ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ ପ୍ଲାନି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ଶିଳ୍ପ ସଂଘ ଫିକି ପକ୍ଷରୁ ବଜେଟ ଆଲୋଚନାରେ ମତ ପ୍ରକାଶ ପାଇଛି। ଟିକସ ଚୋରି କରିବା ଏକ ଗୁରୁତର ଅପରାଧ ଭାବେ ବର୍ତ୍ତମାନ ବିବେଚନା କରାଯାଉଥିବା ବେଳେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆୟକର ବିଭାଗର ପ୍ରିନି୍ସପାଲ ଚିଫ୍ କମିଶନର ପ୍ରଣବ କୁମାର ଦାସ ଏଥିରେ କହିଛନ୍ତି। ଟିକସ ଚୋରିକୁ ରୋକିବା ଲାଗି କେନ୍ଦ୍ରୀକୃତ ମନିଟରିଂ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯାଇଛି। ବଜେଟରେ ରାଜସ୍ବ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆୟକର ଏଥିରେ ପ୍ରମୁଖ ଭାଗିଦାରି ରଖୁଛି। କଳାଟଙ୍କା କାରବାର ଉପରେ ରୋକ ଲଗାଇବା ଉପରେ ସରକାର ଫୋକସ କରିଥିବା ଦାସ ସୂଚନା ଦେଇଛନ୍ତି।
ଠିକ୍ ସମୟରେ ରିଟର୍ନ ଏବଂ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର କିଛି ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଫାଇନାନ୍ସ ଆନାଲିଷ୍ଟ ଏ.କେ.ସାବତ କହିଛନ୍ତି। ଗୋପାଳ ଅଗ୍ରଓ୍ବାଲ, ପିଡ୍ଲ୍ୟୁସି ଟିକସ ବିଶେଷଜ୍ଞ ସୌରଭ କେଡିଆ, ଫିକି ଏନର୍ଜି କମିଟି ଅଧ୍ୟକ୍ଷ ଅଶୋକ ବେହେରା ପ୍ରମୁଖ ବଜେଟର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। ସେହିଭଳି ଶିଳ୍ପ ଏବଂ ବଜେଟ ପ୍ରଭାବ ସଂକ୍ରାନ୍ତ ଏକ ପ୍ୟାନେଲ ଆଲୋଚନାରେ ବିଶେଷଜ୍ଞ ଭାବେ ଦିଲିପ ବିଶୋଇ, ମ୍ୟାକେମ ନିର୍ଦ୍ଦେଶକ ଜେ.କେ. ରଥ, ଓ୍ବାନ ବିଜନେସ ନିର୍ଦ୍ଦେଶକ ରାଜେନ ପାଢୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ଜଗତ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବିତ୍ତ ପ୍ରତିଷ୍ଠାନ ଏବଂ ଟିକସ ବିଶେଷଜ୍ଞମାନେ ଯୋଗଦେଇଥିଲେ।

ବଢ଼ିଲା ରପ୍ତାନି
ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରେ ଦେଶ ମଧ୍ୟରୁ ରପ୍ତାନି ପ୍ରାୟ ୩ ଗୁଣ ବୃଦ୍ଧିପାଇ ୩୦.୨୧ ବିଲିୟନ ଛୁଇଁଛି। ଇଞ୍ଜିନିୟରିଂ, ଜେମ୍ସ ଆଣ୍ଡ ଜୁଏଲେରି, ପେଟ୍ରୋକେମିକାଲ ପ୍ରଡକ୍ଟରେ...

୫୪ ଦିନରେ ବଢ଼ିଲାଣି ୩୦ ଥର
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭।୬: ଦିନକର ବିରତି ପରେ ପୁଣି ଥରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଗତ ମେ’୪ ପରଠାରୁ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭.୭୭...

ସିମ୍ ଭଳି ପୋର୍ଟେବଲ ହେବ ସେଟ୍ ଟପ୍ ବକ୍ସ
ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ...

ସଙ୍କଟରେ ରିଲାଏନ୍ସ ହୋମ୍ ଫାଇନାନ୍ସ
ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର...

ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି
ନୂଆଦିଲ୍ଲୀ,୧୬।୭: କରୋନା ସମୟରେ ତେଲ ଦର ବୃଦ୍ଧି ଗ୍ରାହକଙ୍କୁ ଅତିଷ୍ଠ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ବୁଧବାର ଡିଜେଲ ଲିଟର ପିଛା ୧୩...

ଏମ୍ଏସି କସ୍ମେଟିକ୍ସର ୩ ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍ ମେକ୍ ଅପ୍ ବ୍ରାଣ୍ଡ୍ ଏମ୍ଏସି କସ୍ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି...

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ
ଭୁବନେଶ୍ୱର,୧୫।୮: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଚଳିତ ବର୍ଷ ଅଗଷ୍ଟ ୧୪ରେ ଦେଶ ବିଭାଜନ...

କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର
ନୂଆଦିଲ୍ଲୀ,୧୩-୬: ଏନ୍ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ...