ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କଲେଣି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏବେ ବି ଏହି କୁପ୍ରଥା ସମାଜରେ ଚାଲିଛି। ଉତ୍ତର ପ୍ରଦେଶର କୁଶୀନଗରରେ ଯୌତୁକ ପାଇଁ ଏକ ବିବାହ ଭାଙ୍ଗିଯାଇଛି। କିନ୍ତୁ ସବୁଠୁ ରୋଚକ କଥା ହେଉଛି, ଯେଉଁ ଯୁବକ-ଯୁବତୀଙ୍କ ବିବାହ ହେବାର ଥିଲା, ସେମାନେ ଦୁହେଁ ଘର ଛାଡ଼ି ପରସ୍ପରର ହାତ ଧରିଛନ୍ତି। ସୂଚନାଯୋଗ୍ୟ, କୁଶୀନଗର ଜିଲା ପଟେହେରଓ୍ବା ଥାନା ଅଧୀନ ଏକ ଗାଁର ଜଣେ ଯୁବକଙ୍କ ବିବାହ ଅନ୍ୟ ଏକ ଗାଁରେ ସ୍ଥିର ହୋଇଥିଲା। ବିବାହ ପାଇଁ ତିଥି ମଧ୍ୟ ନିର୍ଘଣ୍ଟ ହୋଇ ସାରିଥିଲା। ଉଭୟ ପରିବାର ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। ସମ୍ପୃକ୍ତ ଯୁବତୀ ଯୁବକ ମଧ୍ୟ ଫୋନରେ କଥା ହେଉଥିଲେ। କିନ୍ତୁ ପର ମୁହୂର୍ତ୍ତରେ ଉଭୟ ପରିବାର ମଧ୍ୟରେ ଯୌତୁକକୁ ନେଇ ପାଟିତୁଣ୍ଡ ଲାଗିଥିଲା। ପରିସ୍ଥିତି ଏମିତି ହେଲା, ବିବାହ ଭାଙ୍ଗିଦେବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା। ଏହାଜାଣି ସଂପୃକ୍ତ ଯୁବତୀଯୁବକ ଘର ଛାଡି ମନ୍ଦିରରେ ବିବାହ କରିଥିଲେ। ପରେ ଘରଲୋକଙ୍କୁ ଫୋନ ଜରିଆରେ ବିବାହ ସମ୍ପର୍କରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ

ହାଇଦ୍ରାବାଦ୍‌,୧୬।୯: ଗୁରୁବାର ସକାଳେ ରେଳ ଧାରଣରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ହାଇଦ୍ରାବାଦ୍‌ ଠାରୁ ପ୍ରାୟ ୧୩୦ କିମି ଦୂରରେ ମିଳିଥିବା ମୃତଦେହଟି...

ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା, ଗୋଟିଏ ତୀରରେ ଦୁଇ ଶିକାର…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି। ଏଥିରେ...

ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ନେତା ବିନୀତ ପୁନିଆଙ୍କୁ ଏଆଇସିସି ଆଭ୍ୟନ୍ତରୀଣ ଯୋଗାଯୋଗ ଶାଖାର ପ୍ରଭାରୀ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ବୈଭବ ଓ୍ବାଲିଆ ଉକ୍ତ ବିଭାଗର ସମ୍ପାଦକ...

‘ଏମିତି ହୁଏନି ଭାଇ’ କହି ସୁଷମାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜ ଓ ତାଙ୍କ କାର୍ଯ୍ୟଶୈଳୀକୁ ମନେପକାଇଛନ୍ତି। ଦିଲ୍ଲୀର...

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ...

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ...

ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍‌ ମାଳଭୂମି

ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍‌ ମାଳଭୂମି। ଏହାକୁ କେହି...

ସାଙ୍ଗ ଆଙ୍ଗୁଠି ଚମଡ଼ା ନେଇ ରେଲ୍‌ଓ୍ବେ ପରୀକ୍ଷା

ଭଦୋଦରା, ୨୬ା୮:ରେଳ ବିଭାଗରେ ଚାକିରି ପାଇବା ପାଇଁ ଜଣେ ଆଶାୟୀ ଅଜବ ଉପାୟ ବାଛିଛନ୍ତି। ଆବେଦନକାରୀଙ୍କ ସାଙ୍ଗ ଡମି କ୍ୟାଣ୍ଡିଡେଟ୍‌ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା...

Advertisement
Archives

Model This Week