ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା

ଆଳି, ୧୩।୬(ଡି.ଏନ୍‌.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛନ୍ତି। ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡିକୁ ମଧ୍ୟ ପେଟ୍ରୋଲ ବୋମା ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ଆଉ ଏକ ଆଇରନ ବୋଝେଇ ୧୨ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିନେଇଥିଲା। ସୂଚନାଯୋଗ୍ୟ, ଶନିବାର ସକାଳେ ଚଣ୍ଡିଖୋଲରୁ ରାଜକନିକା ଆସୁଥିବା ଚିପ୍ସ ବୋଝେଇ ଗାଡିକୁ ଯୁବକ ଜଣକ ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଫିଲ୍ମ ଷ୍ଟାଇଲରେ ଗାଡି ଉପରକୁ ପେଟ୍ରୋଲ ଭର୍ତ୍ତି ଥିବା ଜରିରେ ନିଆଁ ଲଗାଇ ଫିଙ୍ଗି ଦେଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ଥାନାକୁ ଦୌଡ଼ିଯାଇ ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳ ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ଜଳିଯାଇଛି। ସେହିପରି ବଡ଼ବିଲରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକକୁ ଆଳି ବାଳକାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ଆଳି ଥାନା ଏସ୍‌ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ସଙ୍ଗେ ସଙ୍ଗେ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଯୁବକଙ୍କ ଏହି ଉନ୍ମତକାଣ୍ଡ ଏବେ ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l


Enter your email to get our daily news in your inbox.

All Right Reserved By Dharitri.Com

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ

ଔପଦା, ୨୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ସୋରିଷପାଳ ଗ୍ରାମର ଅନ୍ନପୂର୍ଣ୍ଣା ପାଢ଼ୀ (୧୮) ନାମ୍ନୀ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଯାଇ...

ଆଉ ୪ ମୁଣ୍ଡ ନେଲା କରୋନା; କଟକରୁ ସର୍ବାଧିକ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ତଥ୍ୟ ପ୍ରଦାନ କରାଯାଇଛି।...

୧୯ରେ ଓଡ଼ିଶା ଗସ୍ତରେ ଅଶ୍ୱିନୀ, ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ...

ଭୁବନେଶ୍ୱରର ୪ ଫ୍ଲାଟ୍‌ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ...

୪୮ ଘଣ୍ଟା ପ୍ରଚାର କରିପାରିବେନି ପ୍ରମିଳା

ଯାଜପୁର ଅଫିସ/ ବିଞ୍ଝାରପୁର(ଡି.ଏନ.ଏ.),୧୪ା୨: ପ୍ରଚାର ବେଳେ ଭୋଟରଙ୍କ ଉପରେ ଚାପ ପକାଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏହା...

ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨...

ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ...

ଧାନବିକ୍ରି ପ୍ରାପ୍ୟ ଟଙ୍କା ନ ମିଳିବାରୁ ଚାଷୀଙ୍କ ଭଦ୍ରକ – ଆଖଣ୍ଡଳମଣି ରାସ୍ତା ଅବରୋଧ

ଆରଡି, ୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ସକାଳେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତେବେ ପ୍ରାପ୍ୟ...

Advertisement
Archives

Model This Week