Posted inଜାତୀୟ

ଯମରାଜଙ୍କୁ ନୋଟିସ୍‌ ପଠାଇବାକୁ ହାଇକୋର୍ଟରେ ଆବେଦନ

କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍‌ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ ଦଣ୍ଡ ଭୋଗିବା ପୂର୍ବରୁ ଇହଧାମ ତ୍ୟାଗ କରିଥିବାରୁ ଦଣ୍ଡ ପୂରଣ ପାଇଁ ଯମରାଜ ସେମାନଙ୍କୁ ପୃଥିବୀକୁ ପଠାଇବା ଲାଗି ହାଇକୋର୍ଟ ନୋଟିସ୍‌ ଜାରି କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ୧୯୮୪ରେ ଏକ ହତ୍ୟା ମାମଲାରେ ସମର ଚୌଧୁରୀ ଏବଂ ପ୍ରଦୀପ ଚୌଧୁରୀଙ୍କୁ ଅଲୀପୁର ଅଦାଲତ ପକ୍ଷରୁ ୫ ବର୍ଷର କାରାଦଣ୍ଡାଦେଶ ଦିଆଯାଇଥିଲା। ତେବେ ଦୋଷୀ ପ୍ରଦୀପଙ୍କ ମୃତ୍ୟୁ ୧୯୯୩ରେ ହୋଇଥିବାବେଳେ ସମରଙ୍କ ମୃତ୍ୟୁ ୨୦୧୦ରେ ହୋଇସାରିଛି। ଅଦାଲତଙ୍କ ପକ୍ଷରୁ ୨୦୧୬ ଜୁନ୍‌ ୧୬ରେ ଦଣ୍ଡାଦେଶ କରାଯାଇଥିଲା। ତେବେ ଏଥିପାଇଁ ଦୋଷୀଙ୍କୁ ଯମଲୋକରୁ ପୃଥିବୀକୁ ଆଣିବା ଲାଗି ପ୍ରଦୀପଙ୍କ ପୁଅ ଅଶୋକ ଚୌଧୁରୀ ଏବଂ ସମରଙ୍କ ସ୍ତ୍ରୀ ରେଣୁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି

ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ...

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା...

ସୋନାଲି ଫୋଗାଟଙ୍କ ପରିବାର ପକ୍ଷରୁ ଲିଖିତ ଦାବି ମିଳିଲେ ହେବ ସିବିଆଇ ଯାଞ୍ଚ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମତ୍ୟୁ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି...

ଅନାଥ ପିଲାଙ୍କ ପାଇଁ ୫ ଲକ୍ଷର ସ୍ବାସ୍ଥ୍ୟ ବୀମା…

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ନିଜର ମାତାପିତାଙ୍କୁ ହରାଇ ଥିବା ଅନାଥ ପିଲାଙ୍କ ପାଇଁ ପ୍ରଧାନମନ୍ତଦ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ...

ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୬।୭: ଦେଶରେ ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ମାମଲା ବଢ଼ୁଥିବା ବେଳେ ଏହାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ...

ଇସ୍ତଫାରୁ ଫେରିଲେ ତ୍ରିପୁରା କଂଗ୍ରେସ ମୁଖ୍ୟ

ଅଗରତାଲା, ୨୨।୮: ତ୍ରିପୁରା ପ୍ରଦେଶ କଂଗ୍ରେସ ସଭାପତି ପିଜୁଶ କାନ୍ତି ବିଶ୍ୱାସ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ...

ଉରିରେ ଅନୁପ୍ରବେଶ କରିବାକୁ ଚାହୁଁଛି ବଡ ଆତଙ୍କବାଦୀ ଗ୍ରୁପ୍‌, ୩୦ ଘଣ୍ଟା ହେବ ଅପରେଶନ ଜାରି

ନୂଆଦିଲ୍ଲୀ,୨୧ ।୯: କଶ୍ମୀରର ଉରି ସେକ୍ଟରରେ ଏଲ୍‌ଓସି ନିକଟରେ ଏକ ବଡ ଆତଙ୍କବାଦୀ ଗ୍ରୁପ ସୀମାଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତି...

ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

Advertisement
Archives

Model This Week