ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ

ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ କର୍ମଚାରୀମାନେ ପିଟି ପିଟି ମାରିଦେଇଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ଅକଳରେ ପଡ଼ିଛି ବନ ବିଭାଗ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗରୁ ପ୍ରକାଶ ଯେ, ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରନ୍ତି। ଶୁକ୍ରବାର ସାରେ ବୁଧୁରାମ ଏବଂ ସ୍ତ୍ରୀ ପ୍ରମିଳା ଜାଳେଣି ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ଦୁହେଁ କାଠ ଧରି ଫେରୁଥିବା ବେଳେ ପାଲଲହଡା ଫରେଷ୍ଟର ଭାରତୀ କପରଦାର ଏବଂ କର୍ମଚାରୀମାନେ ପିଛା କରିଥିଲେ। ଭୟରେ ସମ୍ପୃକ୍ତ ଦମ୍ପତି ଦୌଡିଥିଲେ। ସ୍ତ୍ରୀ ପ୍ରମିଳା ଘରେ ପହଞ୍ଚିଥିଲେ ହେଁ ବୁଧୁରାମ ଘରକୁ ଫେରି ନ ଥିଲେ। ଶନିବାର ସକାଳେ ବୁଧୁରାମଙ୍କ ମୃତଦେହ ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରମିଳା ଖବର ପାଇଥିଲେ। ବୁଧୁରାମଙ୍କ ମୁହଁରେ କ୍ଷତ ଚିହ୍ନ ଥିବାରୁ ବନ କର୍ମଚାରୀମାନେ ତାଙ୍କୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଫରେଷ୍ଟର କପରଦାର କହିଛନ୍ତି, ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲପଟୁ ଆସୁଥିବା ବୁଧୁରାମ ଦୌଡ଼ିଥିଲେ। କର୍ମଚାରୀମାନେ ତାଙ୍କ ପଛରେ ଯାଇଥିଲେ। କିଛି ସମୟ ପରେ ବୁଧୁରାମ ପଡିଥିବା ଦେଖି କର୍ମଚାରୀମାନେ ଗାଡିରେ ପାଲଲହଡା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସ୍ତ୍ରୀ କରିଥିବା ଅଭିଯୋଗ ଭିତ୍ତିହୀନ। କୌଣସି କର୍ମଚାରୀ ବୁଧୁରାମଙ୍କୁ ଆକ୍ରମଣ କରିନାହାନ୍ତି ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି। ପାଲଲହଡା ଥାନା ଅଧିକାରୀ କନକ ମାଝି କହିଛନ୍ତି, ପ୍ରମିଳାଙ୍କ ଅଭିଯୋଗ ଆଧାରରେ ନଂ. ୧୮୦/୧୯ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି...

ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ: ବ୍ଲକ ପକ୍ଷରୁ ମନ୍ଦିରକୁ ଷ୍ଟିଲ୍‌ ଗ୍ଲାସ୍‌ ପ୍ରଦାନ

ବଅଁରପାଳ,୨।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନୁଗୋଳ ଲାୟନ୍ସ କ୍ଲବ ହାର୍‌ମୋନି ପକ୍ଷରୁ ବୁଧବାର ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ କୁଲାଡ଼ ଶିବମନ୍ଦିର ଓ...

ଆୟ ବଢ଼ାଇଛି ଅତ୍ୟାଧୁନିକ କୌଶଳ

ଅନୁଗୋଳ ଅଫିସ, ୫।୧୨ ଶିଳ୍ପ ରାଜଧାନୀ ଅନୁଗୋଳରେ ପଥ ହୁଡ଼ିନି ଚାଷ। ଖଣି ଖାଦାନ ଭରା ଏହି ଜିଲାର ଚାଷୀ ଏବେ ବି ଭଲ ଲାଭ...

ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ...

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ...

ରାତିରେ ରାସ୍ତା ଭୟ

ବଇଣ୍ଡା,୧୩ା୧୧(ଡି.ଏନ.ଏ.) – କିଛି ବର୍ଷ ହେଲା ଗାଁର ସହରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ପ୍ରତି ପଞ୍ଚାୟତକୁ ପ୍ରଥମେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏଥିସହ...

ମୁହଁ ମୋଡ଼ିଛନ୍ତି ୬ ପ୍ରତିଶତ ମତଦାତା

ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ।...

ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା...

Advertisement
Archives

Model This Week