର୍‌ରେ ବସିଥିବାବେଳେ କ୍ୟାମେରାକୁ ଦେଖି ବାଏ କହୁଥିବା ନଜର ଆସିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ନିଶାଡ଼ି ଲୁକ୍‌, ଆଉ ଜଣେ ଲେଖିଛନ୍ତି, ଫୁଲ୍‌ ମଦ ପିଇଛନ୍ତି। କହି ରଖୁଛୁ, ଦୀପିକା ଆଗାମୀ ଫିଲ୍ମ ‘ଛପାକ’କୁ ନେଇ ଖୁବ୍‌ ବ୍ୟସ୍ତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍‌କର, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ...

କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ...

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ...

ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ...

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

ରିତେଶ୍‌ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ...

ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର...

Coronavirus Update


Archives

Model This Week

Why Dharitri