Posted inଜାତୀୟ

ଯୌନକର୍ମୀଙ୍କୁ ଗିରଫ କରିବା ଅନୁଚିତ

କଲିକତା,୧୨ା୮: ଯୌନକର୍ମୀମାନଙ୍କୁ ଗିରଫ କରିବା ଅନୁଚିତ। ସେମାନଙ୍କୁ ଅପରାଧର ଶିକାର ଭାବେ ବିବେଚନା କରାଯିବା ଜରୁରୀ ବୋଲି କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
କଲିକତାର ଏକ ସ୍ପା’ରେ ଜଣେ ନାବାଳିକାଙ୍କ ସମେତ କେତେଜଣ ମହିଳାଙ୍କୁ ଗଣିକାବୃତ୍ତିରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ସ୍ପା’ର ମାଲିକ ଆଗୁଆ ଜାମିନ ପାଇଁ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ମଣ୍ଡଳ ଓ ଜୟମାଲା ବାଗ୍‌ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପା ମାଲିକଙ୍କ ପକ୍ଷରୁ ଦାଏର ଅଗ୍ରିମ ଜାମିନ ଆବେଦନକୁ ଶନିବାର ଖାରଜ କରି କହିଛନ୍ତି, ଯୌନକର୍ମୀମାନଙ୍କୁ ବ୍ୟବସାୟିକ ଯୌନ କାର୍ଯ୍ୟରେ ଶୋଷଣ କରାଯାଉଛି। ବେଆଇନ ଚାଲାଣ (ନିବାରଣ) ଆଇନ, ୧୯୫୬ ଅନୁସାରେ ଯୌନକର୍ମୀମାନେ ଅପରାଧର ସହ-ଷଡ଼ଯନ୍ତ୍ରକାରୀ ଭାବେ ସମ୍ପୃକ୍ତ ବୋଲି ରେକର୍ଡରେ ଦର୍ଶାଯାଇ ନ ଥିଲେ ସେମାନଙ୍କୁ ଗିରଫ କରାଯିବା ଅନୁଚିତ। ଏହା ପରିବର୍ତ୍ତେ ସେମାନଙ୍କୁ ଅପରାଧର ପୀଡ଼ିତା ଭାବେ ବିଚାର କରାଯିବା ଜରୁରୀ। ଏହାସହ ସାକ୍ଷ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଓ ଅନ୍ୟ ପୁନଃ ଥଇଥାନ ବ୍ୟବସ୍ଥା ଭଳି ଆଇନାନୁସାରେ ଉପଲବ୍ଧ ସମସ୍ତ ଉନ୍ନତିକାରକ ସାଧନ ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ଗଣାବଳାତ୍କାର ମାମଲାରେ ଜଣେ ଗିରଫ: ୫ ଅଭିଯୁକ୍ତ ଚିହ୍ନଟ

ହାଇଦ୍ରାବାଦ,୪।୬: ହାଇଦ୍ରାବାଦ ଗଣବଳାତ୍କାର ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଅଭିଯୁକ୍ତମାନେ ଏକାଦଶ...

ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ...

ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ, ୪ ହଜାର ଭିଡ଼ରେ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ…

ନୂଆଦିଲ୍ଲୀ,୨୬।୧୦: ଲଖିମପୁର ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ ଲାଗିଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଏହି ମାମଲାରେ ଘଟଣାସ୍ଥଳରେ ୪-୫...

ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣିଦେଲେ

ଲକ୍ଷ୍ନୌ,୨୬।୧୧: ୧୬ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ସମେତ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।...

ଅଓ୍ବନ୍ତିପୋରାରେ ଏନ୍‌କାଉଣ୍ଟର: ସେନାର ଗୁଳିରେ ଟଳିପଡ଼ିଲେ ଆଉ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ ବୁଧବାର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି...

ନିର୍ବାଚନ ମଞ୍ଚରୁ ମୋଦିଙ୍କ ଅପିଲ: ପର୍ବ ସମୟରେ ଯାହାବି କିଣୁଛନ୍ତି ଲୋକାଲ କିଣନ୍ତୁ

ପାଟନା,୨୩ ।୧୦: ବିହାର ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି । ଶୁକ୍ରବାର ବିାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସର...

୧୦ରେ ନୂତନ ସଂସଦ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫ା୧୨: ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂତନ ସଂସଦ ଭବନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସମାରୋହ ଡିସେମ୍ବର...

ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ କୋଭିଡ୍‌ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ, ୮।୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ବୈଠକ। ଏଥିରେ କୋଭିଡ୍‌ ପ୍ୟାକେଜ୍‌ ଘୋଷଣା କରାଯିବା...

Advertisement
Archives

Model This Week