Posted inଜାତୀୟ

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ ସପ୍ତାହରେ ପ୍ରତ୍ୟେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖେଳର ଖୋରାକ ହୋଇଛି। ତେବେ ଏହି ଅପ୍ସନକୁ ଥରେ ଡାଉନଲୋଡ୍‌ କରିଦେଲେ ଆପଣ ନିଜ ମୁହଁର ବିଭିନ୍ନ ଆକୃତି ବୟସ ଅନୁସାରେ ଦେଖିପାରିବେ। ସେଥିପାଇଁ ୮ଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବାକୁ ହେବ। ସେହିସବୁ ବିକଳ୍ପ ହେଲା: ମୁହଁର ଭଙ୍ଗୀ, ମୁହଁର ସଜ୍ଜୀକରଣ, ହସ, କେଶର ରଙ୍ଗ, କେଶର ଷ୍ଟାଇଲ୍‌, ଚଷମା ପିନ୍ଧା ମୁହଁ, ମୁହଁରେ ବୟସର ଛାପ ଏବଂ ଦାଢ଼ିଯୁକ୍ତ ମୁହଁ।
ପ୍ରତ୍ୟେକ ଅପ୍ସନରେ ବିଭିନ୍ନ ଶୋଧନ ପଦ୍ଧତି ରହିଛି। ସେଗୁଡିକୁ ମୁହଁରେ ପ୍ରୟୋଗ କରାଯାଇପାରିବ। ନିଜ ମୁହଁର ଆକୃତି କେତେ ଭିନ୍ନ ପ୍ରକାର ହୋଇପାରେ ସେଗୁଡିକୁ ଦେଖି ଖୁବ୍‌ ଖୁସି ହୋଇପାରିବେ ଆପଣ। ଖୁବ୍‌ ମଜାଦାର ବିଷୟ ହେଉଛି ନିଜ ମୁହଁର ବିଭିନ୍ନ ଭଙ୍ଗୀକୁ ନେଇ ଖେଳିପାରିବେ ଏବଂ ବିଭିନ୍ନ ପରିସ୍ଥିତିରେ ଆପଣ କିପରି ଦିଶୁଛନ୍ତି ତାହା ଜାଣିପାରିବେ। ଚନ୍ଦାମୁଣ୍ଡିଆ ଲୋକେ ‘ହିଟମ୍ୟାନ୍‌’ ଅପ୍ସନ ବ୍ୟବହାର କରି ମୁଣ୍ଡରେ କେଶ ଥିବା ଭଳି ଦେଖାଯିବେ। ମୁହଁକୁ ସୁନ୍ଦର କରିବା, କେଶ ଲମ୍ବା କରିବା ଏବଂ ଚଷମା ପିନ୍ଧି ନିଜ ମୁହଁ ଦେଖିବାର ଅପ୍ସନ ମଧ୍ୟ ରହିଛି।
ଫେସ୍‌ଆପ୍‌ରେ ‘ଫିଲ୍ଟର୍ସ’, ‘ଲେନ୍ସ ବ୍ଲର’ ଏବଂ ‘ବ୍ୟାକ୍‌ଗ୍ରାଉଣ୍ଡ୍ସ’ ଭଳି ଅପ୍ସନ ରହିଛି। ନିଜ ମୁହଁ କିପରି ଦିଶୁଛି ବୋଲି କିଛି ସମୟ ନିରେଖି ଦେଖିବା ପରେ ଏକାଧିକ ଅପ୍ସନ୍‌ ଫେସ୍‌ଆପ୍‌ରେ ଖେଳିବୁଲିବ। ବିଶେଷକରି ଫିଲ୍ଟର୍ସ ଅପ୍ସନ ବ୍ୟବହାର କରି ନିଜର ମୁହଁର ସମ୍ପୂର୍ଣ୍ଣ ରୂପକୁ ବଦଳେଇ ଦେଇପାରିବେ। ଲେନ୍ସ ବ୍ଲର ଅପ୍ସନ ବ୍ୟବହାର କରି ମୁହଁର ଭବିଷ୍ୟତର ରୂପ ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ସ ଅପ୍ସନ ବ୍ୟବହାର କରି ଅନ୍ୟ ସ୍ଥାନରେ ନିଜେ ଥିବା ଭଳି ଦେଖାଯିବେ। ଏହି ୩ ଅପ୍ସନ ମଧ୍ୟରୁ ସବୁଠୁ ମଜାଦାର ଅପ୍ସନ ହେଉଛି ବ୍ୟାକ୍‌ଗ୍ରାଉଣ୍ଡ୍ସ ଅପ୍ସନ। ଏହାଦ୍ୱାରା ବିଭିନ୍ନ ନଗରୀରେ ନିଜେ ଥିବାର ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀର ରଞ୍ଜନଙ୍କ ଉପରେ ବର୍ଷିଲେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀରବ ମୋଦିଙ୍କ ସହ ତୁଳନା...

‘ରୋଜଗାର ଦେବା ଆମର ସବୁଠୁ ବଡ଼ ପ୍ରାଥମିକତା’

ନୂଆଦିଲ୍ଲୀ,୨୮ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ...

ଭାଜପା ଖେଳୁଛି ଡବଲ ଗେମ୍‌, ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟିଆ ଚେତାବନୀ…

କୋଲକାତା,୯।୨ : ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ...

ଶ୍ରଦ୍ଧାଙ୍କ ମୁଣ୍ଡକୁ ପୋଖରୀରେ ପକାଇଛନ୍ତି ଅଭିଯୁକ୍ତ ଅଫ୍‌ତାବ!

ନୂଆଦିଲ୍ଲୀ,୨୦।୧୧: ଶ୍ରଦ୍ଧା ୱାଲ୍‌କର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫ୍‌ତାବ ପୁନାୱାଲାଙ୍କୁ ପଚରାଉଚରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।...

କଂଗ୍ରେସର କଳା ପୋଷାକ ପିନ୍ଧି ବିକ୍ଷୋଭକୁ ଭିନ୍ନ ରୂପ ଦେଲେ ଶାହା, ରାମ ମନ୍ଦିର ସହ ଯୋଡ଼ିଲେ

ନୂଆଦିଲ୍ଲୀ,୫।୮: କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କରାଯାଇଥିବା ବିକ୍ଷୋଭକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

୧୫୦ ଫୁଟ ଗାତରୁ ୮ଘଣ୍ଟା ପରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ଆଗ୍ରା, ୧୪।୬: କଥାରେ ଅଛି ରଖେ ରହି ମାରେ କିଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରା ଫତେହାବାଦରୁ । ସୋମବାର ଏକ...

‘ମେଣ୍ଟ ପାଇଁ ମାୟାବତୀ, କଂଗ୍ରେସ ଅନଫିଟ୍‌’

ନୂଆଦିଲ୍ଲୀ,୨୩।୬: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆମେ ଛୋଟ ଦଳ ସହ ମେଣ୍ଟ କରିବୁ। କିନ୍ତୁ ମାୟାବାତୀଙ୍କ ବହୁ...

କେନ୍ଦ୍ରକୁ ଏସ୍‌ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍‌ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର...

Advertisement
Archives

Model This Week