ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ମଧ୍ୟରେ କିଛିଦିନ ହେବ ଦେଖିବାକୁ ମିଳୁଛି ଏହି ସ୍ଥିତି। ପ୍ରତିଦିନ ସକାଳ ଓ ଅପରାହ୍ନରେ ହରିଣ, ମୟୂର, ବାର୍‌ହା ଆଦି ବହୁ ବନ୍ୟାପ୍ରାଣୀ ବିଚରଣ କରୁଥିବା ଦୃଶ୍ୟ ଦେଖିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ରାସ୍ତା ଉପରେ ଗାଡ଼ି ରଖି ଏଭଳି ନିଆରା ଦୃଶ୍ୟ ଉପଭୋଗ କରୁଛନ୍ତି। ଫଳରେ ଏହି ସମୟରେ ସେଠାରେ ଟ୍ରାଫିକ ଜାମ୍‌ ହେଉଛି।
ବନ୍ୟପ୍ରାଣୀ ବାହାରକୁ ନ ଆସିବା ଲାଗି ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ପାଚେରି ରହିଛି। ହେଲେ ଏହିସବୁ ସ୍ଥାନରେ ପାଚେରି କମ୍‌ ଉଚ୍ଚର ଥିବାରୁ ବନ୍ୟପ୍ରାଣୀମାନେ ପାଣି ପିଇବାକୁ ଆସିବା ବେଳେ ବାହାରକୁ ଦୃଶ୍ୟମାନ ହେଉଛି। ଲୋକେ ଦେଖୁଥିବାବେଳେ ଚିତ୍କାର କରି ଡାକୁଥିବାରୁ ସେହି ବନ୍ୟପ୍ରାଣୀମାନେ ପ୍ରଭାବିତ ହେଉଛନ୍ତି। ଏପରି କି କେହି କେହି ଟେକା ମାଡ଼ କରୁଥିବାରୁ ସେମାନଙ୍କ ପ୍ରତି ବିପଦ ରହିଛି। ଏ ପରିସ୍ଥିତିରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଉକ୍ତ ସ୍ଥାନରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯିବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ ଖାଉଛି ଫସଲ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବାଡ଼ ଖାଉଛି ଫସଲ। ରାଜ୍ୟରେ ତଳସ୍ତରରୁ ଉପରଯାଏ ଦୁର୍ନୀତି ଭରି ରହିଛି। ପର୍ସେଣ୍ଟେଜ୍‌(ପିସି) କାରବାର ବୃଦ୍ଧି ପାଇଛି। ସରକାରଙ୍କ ସମସ୍ତ ବିଭାଗରେ ପୁଳାପୁଳା...

ଅସହ୍ୟ ତାତିରେ କଲବଲ ଅହିରାଜ

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି...

ରାଜ୍ୟରେ ବଢିଲାଣି ଶୀତ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। ତେବେ ତାପମାତ୍ରା ସ୍ବାଭାବିକ ଭାବେ କମ୍‌ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ...

ଆଖଡ଼ାଶାଳୀ ବନ୍ଦର ବାଟ ଫିଟିଲା: କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ବାଟ ଫିଟିଛି। ଆଖଡ଼ାଶାଳୀ ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା...

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୪।୩(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ନୋଟିସ ଜାରି କରାଯିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ...

ଖରାଛୁଟିରେ ପିଲାଙ୍କ ଏକ୍ସଟ୍ରା କ୍ଲାସ ନେବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୯।୧(ବ୍ୟୁରୋ): ଏଣିକି ଖରାଛୁଟିରେ ସ୍କୁଲ ପିଲାମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ ହେବ। ପାଠପଢ଼ାରେ ଦୁର୍ବଳ ଥିବା ପିଲାମାନଙ୍କ କ୍ଲାସ ଶିକ୍ଷକ ନେବେ। ଗୁରୁବାର ଏଭଳି କିଛି...

କରୋନା ସକାଶେ ଆଜି ସବୁ ପୌରାଞ୍ଚଳ ଓ୍ବାର୍ଡରେ ବୈଠକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଶନିବାର ସବୁ ପୌରାଞ୍ଚଳର ପ୍ରତ୍ୟେକ ଓ୍ବାର୍ଡରେ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ରାଜ୍ୟ...

ଆଜି ମହିଳା ପୋଲିସ ସମ୍ମିଳନୀ

କଟକ ଅଫିସ,୬।୩: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘ପୋଲିସରେ ମହିଳା’ ଶୀର୍ଷକ ଦିନିକିଆ ସମ୍ମିଳନୀ ଶୁକ୍ରବାର ଓଏସ୍‌ଏପି ଷଷ୍ଠ ବାଟାଲିୟନଠାରେ ଅନୁଷ୍ଠିତ ହେବ। ମହିଳା ପୋଲିସ ଅଧିକାରୀ...

Advertisement
Archives

Model This Week