ଯାଜପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ରୋଡ଼ ଥାନା ଦଳାଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୮ମାସର ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳା ଓ ଆହତ ଶିଶୁଟିର ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚାଳକଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ପାଣିକୋଇଲିରୁ ଯାଜପୁର ରୋଡ଼ ଅଭିମୁଖେ ଯାଉଥିଲା। ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଟ୍ରକ ପଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଖବରପାଇ ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୨ା୧୧: କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ସମସ୍ତ ତହସିଲ, ବ୍ଲକ ଅଞ୍ଚଳରେ ମାସ୍କ ଚେକିଂ ଜୋରଦାର...

ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର

ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ...

ପୋଲିସ ସମ୍ମୁଖରେ ପଗଡ଼ି ଖୋଲି ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣା: ଓଡ଼ିଶା ଛାଡ଼ି ପଳାଇବୁ ବୋଲି କହିଲେ ପରବିନ୍ଦର

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ଡାକିଲା। ଏକାଧିକ ପୋଲିସର ଉପସ୍ଥିତିରେ ହିଁ ଅଭିଯୁକ୍ତମାନେ ମୋତେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କଲେ। ମୋ ପଗଡ଼ିକୁ...

ବଢ଼ିଲା ଖରା: ୩୦ ଡିଗ୍ରୀ ଉପରେ ୧୭ ସହର; ମାଲକାନଗିରିରେ ସର୍ବାଧିକ ୩୫.୨ ଡିଗ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜ୍ୟରେ ଆଉ ଶୀତ ଅନୁଭବ ହେବ ନାହିଁ। ଚଳିତମାସର ବାକି ଦିନଗୁଡ଼ିକରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଦିନବେଳା ୩୫ଡିଗ୍ରୀ ଏବଂ ରାତିରେ ୧୭ଡିଗ୍ରୀ...

ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଜବତ

ପଦ୍ମପୁର,୯ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ଏକ ଚୋରା କୋଇଲା ପିକ୍‌ଅପ୍‌କୁ ପଦ୍ମପୁରଠାରୁ ଜବତ କରିଛି। ଗାଡ଼ିରେ ୨୪ କ୍ୱିଣ୍ଟାଲ କୋଇଲା ଥିବା ବେଳେ ଚାଳକ...

ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ।...

ଅବାଧରେ ଚାଲିଛି ମୋରମ ଚାଲାଣ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ...

ଅସୁରକ୍ଷିତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଗଲା ମାଙ୍କଡ଼ ଜୀବନ

ଜଳେଶ୍ୱର, ୨୪।୧(ଡି.ଏନ.ଏ.):  ବାଲେଶ୍ୱର ଜିଲାର ଜଳେଶ୍ୱର ବିଦ୍ୟୁତ୍‌ ଡିଭିଜନ ଅନ୍ତର୍ଗତ ମହମ୍ମଦନଗର ପାଟଣା ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ମାଙ୍କଡର...

Advertisement
Archives

Model This Week