ଯନ୍ତ୍ରଣା ଦେଉଛି ଭୂତଳ ବିଦ୍ୟୁତ୍‌ କେବୁଲ କାମ

ଭୁବନେଶ୍ବର,୨୯।୭(ବ୍ୟୁରୋ) : ସ୍ମାର୍ଟସିଟି ଭୁବନେଶ୍ୱରରେ ଚାଲିଛି ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଇବା କାମ। ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ସରିବାର ନାଁ ଧରୁନି। ୧୮ ମାସ ବଦଳରେ ବିତିଗଲାଣି ୩ବର୍ଷ। ହେଲେ କାର୍ଯ୍ୟ ସରୁ ନ ଥିବାରୁ ନାନା ସମସ୍ୟା ଭୋଗୁଛନ୍ତି ରାଜଧାନୀବାସୀ। କାମ ପାଇଁ ଚାରିଆଡ଼େ ରାସ୍ତା ଖୋଳି ଦିଆଯାଇଛି। ବିପଦର ଆଁ ଭଳି ରହିଛି ବଡ଼ ବଡ଼ ଗାତ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ ପ୍ରତିଦିନ ଯାତ୍ରୀମାନେ ହଟହଟା ହେଉଛନ୍ତି। ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। କାମ ଅତି ମନ୍ଥର ତଥା ମନଇଚ୍ଛା ହେଉଥିବା ଅଭିଯୋଗ ହେଉଛି। ଏବେକାର ସ୍ଥିତି ଯାହା, କାମ କେବେ ସରିବ ସେନେଇ ଏବେବି ଅନିଶ୍ଚିତତା ଦେଖାଦେଇଛି। ଫଳରେ ସହରବାସୀଙ୍କୁ ଆହୁରି ବହୁ ଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମିଳିଥିବା ସୂଚନାନୁସାରେ, ୨୦୧୬ ମାର୍ଚ୍ଚରୁ ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌ (ଓପିଟିସିଏଲ୍‌) ପକ୍ଷରୁ ଭୂତଳ କେବୁଲ ବିଛା କାମ ଆରମ୍ଭ ହୋଇଥିଲା। ୧୮ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ କାହିଁକି ସରୁନାହିଁ ତାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଏସ୍‌ସିଆର୍‌ଆଇପିଏସ୍‌, ଆଇପିଡିଏସ୍‌ ଓ ଆର୍‌-ଏପିଡିଆର୍‌ପି ଯୋଜନାରେ ଭୂତଳ କେବୁଲ ମାଧ୍ୟମରେ ପର୍ଯ୍ୟାୟକ୍ରମେ ରାଜଧାନୀର ପ୍ରମୁଖ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ଲାଗି ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଭୁବନେଶ୍ୱରରେ ଏହି କାର୍ଯ୍ୟ ସରି ନ ଥିବାରୁ ପ୍ରତି ଅଞ୍ଚଳକୁ ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଯୋଜନା ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓପିଟିସିଏଲ୍‌ ଶକ୍ତି ବିଭାଗକୁ ଦେଇଥିବା ତଥ୍ୟରୁ ଜଣାପଡିଛି ଯେ, ଭୁବନେଶ୍ବରର ପାଖାପାଖି ୧୦୦ କିମି ରାସ୍ତାରେ ଭୂତଳ କେବୁଲ ବିଛାଯାଉଛି। ଜନପଥ, ୟୁନିଟ-୫, କଟକ ରୋଡ୍‌, ବିଦ୍ୟୁତ୍‌ ମାର୍ଗ, ସଚିବାଳୟ ମାର୍ଗରେ ଏବେ ଏହି କାମ ଜାରି ରହିଛି। କାମ ନ ସରିବାର ବିଭିନ୍ନ କାରଣ ରହିଛି। ଅନ୍ୟ ବିଭାଗମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟକୁ ଆଗକୁ ବଢାଯାଉଥିବାରୁ ବିଳମ୍ବ ହେଉଛି। ୨୦୨୦ ମଧ୍ୟରେ କାମ ସାରିବାକୁ ଉଦ୍ୟମ ଚାଲିଥିବା ଓପିଟିସିଏଲ ପକ୍ଷରୁ କୁହାଯାଇଛି। ସେହିପରି ପୁରୁଣା ଭୁବନେଶ୍ବର ଓ ଚନ୍ଦ୍ରଶେଖରପୁରର କିଛି ଅଞ୍ଚଳରେ ଭୂତଳ କେବୁଲ୍‌ ବିଛା ବହୁ ପୂର୍ବରୁ ସରିଛି। ଏହାର ପରୀକ୍ଷାମୂଳକ ଭାବେ ଚାର୍ଜ କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ସରି ନ ଥିବାରୁ ଚାର୍ଜ କରାଯାଉ ନାହିଁ ବୋଲି ଓପିଟିସିଏଲ ରିପୋର୍ଟ ଦେଇଛି।

କାହିଁକି ଭୂତଳ ବିଦ୍ୟୁତ୍‌ କେବୁଲ ଯୋଜନା :
ବାତ୍ୟା, କାଳବୈଶାଖୀ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ବି ରାଜଧାନୀବାସୀଙ୍କୁ ୨୪ଘଣ୍ଟା ବିଦ୍ୟୁତ୍‌ ଯୋଗାଇବା ଲକ୍ଷ୍ୟ ରଖି ଭୂତଳ କେବୁଲ ଯୋଜନା କରାଯାଇଛି। ସେହିଭଳି ବିଦ୍ୟୁତ୍‌ ନଷ୍ଟ ଓ ଚୋରି ରୋକିବା ହେଉଛି ଅନ୍ୟ ଏକ ଉଦ୍ଦେଶ୍ୟ। ପୂରା ସହରରେ ୩୫୦ କିମି କେବୁଲ ବିଛା ଯିବାକୁ ଲକ୍ଷ୍ୟ ରଖାଯାଇ ୧୫ଶହ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମେ ୪ଟି ରୁଟ୍‌ ଯଥା ଏୟାରପୋର୍ଟ ଛକରୁ ଆଚାର୍ଯ୍ୟ ବିହାର, ଏୟାରପୋର୍ଟ ଛକରୁ ନନ୍ଦନକାନନ, ଏକାମ୍ର ଛକରୁ ବାଣୀବିହାର ଓ ରବି ଟକିଜରୁ ରସୁଲଗଡ଼ ପର୍ଯ୍ୟନ୍ତ ଏହି କାମ ହେବା ପାଇଁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଦ୍ୱାରା ଓପିଟିସିଏଲ୍‌କୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା। ୩୩ କେଭି ଓ ୧୧ କେଭି ତାର ଉପରେ ନ ଯାଇ ମାଟିତଳେ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ବିଭାଗଗୁଡ଼ିକ ମଧ୍ୟରେ ତାଳମେଳ ଅଭାବ ଯୋଗୁ କାର୍ଯ୍ୟରେ ସେପରି ଅଗ୍ରଗତି ହୋଇପାରୁ ନ ଥିବା ଜଣାପଡ଼ିଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri