Posted inଜାତୀୟ

ଯମୁନା ଏକ୍ସପ୍ରେସ୍‌ଓ୍ବେ ପାଲଟିଛି ମରଣ ଯନ୍ତା: ୭ ବର୍ଷରେ ନେଲାଣି ୮ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ୍‌୍‌ଓ୍ବେ ମରଣ ଯନ୍ତା ପାଲଟିଛି। ୧୬୫ କିମି ଦୀର୍ଘ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗତ ୭ ବର୍ଷ ମଧ୍ୟରେ ୮୨୨ ଜଣଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିବା ସୂଚନା ଅଧିକାର ରିପୋର୍ଟରୁ ଜଣାପଡ଼ିଛିି। ୨୦୧୯ ଜୁଲାଇ ସୁଦ୍ଧା ଏଠାରେ ୧୪୫ ଜଣଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଛି। ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ଗମନାଗମନ ହେବା ପରଠାରୁ କେତେ ଜଣଙ୍କ ମୃତ୍ୟୁ ଦୁର୍ଘଟଣାରେ ଘଟିଛି ସେ ନେଇ ଆଗ୍ରାର ଆଇନଜୀବୀ କ୍ରିଷ୍ଣଚାନ୍ଦ ଜୈନ୍‌ ସୂଚନା ଅଧିକାର ଆଇନ ଅନ୍ତର୍ଗତ ଆବେଦନ କରିଥିଲେ। ହସ୍ତଗତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଯମୁନା ଏକ୍ସପ୍ରେସ୍‌ଓ୍ବେର ନିର୍ମାଣରେ ୧୨,୮୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ୨୦୧୨ଅଗଷ୍ଟରେ ଗମନାଗମନ ପାଇଁ ଖୋଲା ଯାଇଥିଲା। ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ୩୫୭ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୮୨୨ଜଣ ଆହତ ହୋଇଥିଲେ। ଚଳିତ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏଠାରେ ଘଟିଥିବା ୩ଟି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ଏହି ଏକ୍ସପ୍ରେସ୍‌୍‌ଓ୍ବେରେ ୬୫୯ ଦୁର୍ଘଟଣା ଘଟିଥିବାବେଳେ ୧,୩୮୮ ଆହତ ଏବଂ ୧୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୭ରେ ହୋଇଥିବା ୭୬୩ ଦୁର୍ଘଟଣାରେ ୧,୪୨୬ ଜଣ ଆହତ ହୋଇଥିବାବେଳେ ୧୪୬ଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ରେ ଏଠାରେ ୧,୨୧୯ ଦୁର୍ଘଟଣା ହୋଇଥିଲା। ଏଥିରେ ୧,୫୨୪ ଆହତ ଏବଂ ୧୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ରେ ୯୧୯ ଦୁର୍ଘଟଣାରେ ୧,୩୯୨ ଆହତ ଏବଂ ୧୪୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୪ରେ ଏଠାରେ ଘଟିଥିବା ୭୭୧ ଦୁର୍ଘଟଣାରେ ୧,୩୩୫ ଆହତ ଏବଂ ୧୨୭ ଜଣଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ୱସ୍ତ ହେଲେ ଉଦ୍ଧବ: ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ମୁମ୍ବାଇ,୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅନ୍ତ ଘଟିଛି। ଶୁକ୍ରବାର ନିର୍ବାଚନ ଅୟୋଗ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା...

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି...

ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ...

ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନମୋହନ ମନୋନୀତ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌ ଭେଙ୍କାୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କୁ ଅର୍ଥ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ...

୪ କୁକୁର ଛୁଆଙ୍କୁ କ୍ଷୀର ଦେଇ ପାଳୁଛି ଗାଈ

ବେଙ୍ଗାଲୁରୁ,୬।୧: ଆଜିକାଲି ମଣିଷ ଭିତରୁ ମାନବିକତା କମି କମି ଯାଉଛି। ମଣିଷ ଅପେକ୍ଷା ପଶୁଙ୍କଠାରେ ଅଧିକ ମାନବୀୟ ଗୁଣ ଦେଖିବାକୁ ମିଳୁଛି। କର୍ନାଟକର ୟାଦଗିର ଜିଲାର...

‘କଙ୍ଗନାଙ୍କୁ ଭେଟିବାକୁ ଗଭର୍ନରଙ୍କ ପାଖରେ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’

ମୁମ୍ବାଇ,୨୫।୧: ଆମେ ଗଭର୍ନରଙ୍କ ନିକଟକୁ ଯାଉଛେ। କିନ୍ତୁ ମହାରାଷ୍ଟ୍ର ଏଭଳି ଗଭର୍ନର ପୂର୍ବରୁ କେବେ ଦେଖିନାହାନ୍ତି। କଙ୍ଗନା ରାଣାଓ୍ବତ୍‌ଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ...

ଆସନ୍ତା ମାସ ସୁଦ୍ଧା ଭାରତ ମୁତୟନ କରିବ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ପେଣ୍ଟାଗନର ସୂଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୮।୫ : ଆମେରିକୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ପେଣ୍ଟାଗନ) ଭାରତ ବିଷୟରେ ଏକ ବଡ଼ ଦାବି କରିଛି। ପେଣ୍ଟାଗର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

Advertisement
Archives

Model This Week