ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା ଦେଶ ମଧ୍ୟ କ୍ଷତି ସହିଥାଏ। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତିସମ୍ପନ୍ନ ଦେଶ। ଯୁଦ୍ଧ ମନୋଭାବ ଛାଡ଼ି ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଉଭୟେ ଆଲୋଚନାକୁ ଗୁରୁତ୍ୱ ଦେବା ଉଚିତ୍‌ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସୋମବାର ପ୍ରକାଶ କରିଛନ୍ତି। ପାକିସ୍ତାନ କେବେ ବି ଭାରତ ବିରୋଧରେ ଯୁଦ୍ଧାରମ୍ଭ କରିବ ନାହିଁ। ଯୁଦ୍ଧହେଲେ କେବଳ ଆମେ କ୍ଷତି ସହିବୁନି ବରଂ ସାରା ବିଶ୍ୱ କ୍ଷତିଗ୍ରସ୍ତ ହେବ ବୋଲି ଲାହୋରରେ ଶିଖ୍‌ ସମ୍ପ୍ରଦାୟର ଲୋକମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି। ପ୍ରକାଶଥାଉ କି, ୩୭୦ ଧାରା ଉଚ୍ଛେଦ ପରେ ଇମ୍ରାନଙ୍କର ଥିବା କଡ଼ା ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ କଶ୍ମୀରକୁ ନେଇ ଭାରତ ଉପରେ ବର୍ଷିବା ସହ ଇମ୍ରାନ୍‌ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ଭାରତ ଏହାକୁ ଗୁରୁତ୍ୱ ନ ଦେବାରୁ ପାକ୍‌ ମନୋଭାବରେ ପରିବର୍ତ୍ତନ ଆସିଛି। ଭାରତ ବିରୋଧରେ ପାକିସ୍ତାନ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଇମ୍ରାନ କହିଛନ୍ତି।
ପଠାନ୍‌କୋଟ ଓ ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତର କଡ଼ା ଆଭିମୁଖ୍ୟ ପାକିସ୍ତାନକୁ ଭୟଭୀତ କରିପକାଇଛି। ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍‌ ଆତଙ୍କବାଦୀ ଶିବିର ଧ୍ୱଂସ ପାଇଛି। ଏବେ କଶ୍ମୀରକୁ ନେଇ ବାଉଳି ହେଉଥିବା ପାକିସ୍ତାନ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ି ହତାଶ୍‌ ହେବା ପରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ କୁରେଶୀଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଯୁଦ୍ଧ ଧମକରୁ ହଟି ଆଲୋଚନା କରିବାକୁ ମନ ବଳାଇଛନ୍ତି।
ଭାରତ ବିରୋଧରେ ସୀମାପାର୍‌ ଆତଙ୍କବାଦ ଓ ଅସ୍ତ୍ରବିରତି ଉଲ୍ଲଂଘନ ଏବେ ବି ପାକିସ୍ତାନ ଜାରି ରଖିଛି। କଶ୍ମୀରକୁ ନେଇ ବିଭିନ୍ନ ମିଥ୍ୟା ଖବର ପରିବେଷଣ କରୁଛି। ସୀମାରେ ଅନୁପ୍ରବେଶ ସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ନାହିଁ। ଭାରତ ବାରମ୍ବାର ଏ କଥା କହୁଥିବାବେଳେ ପାକିସ୍ତାନ ମତିଗତିରେ ପରିବର୍ତ୍ତନ ଆସୁନାହିଁ। ୩୭୦ ଧାରା ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାବେଳେ ଏହାକୁ ଅନ୍ତର୍ଜାତୀୟ ରୂପ ଦେବାକୁ ପାକିସ୍ତାନ ହୀନ ଚକ୍ରାନ୍ତ କରିଛି। ବିଶ୍ୱ ସମୁଦାୟ (ଚାଇନାକୁ ଛାଡ଼ି) ଭାରତ ସପକ୍ଷରେ ସ୍ବର ଉଠାଇବା ପରେ ଏବେ ପାକିସ୍ତାନ ନରମିଛି। ଯୁଦ୍ଧ ନୁହେଁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ବୋଲି ପାକିସ୍ତାନ ଅନୁଭବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ...

ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର...

ପଶ୍ଚିମ ଦେଶ ସହାୟତା କଲେ ଚଳିତ ବର୍ଷ ରୁଷିଆକୁ ହରାଇ ଯୁଦ୍ଧ ଜିତିବୁ: ୟୁକ୍ରେନ…

ମସ୍କୋ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୧୧ ମାସ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଜିତିବାରେ ସକ୍ଷମ...

କାର୍‌ ପାର୍ଟସକୁ ନେଇ ଭେଣ୍ଟିଲେଟର ତିଆରି କଲେ ଆଫଗାନିସ୍ତାନର ଯୁବତୀ

କାବୁଲ,୨୧।୫: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ଅନେକ ଦେଶରେ ଏହାର ଚିକିତ୍ସା ପାଇଁ ଭେଣ୍ଟିଲେଟରର ଅଭାବ ପରିଲକ୍ଷିତ ହେଉଛି।...

ଆଗ୍ନେୟଗିର ଉଦ୍‌ଗୀରଣ: ୩ ଦିନ ଧରି ଅବସ୍ଥା ଅସମ୍ଭାଳ…

ଓ୍ବାଶିଂଟନ,୧୨।୧୨ : କେନ୍ଦ୍ରୀୟ ଆମେରିକାର ଗ୍ବାଟେମାଲାରେ ଏକ ସକ୍ରିୟ ଆଗ୍ନେୟଗିରିରୁ ହୋଇଥିବା ଉଦ୍‌ଗୀରଣ ଯୋଗୁ ଗତ ୩ ଦିନ ଧରି ସ୍ଥିତି ଅସମ୍ଭାଳ ରହିଛି। ଆଗ୍ନେୟଗିରିରୁ...

କୋଭାକ୍ସିନ୍‌-କୋଭିଶିଲ୍ଡ ତୁଳନାରେ ଅଧିକ ପ୍ରଭାବଶାଳୀ ଫାଇଜର-ମଡର୍ନା …

ଓ୍ବାଶିଂଟନ,୨୯।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଭାକ୍ସିନ୍‌ ତୁଳନାରେ ଫାଇଜର-ମଡର୍ନା ଅଧିକ ପ୍ରଭାବଶାଳୀ ବୋଲି ଏକ ଗବେଷଣା...

ପାକ୍‌ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ...

Advertisement
Archives

Model This Week