ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା ପରେ ନବବଧୂ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ବିହାରର ବାଙ୍କି ଜିଲାର ବୌସି ଅଞ୍ଚଳରେ ବିନୟ ରଜକ ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରନ୍ତି। ସ୍ଥାନୀୟ ଅଞ୍ଚଳର ଶୋଭା ଦେବୀ ନାମକ ଜଣେ ମହିଳା ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଋତୁ କୁମାରୀଙ୍କ ସହ ବ୍ୟାଙ୍କ ଯାଇଥିଲେ। ସ୍ବାମୀଙ୍କ ନାଁରେ ଥିବା ୧୩ ଲକ୍ଷ ଟଙ୍କା ଋତୁଙ୍କ ନାମରେ କରାଇଦେବାକୁ ଶୋଭା ଦେବୀ ବିନୟଙ୍କୁ କହିଥିଲେ। ଋତୁଙ୍କ ନାମରେ ଏତେ ଲକ୍ଷ ଟଙ୍କା ଥିବା ଜାଣି ବିନୟ ତାଙ୍କୁ ଠକିବା ଯୋଜନା ସ୍ତ୍ରୀ ଗୁଡିଆଙ୍କ ସହ ମିଶି କରିଥିଲେ। ପ୍ରଥମେ ନିଜକୁ ଜଣେ ଅନାଥ ପୁଅର ପରିଚୟ ଦେଇ ଋତୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବିନୟ। ଏବଂ ସ୍ତ୍ରୀ ଗୁଡିଆ ତାଙ୍କ ଘରକୁ ବିବାହ ପ୍ରସ୍ତାବ ବିଧିବଦ୍ଧ ଭାବେ ନେଇଯାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଋତୁଙ୍କ ମା’। ପରେ ଗୁଡିଆ ବିନୟଙ୍କ ଭାଉଜ ହୋଇ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବହା ପରେ ଋତୁ ଏକଥା ଜାଣିବା ପରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏକ୍ସ ମିଡିଆ ମାମଲା:ଜେଲ ଗଲେ ଚିଦାମ୍ବରମ,୭୪ତମ ଜନ୍ମଦିନ ଜେଲରେ କଟିବ

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା...

କାର୍‌ ଚକାରେ ଗୁଡ଼ାଇ ହୋଇ ଯାଇଛି ବିରାଟକାୟ ସାପ, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଶେଷ ହେଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୩।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ...

ସାବଧାନ! ଏସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍‌ ହେଉଛି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌। ଅନେକ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ...

ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା

ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ...

ବନ୍ଦରରୁ ୨୦ ଟନ୍‌ ହେରୋଇନ ଜବତ, ଆନୁମାନିକ ମୂଲ୍ୟ ୧୮୦୦ କୋଟି…

ମୁମ୍ବାଇ, ୨୧।୯ : ମୁମ୍ବାଇର ନାଭା ଶେରା ବନ୍ଦରରୁ ୨୦ ଟନରୁ ଅଧିକ ପରିମାଣର ହିରୋଇନ ଜବତ କରାଯାଇଛି। ଜବତ ହୋଇଥିବା ହିରୋଇନର ଆନୁମାନିକ ମୂଲ୍ୟ...

ଦିଦିଙ୍କୁ ‘ସଂସ୍କାର’ ପାଠ ପଢାଇଲେ ସ୍ମୃତି

କୋଲକତା,୧୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଦେଶରେ କରୋନା ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ...

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ...

Advertisement
Archives

Model This Week