ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ବାତିଲ ହୋଇଥିବା ଟିକେଟ ସଂଖ୍ୟାଠାରୁ ଏହା ୬୭% ଅଧିକ ରହିଛି। ସାରା ଦେଶରେ ଟିକେଟ ବାତିଲ ହାର ପୂର୍ବବର୍ଷ ଅପେକ୍ଷା ଏବେ ୮୦% ଛୁଇଁଛି। ଯାତ୍ରୀ ହେଉ ନ ଥିବାରୁ ପୂର୍ବତଟ ରେଳପଥ ଦେଇ ପ୍ରାୟ ୫ ଯୋଡ଼ା ଟ୍ରେନ୍‌ ବାତିଲ କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତି ଲାଗି ରହିଲେ ଅଧିକ ଟ୍ରେନ୍‌ ବାତିଲ ହେବା ନେଇ ଆଶଙ୍କା କରାଯାଉଛି। ଟିକେଟ ବୁକିଂକୁ ନିୟମିତ ଭିତ୍ତିରେ ତର୍ଜମା କରାଯାଉଛି। ଏହି ଆଧାରରେ ଟ୍ରେନ୍‌ଗୁଡିକୁ ବାତିଲ କରିବା ଉପରେ ନିଷ୍ପତ୍ତି ହେଉଥିବା ସୂଚନା ରହିଛି। ପୂର୍ବତଟ ରେଳପଥ ଅଧିନ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟଣାରୁ ବାହାରୁଥିବା ଟ୍ରେନଗୁଡିକରେ ପରଦା ଏବଂ କମ୍ବଳକୁ ହଟାଯାଇଛି। ଯାତ୍ରୀଙ୍କୁ ନିଜର କମ୍ବଳ, ସାଲ୍‌ ଆଣିବା ଲାଗି କୁହାଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ସାମୟିକ ଲାଗି କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରିଛି।
ଏପଟେ କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ଲାଗି ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଜୀବାଣୁ ନାଶ ପ୍ରକ୍ରିୟା ହାତକୁ ନିଆଯାଇଛି। ଜ୍ୱର କିମ୍ବା କଫ ଥିବା ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନଗୁଡିକରେ ଖୋଲାଯାଇଥିବା ସାହାଯ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ରହିଛି। ରେଲଓ୍ବେ ଷ୍ଟେଶନରେ ଯାଞ୍ଚ ବୁଥ୍‌ ବା ସ୍କ୍ରିନିଂ ବୁଥ୍‌ ଖୋଲିବାକୁ ରାଜ୍ୟଗୁଡିକୁ ପ୍ରସ୍ତାବ ଦିଆଯାଇଛି।
କୋଭିଡ ୧୯ ରୋଗୀ ଏବଂ ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଣ ନେଇ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ୩ ମଣ୍ଡଳରେ ଆଇସୋଲେଶନ,କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ନିକଟରେ ବିଦେଶ ଯାତ୍ରା କରିଥିବା ରେଳ କର୍ମଚାରୀଙ୍କୁ ପୃଥକ୍‌ ଭାବେ ରହିବାକୁ ନିର୍ଦ୍ଦେଶ ରହିଛି। ସରକାର ଧାର୍ଯ୍ୟ କରିଥିବା ନିୟମାବଳୀକୁ ମାନିବା ଏବଂ ସହଯୋଗ କରିବା ନେଇ ରେଳଯାତ୍ରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ନିବେଦନ କରିଛନ୍ତି। ରେଳପଥ ପକ୍ଷରୁ କେତେକ ସ୍ଥାନରେ ଟ୍ରେନ୍‌ଗୁଡିକ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି କେନ୍ଦ୍ର ରେଳପଥ ପକ୍ଷରୁ ଶନିବାର ୨୩ ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ମେଲ୍‌, ଏକ୍ସପ୍ରେସ ଟ୍ରେନଠାରୁ ଆରମ୍ଭକରି ରାଜଧାନୀ ଭଳି ଟ୍ରେନ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦର ଛୁଇଁଲା ୭୪ ହଜାର

ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨...

ଇନ୍‌ଭେସ୍‌କୋ ସହ ଆଇଆଇଏଚ୍‌ଏଲ୍‌ର ସହ ଭାଗିତା

ଭୁବନେଶ୍ୱର,୧୨।୪: ଇଣ୍ଡସ୍‌ଇଣ୍ଡ୍‌ ଇଣ୍ଟରନ୍ୟାଶନାଲ ହୋଲ୍‌ଡିଂସ୍‌ ଲିମିଟେଡ୍‌ (ଆଇଆଇଏଚ୍‌ଏଲ୍‌) ଏବଂ ଇନ୍‌ଭେସ୍‌କୋ ଲିମିଟେଡ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ନିକଟରେ ସହଭାଗିତା ସ୍ଥାପନ ହୋଇଛି।...

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ର ଅନାବରଣ

ଭୁବନେଶ୍ୱର,୧୨।୪(ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ...

ବଜାରରେ ପାନାସୋନିକ୍‌ର ନୂତନ ଏସି ରେଞ୍ଜ

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ ତଥା ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍‌ ଲାଇଫ୍‌ ସଲ୍ୟୁସନ୍ସ ଇଣ୍ଡିଆ (ପିଏଲ୍‌ଏସ୍‌ଆଇଏନ୍‌ଡି)ର ନୂତନ ଏୟାର କଣ୍ଡିସନର(ଏସି)ର ୨୦୨୪-ଲାଇନ...

ଏକ୍ସସାଇଡ୍‌ ସହ ହ୍ୟୁଣ୍ଡାଇର ବୁଝାମଣା

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଆଇଏଲ୍‌) ଏବଂ ଏକ୍ସସାଇଡ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ବିଏକୁ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍‌ୱର୍କ ପୁରସ୍କାର

ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ (ବିଏ)କୁ ନିକଟରେ ଓଡ଼ିଶାର ଶ୍ରେଷ୍ଠ ୫ଜି ନେଟ୍‌ଓ୍ବର୍କ ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି। ଏପରିକି...

ରେଲଓ୍ବେ ଆଣିବ ‘ସୁପର ଆପ୍‌’, ଗୋଟିଏ ସ୍ଥାନରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଭାରତୀୟ ରେଳ ଦେଶର ଗୋଟିଏ କୋଣକୁ ଅନ୍ୟ କୋଣକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ...

ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌, ଖୋଲୁନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୧୧।୪: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର) ଡାଉନ୍‌ ହୋଇଛି। ଗୁରୁବାର ସକାଳ ୧୦.୪୧ରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri