ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା, ସ୍ବାମୀ ଗିରଫ

ରାସୋଳ,୨୨।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ ସାହୁ(୧୭)। ରାସୋଳ ଥାନା ପୋଲିସ କାଟଖୁମ୍ପା ଗ୍ରାମର ଟିକିରା ପାହାଡ଼ ତଳୁ ବୁଧବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ, ୭ ମାସ ତଳେ କଲୋନୀ ସାହିର ସୁଜିତ ସାହୁ(ମାମୁଲି) ତେଲୁଭୂଇଁ ସରୁନାଳୀ ଗ୍ରାମର ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ ଆରତୀଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା। ହେଲେ ତାଙ୍କ ପରିବାର ଗରିବ ଥିବାରୁ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଉ ବାକି ଟଙ୍କା ବର୍ଷକ ମଧ୍ୟରେ ଦେବା ପାଇଁ କଥା ଛିଣ୍ଡିଥିଲା। ହେଲେ ବିବାହ ପରେ ଆରତୀଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେବା ସହ ମାରପିଟ କରୁଥିଲେ। ଏପରିକି ୧୫ ଦିନ ପୂର୍ବେ ତାଙ୍କୁ ମାରପିଟ କରାଯାଇଥିବାରୁ ସେ ବାପଘରକୁ ଚାଲିଯାଇଥିଲେ। ସେଠାରୁ ସୁଜିତ ତାଙ୍କୁ ଆଣି ଆସିଥିବା ଆରତୀଙ୍କ ମା’ ଅହଲ୍ୟା ସାହୁ କହିଛନ୍ତି। ହେଲେ ସେ ମଙ୍ଗଳବାର ଝିଅଙ୍କୁ ହତ୍ୟା କରିି ସ୍ବାମୀ ଓ ଶାଶୁ ଅଟୋରେ ନେଇ ଯାଉଥିବା ନେଇ ଏକ ଫୋନ କଲ୍‌ ପାଇଥିଲେ। ସେ ଯଥାଶୀଘ୍ର ଆସି ଆରତୀଙ୍କ ଶାଶୁଘରେ ପହଞ୍ଚି କେହି ନ ଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶାଙ୍କୁ ଡାକି ବିଫଳ ହେବା ପରେ ସେ ରାସୋଳ ଥାନାରେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଅଟକ ରଖିଥିଲା। ପରେ ସକାଳେ ଖବର ପାଇ ରାସୋଳ ଥାନା ପୋଲିସ ସ୍ବାମୀ ସୁଜିତକୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ପରେ ସୁଜିତଙ୍କ କହିବାନୁଯାୟୀ ପୋଲିସ ଉକ୍ତ ପାହାଡ଼ ତଳୁ ମୃତଦେହକୁ ଜବତ କରିଛି। ଫରେନ୍ସିଂ ଟିମ୍‌ ଢ଼େଙ୍କାନାଳ, ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌, ରାସୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ

ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ...

ମାଲକାନଗିରିରେ ବନ୍ୟା ପରିସ୍ଥିତି: ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଏସଆରସି

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ./ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର...

ରୌଦ୍ରତାପରେ ଜଳୁଛି ଟିଟିଲାଗଡ଼, ବଲାଙ୍ଗୀର

  ବଲାଙ୍ଗୀର ଅଫିସ, ୨୬ା୫ ବଲାଙ୍ଗୀର ଜିଲାରେ ଗତ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି ା ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ...

ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଯୁବକ ଗିରଫ

ଦିଗପହଣ୍ଡି,୧୩ା୬(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରୁ ବୁଧବାର ସକାଳେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାର ପ୍ରଦେଶ ବୈଶାଳୀ...

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଷ୍ଟାଫ୍‌ନର୍ସଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

ବଲାଙ୍ଗୀର ଅଫିସ, ୧୫।୨- ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଗତ ଗୁରୁବାର ରାତିରେ ଦୁଇଜଣ ବ୍ୟକ୍ତି ଜଣେ କାର୍ଯ୍ୟରତା ଷ୍ଟାଫନର୍ସଙ୍କୁ ମାଡ଼ ମାରିଥିଲେ ।...

ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି।...

‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରାଯିବ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ବାସ୍ଥ୍ୟ ଓ...

Coronavirus Update


Archives

Model This Week

Why Dharitri