ଯାତ୍ରୀ ବିଶ୍ରାମାଗାର ଭଙ୍ଗା ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି। ଏହାକୁ ସାନହୁଲା କ୍ରସରସାହି ବାସିନ୍ଦା ବିରୋଧ କରିବା ସହ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନେଇଛନ୍ତି। ଏ ନେଇ ଏକ ଅଭିଯୋଗପତ୍ର ମାଧ୍ୟମରେ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଉପଜିଲାପାଳ, ତହସିଲଦାର, ଠାକୁରଗଡ଼ ଆଇଆଇସିଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ କହିଛନ୍ତି,୨୦ ବର୍ଷ ତଳେ ଜନସାଧାରଣଙ୍କ ପାଇଁ ସାନହୁଲା କ୍ରସର ଛକଠାରେ ସରକାରୀ ଜମିରେ ଏକଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲା। ଆଠମଲ୍ଲିକ, ଠାକୁରଗଡ଼, ପାଇକସାହି, ଟାପଢୋଲ, ଅନ୍ତୁଳିଆ, ବଇଣ୍ଡା, ଅନୁଗୋଳ, ସମ୍ବଲପୁର ଆଦି ବିଭିନ୍ନ ଜାଗାକୁ ଯିବା ପାଇଁ ଏହି ଯାତ୍ରୀ ବିଶ୍ରାମାଗାରରେ ଜନସାଧାରଣ, ବହୁ ଛାତ୍ରୀଛାତ୍ର ଅପେକ୍ଷା କରିଥାନ୍ତି। ତେବେ କେତେକ ବ୍ୟକ୍ତି ଏହି ବିଶ୍ରାମାଗାରକୁ ଭାଙ୍ଗିବା ପାଇଁ ଯୋଜନା ଚଳାଇଛନ୍ତି। କେତେକ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ରାତି ଅଧିଆ ଭାଙ୍ଗି ଦେବା ପାଇଁ ଉଦ୍ୟମ କରାଯାଉଛି।  ବିଶ୍ରାମାଗାର ଭାଙ୍ଗି ଦିଆଗଲେ ବହୁ ଗ୍ରାମବାସୀ ହଇରାଣ ହେବେ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏହି ଯୋଜନା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ନ ନେଲେ ଆଗାମୀ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ସନ୍ତୋଷ ନାୟକ, ଟୁନୀ ନାୟକ, ବନିତା ନାୟକ, କୁମଦିନି ନାୟକ, କୁଶଧ୍ୱଜ ନାୟକ, ଦିବାକର ସାହୁ, ପ୍ରତିମୟୀ ସାହୁ, ମିଲୁ ମାଝି, ସୁଶାନ୍ତ ଅଦାବର, ରମାକାନ୍ତ ମେହର ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଥାଇ ଉଧଉନି ଫୁଲଚାଷ; କଲିକତା ମେଣ୍ଟାଉଛି ଫୁଲର ଚାହିଦା

ଭଦ୍ରକ ଅଫିସ, ୧୬।୯- ଭଦ୍ରକ ଜିଲାରେ ଉପଯୋଗୀ ମୃତ୍ତିକା, ଜଳବାୟୁ ଏବଂ ଭିତ୍ତିଭୂମି ଥିଲେ ମଧ୍ୟ ଫୁଲଚାଷର ବିକାଶ ହୋଇପାରୁ ନାହିଁ । ଚାଷୀମାନେ ସଚେତନ...

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି...

ଜୁଆ ଆଡ୍ଡାରେ ଚଢ଼ାଉ: ୪ ଜୁଆଡ଼ି ଗିରଫ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ମଙ୍ଗଳା ମନ୍ଦିର ଯାତ୍ରାପଡ଼ିଆ ମଣ୍ଡପ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଅତର୍କିତ ଚଢ଼ାଉ କରି ୪...

ସହରାଞ୍ଚଳ ବିଶୋଧନ ଆରମ୍ଭ କଲା ଗୁଣପୁର ପ୍ରଶାସନ

ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ମେଡିକାଲ,...

ବ୍ୟବହୃତ ରନ୍ଧନ ତୈଳର ପୁନର୍ବ୍ୟବହାର ନେଇ ସଚେତନତା

ପୁରୀ ଅଫିସ,୨ା୧୦: ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାକୁ ପୁନଃବ୍ୟବହାର କରିବା ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ। ତେବେ ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରକାର...

ରାୟଗଡ଼ାରେ ଭାରତ ବନ୍ଦ

ରାୟଗଡ଼ା ଅଫିସ,୨୮ା୩: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଶ୍ରମିକ କୃଷକ ବିରୋଧ ନୀତି ଜନ ବିରୋଧ ନୀତି ବିରୋଧରେ ସୋମବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ଶା ଶାଖା...

ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ...

ବନ୍ଦ ହେବ ୩୭୬ ପ୍ରାଥମିକ, ଉପ୍ରା ସ୍କୁଲ

ଅନୁଗୋଳ ଅଫିସ୍‌, ୧୯।୩: ପିଲା ଓ ଶିକ୍ଷକ ଶୂନ୍ୟ ସରକାରୀ ବିଦ୍ୟାଳୟ। ସାରା ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ସ୍ଥିତି ଲାଗି ରହିଥିବାବେଳେ ସରକାର ଏଗୁଡିକୁ ବନ୍ଦ...

Advertisement
Archives

Model This Week