ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଫାର୍ମାସିଷ୍ଟ:ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଆଜି ବି ମାନବିକତା ବଞ୍ଚିରହିଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲ୍‌କାନଗିରି ଜିଲାରେ। ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ। ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇ ମାନବିକତାର ପରିଚୟ ଦେଇଥିବା ସମୀରଙ୍କ ଏହି ମହତ୍‌ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି, ମାଲ୍‌କାନଗିରି ଖଇରପୁଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର ଜଣେ ପ୍ରସୂତିଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ କରିବା ସହ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଆଣିବା ନିଃସ୍ବାର୍ଥପର ସେବା ଓ ମାନବିକତାର ପରିଚୟ। ତାଙ୍କର କର୍ତ୍ତବ୍ୟପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଉଦାହରଣ। ତାଙ୍କୁ ମୋର ସାଧୁବାଦ। ସୂଚନାଯୋଗ୍ୟ, ମାଥିଲି ବ୍ଲକ୍‌ ଅନ୍ତର୍ଗତ ବଡ଼ ରେଙ୍ଗାବେଡ଼ା ଗ୍ରାମର ରଘୁ ଦୁରୁଆଙ୍କ ସ୍ତ୍ରୀ ମଙ୍ଗୁଳିଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ନିକଟସ୍ଥ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ମଙ୍ଗୁଳିଙ୍କର ଏ ପଜିଟିଭ୍‌ ରକ୍ତର ଆବଶ୍ୟକ ଥିଲାବେଳେ ଅର୍ଥ ଅଭାବରୁ ତାଙ୍କ ସ୍ବାମୀ ରକ୍ତ କିଣି ପାରି ନ ଥିଲେ। ତେବେ ଏ ସମ୍ପର୍କରେ ଖବରପାଇ ମାଲ୍‌କାନଗିରିସ୍ଥିତ ଖଇରପୁଟର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ, ମଙ୍ଗୁଳିଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ସମୀର ଠିକ୍‌ ସମୟରେ ମାଥିଲି ପହଞ୍ଚି ରକ୍ତ ଦେଇଥିଲେ ଓ ମଙ୍ଗୁଳିଙ୍କ ଜୀବନ ବଞ୍ଚାଇଥିଲେ। ରକ୍ତ ଦେବା ପରେ ମଙ୍ଗୁଳି ଏବେ ସୁସ୍ଥ ଅଛନ୍ତି। ମଙ୍ଗୁଳିଙ୍କୁ ଆବଶ୍ୟକ ସମୟରେ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଥିବାରୁ ସମୀର ଖୁବ୍‌ ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri